ଦୁଇ ବର୍ଷ ପରେ ଖୋଲିଛି କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କର କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ, ବେଲୁନ ଓ ଚକୋଲେଟ ଦେଇ ପିଲାଙ୍କୁ ସ୍ୱାଗତ କଲେ ଶିକ୍ଷକ

ଜଗତସିଂହପୁର(କେନ୍ୟୁଜ୍): ଦୁଇ ବର୍ଷ ପରେ ଖୋଲିଛି କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କ ସ୍ଥିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ । ରାଜ୍ୟ ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁସାରେ ସ୍କୁଲ ଖୋଲିଛି । ସ୍କୁଲକୁ ଆସିବା ବେଳେ ପିଲାମାନଙ୍କୁ ବେଲୁନ, ଚକୋଲେଟ ଦେଇ ସ୍ୱାଗତ କରାଯାଇଥିଲା । ମାସ୍କ ଓ ସାନିଟାଇଜର ମଧ୍ୟ ଦିଆଯାଇଥିଲା । ସାମାଜିକ ଦୂରତା ମାନି ପିଲାମାନଙ୍କୁ ଶ୍ରେଣୀ ଗୃହରେ ବସାଯାଇଥିଲା । ଦୀର୍ଘ ଦିନ ପରେ ସାଙ୍ଗ ସାଥିମାନଙ୍କୁ ଏକାଠି ପାଇ ପିଲାମାନେ ବେଶ୍‌ ଖୁସି ଅଛନ୍ତି ।

ସେହିପରି ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ପିଲାମାନଙ୍କୁ ପାଇ ମଧ୍ୟ ବେଶ୍‌ ଆନନ୍ଦିତ । ସ୍କୁଲର ସମ୍ପାଦିକା ଡ. ଇତିରାଣୀ ସାମନ୍ତ ସ୍କୁଲ ପରିସରରେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ କଲରାବାଙ୍କ ଠାରେ ଏହି ସ୍କୁଲ ପ୍ରତିଷ୍ଠା କରିଥିବା ବେଳେ ଉଚ୍ଚମାନର ଶିକ୍ଷାଦାନ ଓ ଶତ ପ୍ରତିଶତ ସଫଳତା ପାଇଁ ଏହା ସାରା ରାଜ୍ୟରେ ସୁନାମ ଅର୍ଜନ କରିିଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.