କିଟ୍ ବିଶ୍ୱବିଦ୍ୟାଳୟରେ ଉଦ୍ଘାଟିତ ହେଲା ସ୍ଥାୟୀ ବିକାଶ ସହ ମହିଳା ସଶକ୍ତୀକରଣ ଉପରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର

କେନ୍ୟୁଜ୍(ବ୍ୟୁରୋ): କିଟ୍ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ବିକାଶ ସହ ମହିଳା ସଶକ୍ତୀକରଣ ଉପରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଆଜି ଉଦ୍ଘାଟିତ ହୋଇଛି । ଭାରତୀୟ ବିଜ୍ଞାନ କଂଗ୍ରେସ ଭୁବନେଶ୍ୱର ଚାପ୍ଟର ଆନୁକୂଲ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ, କିସ୍ ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଓ କଲେଜ ଅଫ୍ ବେସିକ୍ ସାଇନ୍ସ ଆଣ୍ଡ ହ୍ୟୁମାନିଟିଜ୍ ସହଯୋଗରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି ।
ଉଦ୍ଘାଟନୀ ଉତ୍ସବରେ ଭାରତୀୟ ବିଜ୍ଞାନ କଂଗ୍ରେସ ଆସୋସିଏସନ୍ (ଆଇଏସ୍ସିଏ)ର ସଭାପତି ପ୍ରଫେସର ବିଜୟଲକ୍ଷ୍ମୀ ସାକ୍ସେନା, ପୂର୍ବତନ ସଭାପତି ପ୍ରଫେସର ଅଶୋକ ସାକ୍ସେନା, ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥ୍ (ଏଆଇପିଏଚ୍) ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଶ୍ରୀ ପ୍ରଫେସର ଏ.ପି.ଦାସ, କୋଲକାତା ସ୍ଥିତ CIFRIର ନିର୍ଦ୍ଦେଶକ ଡକ୍ଟର ବି.କେ.ଦାସ୍, ଓୟୁଏଟି କୁଳପତି ପ୍ରଫେସର ପୱନ୍ କୁମାର ଅଗ୍ରୱାଲ୍, ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପି.ପି. ମାଥୁର, ସିବିଏସ୍ଏଚ୍ ଓୟୁଏଟି ନିର୍ଦ୍ଦେଶକ ପ୍ରଫେସର ସି.ଏସ୍.କେ. ମିଶ୍ର, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ଏବଂ ଆଇଏସସିଏର କୋଷାଧ୍ୟକ୍ଷ ପ୍ରଫେସର ଏସ୍. ସତ୍ୟପ୍ରକାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।
ମହିଳାଙ୍କ ବ୍ୟାତିରକେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ହୋଇ ନ ପାରେ ଏବଂ ବିକାଶ କ୍ଷେତ୍ରରେ ସର୍ବଦା ମହିଳାଙ୍କ ଯୋଗଦାନ ରହିଆସିଛି ବୋଲି ଅତିଥିମାନେ ମତ ପୋଷଣ କରିଥିଲେ । କାର୍ଯ୍ୟକ୍ରମରେ ଆଇଏସସିଏ ଭୁବେନଶ୍ୱର ଚାପ୍ଟରର ଆବାହକ ତଥା କିଟ୍ ସ୍କୁଲ୍ ଅଫ୍ ଆପ୍ଲାଏଡ୍ ସାଇନସେସ୍ ପ୍ରଫେସର ଡ. କାଜଲ ପରାସର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇଏସସିଏ ଭୁବନେଶ୍ୱର ଚାପ୍ଟରର କୋଷାଧ୍ୟକ୍ଷ ତଥା କିଟ୍ ସ୍କୁଲ୍ ଅଫ୍ ଆପଲାଏଡ୍ ସାଇନ୍ସର ଡିନ୍ ପ୍ରଫେସର ପ୍ରଶାନ୍ତ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । .