ରାଜ୍ୟ

ଏମିତି ଶିକ୍ଷକଙ୍କୁ କୋଟି କୋଟି ପ୍ରଣାମ: ଅପହଞ୍ଚ ଇଲାକାରେ ଘର ଘର ବୁଲି ପଢ଼ାଉଛନ୍ତି ପାଠ

ବ୍ରହ୍ମପୁର(କେନ୍ଯୁଜ୍) : ଘର ବାରଣ୍ଡାରେ ବସି ପାଠ ପଢ଼ାଉଛନ୍ତି ଶିକ୍ଷକ। ପ୍ରଥମ ଶ୍ରେଣୀରେ ନା ଲେଖାଇଥିବା ଶିଶୁଙ୍କୁ ସିଲଟ ପଟାରେ ଚକ୍ ଖଡ଼ିରେ ଅ, ଆ ଲେଖି ଘୋଷାଉଛନ୍ତି ତ, ଆଉ ପୁଣି ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ପିଲାଙ୍କୁ ବହି ଧରି ପଢାଉଛନ୍ତି। ପିଲା ମାନେ ମଧ୍ୟ ମନ ଦେଇ ପଢୁଛନ୍ତି। ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ବ୍ଲକ ପାହାଡିଆ ଅଞ୍ଚଳ ରେ ଥିବା ଚଢ଼େୟାଗର୍ଦ୍ଧ ଗାଁ।  କରୋନା ପାଇଁ ଦେଢ଼ ବର୍ଷ ହୋଇଗଲା ବିଦ୍ୟାଳୟ ବନ୍ଦ ହୋଇ ରହିଛି । ତେଣୁ ପିଲାଙ୍କ ପାଠ ପଢିବା ସ୍ବପ୍ନ ମଧ୍ୟ ଯେମିତି ଅଧୁରା ହୋଇରହି ଯାଇଛି। ଏହି ପରି ସ୍ଥଳେ ସରକାର ଅନଲାଇନ ଜରିଆରେ ମୋବାଇଲରେ ଶିକ୍ଷା ଦାନ ନେଇ ପଦକ୍ଷେପ ନେଇଛନ୍ତି। ତେବେ ଏହି ଅପହଞ୍ଚ ଇଲାକାରେ ବା ମୋବାଇଲ ନେଟ ୱାର୍କ ଆସିବ କେମିତି । ତାପରେ ବି ଏହି ଗରିବ ଆଦିବାସୀ ପରିବାର କେଉଁଠୁ ବା ଆଣିବେ ସ୍ମାର୍ଟ ଫୋନ। ତେଣୁ ଏମିତି ଘର ବାରଣ୍ଡାରେ ବସି ପାଠ ପଢ଼ାଉଛନ୍ତି ଶିକ୍ଷକ ।

ଆଜି ଗୁରୁ ଦିବସ। ଏହି ଦିନ ସଭିଏଁ ଗୁରୁଙ୍କୁ ସ୍ମରଣ କରିଥାନ୍ତି। ଗୁରୁଙ୍କୁ ପୂଜା ଅର୍ଚ୍ଚନା କରାଯାଏ। ତେବେ ବିନା ଗୁରୁରେ କୌଣସି କାର୍ଯ୍ୟରେ ସଫଳତା ମିଳେ ନାହିଁ ତାହା ଆମେ ସଭିଏଁ ଜାଣିଛେ । କହିବାକୁ ଗଲେ ଆମ ସମସ୍ତଙ୍କ ଜୀବନରେ ଶିକ୍ଷକଙ୍କ ବହୁତ ଅବଦାନ ରହିଥାଏ। ତେବେ ଦେଢ଼ ବର୍ଷ ହୋଇଗଲା କରୋନା ପାଇଁ ବନ୍ଦ ହୋଇରହିଛି ବିଦ୍ୟାଳୟ। ପିଲାଙ୍କ ପାଠ ପଢିବା ପାଇଁ ସରକାର ବହୁ ଯୋଜନା ବି ‘ କରିଛନ୍ତି, ତେବେ ଅପହଞ୍ଚ ସ୍ଥାନରେ ତାହା ସମ୍ଭବ ହେଉନଥିବାରୁ ଅଭିଭାବକଙ୍କ ଘର ବାରଣ୍ଡାରେ ଶିକ୍ଷକ ପହଞ୍ଚି ପାଠ ପଢ଼ାଉଛନ୍ତି ।

ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ମୁହଁରେ ମାସ୍କ ପିନ୍ଧି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଯାଏଁ ପଢୁଥିବା ୪୩ ଜଣ ଛାତ୍ର ଛାତ୍ରୀଙ୍କୁ ଗାଁ ର ବିଭିନ୍ନ ଘର ବାରଣ୍ଡାରେ ଶିକ୍ଷା ଦାନ କରାଯାଉଥିବା ବେଳେ, ସି ଆର ସି ସି ଓ ଅନ୍ୟ ଶିକ୍ଷକ ମାନେ ଏହାକୁ ମନିଟର କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଗୁରୁ ଦିବସ ପାଳନରେ କରୋନା ପ୍ରତିବନ୍ଧକ ସାଜିଥିଲେ ମଧ୍ୟ ପିଲାଙ୍କ ଘର ବାରଣ୍ଡାରେ ପହଁଚି ଗୁରୁ ପାଠ ପଢ଼ାଉଛନ୍ତି। ଏହା ନାହାତୀ ଆନନ୍ଦ ଦେଉଛି ଆଜିର ଦିନରେ। ଅନ୍ଯପଟେ ପିଲାଙ୍କୁ ଭଲ ମଣିଷ ସହ ଶିକ୍ଷିତ କରାଇବାରେ ଖୁସି ଥାଏ ବୋଲି କହିଛନ୍ତି ସି ଆର ସି ସି ।

କେବଳ ଏହି ଗୋଟିଏ ଗାଁ ନୁହେଁ ଅନେକ ଗାଁରେ ଏମିତି ଶିକ୍ଷକମାନେ ପହଞ୍ଚି ପିଲାଙ୍କୁ ଶିକ୍ଷାଦାନ କରିବାକୁ ଉଦ୍ୟମ କରୁଛନ୍ତି। ଦର୍ଶକବନ୍ଧୁ ଜୀବନରେ ମାତା-ପିତା,ଭାଇ-ଭଉଣୀ ,ସ୍ବାମୀ-ସ୍ତ୍ରୀର ସଂପର୍କଠାରୁ ଖୁବ ନିଆରା ଏହି ଗୁରୁ-ଶିଷ୍ଯଙ୍କ ସଂପର୍କ। ଏଥିପାଇଁ ତ ଦୁନିଆରେ ସବୁଠାରୁ ଉଚ୍ଚ ସ୍ଥାନରେ ଗୁରୁ୍ଙ୍କୁ ଦିଆଯାଇଛି। ଏପରି ମଧ୍ୟ କୁହାଯାଇଥାଏ କି, ଗୁରୁଙ୍କ ବିନା ଶିକ୍ଷା ତଥା ଜ୍ଞାନ ଅଧୁରା । ଗୁରୁଙ୍କୁ ଭଗବାନଙ୍କ ସହ ତୁଳନା କରାଯାଏ। ତେଣୁ ଆଜିର ଏହି ପବିତ୍ର ଦିନରେ ସେମାନଙ୍କୁ କୋଟି କୋଟି ପ୍ରଣାମ।

 

Sonalisa

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

30 seconds ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

17 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

50 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

52 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

58 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago