Below header

କଣ୍ଟାବାଞ୍ଜି ପୋଲିସକୁ ବଡ ସଫଳତା: ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ କଲା ଜବତ

ବଲାଙ୍ଗିର(କେନ୍ୟୁଜ୍):କଣ୍ଟାବାଞ୍ଜି ପୋଲିସକୁ ବଡ ସଫଳତା । ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ । କଣ୍ଟାବାଞ୍ଜି ତଥା ଆଖପାଖ ଅଞ୍ଚଳର ବ୍ୟବସାୟିକ ଅନୁଷ୍ଠାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହେଇଥିଲା । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପୋଲିସ ବୁରୋମାଲ ପଞ୍ଚାୟତ ଡଙ୍ଗାମରା ଗାଁର ଗଣେଷ ବନଛୋରଙ୍କ ଘରେ ଚଢାଉ କରିଥିଲା ।

ଉଦ୍ଧାର ଚୋରି ସାମଗ୍ରୀର ମୂଲ୍ୟ ୨୦ ଲକ୍ଷରୁ ଅଧିକ ହେବ । ଚୋରି ସାମଗ୍ରୀ ଉଦ୍ଧାର କରି ଥାନାକୁ ନେବାକୁ ୪ରୁ ଅଧିକ ପିକଅପ୍‌ ଭ୍ୟାନ ଭଡ଼ା କରିବାକୁ ପଡିଥିଲା । ଚୋରୀ ନେଇ କଣ୍ଟାବାଞ୍ଜି ସହ ଆଖପାଖ ଥାନାରେ ୧୦ରୁ ଅଧିକ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.