ଏମିତି ଶିକ୍ଷକଙ୍କୁ କୋଟି କୋଟି ପ୍ରଣାମ: ଅପହଞ୍ଚ ଇଲାକାରେ ଘର ଘର ବୁଲି ପଢ଼ାଉଛନ୍ତି ପାଠ

ବ୍ରହ୍ମପୁର(କେନ୍ଯୁଜ୍) : ଘର ବାରଣ୍ଡାରେ ବସି ପାଠ ପଢ଼ାଉଛନ୍ତି ଶିକ୍ଷକ। ପ୍ରଥମ ଶ୍ରେଣୀରେ ନା ଲେଖାଇଥିବା ଶିଶୁଙ୍କୁ ସିଲଟ ପଟାରେ ଚକ୍ ଖଡ଼ିରେ ଅ, ଆ ଲେଖି ଘୋଷାଉଛନ୍ତି ତ, ଆଉ ପୁଣି ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ପିଲାଙ୍କୁ ବହି ଧରି ପଢାଉଛନ୍ତି। ପିଲା ମାନେ ମଧ୍ୟ ମନ ଦେଇ ପଢୁଛନ୍ତି। ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ବ୍ଲକ ପାହାଡିଆ ଅଞ୍ଚଳ ରେ ଥିବା ଚଢ଼େୟାଗର୍ଦ୍ଧ ଗାଁ। କରୋନା ପାଇଁ ଦେଢ଼ ବର୍ଷ ହୋଇଗଲା ବିଦ୍ୟାଳୟ ବନ୍ଦ ହୋଇ ରହିଛି । ତେଣୁ ପିଲାଙ୍କ ପାଠ ପଢିବା ସ୍ବପ୍ନ ମଧ୍ୟ ଯେମିତି ଅଧୁରା ହୋଇରହି ଯାଇଛି। ଏହି ପରି ସ୍ଥଳେ ସରକାର ଅନଲାଇନ ଜରିଆରେ ମୋବାଇଲରେ ଶିକ୍ଷା ଦାନ ନେଇ ପଦକ୍ଷେପ ନେଇଛନ୍ତି। ତେବେ ଏହି ଅପହଞ୍ଚ ଇଲାକାରେ ବା ମୋବାଇଲ ନେଟ ୱାର୍କ ଆସିବ କେମିତି । ତାପରେ ବି ଏହି ଗରିବ ଆଦିବାସୀ ପରିବାର କେଉଁଠୁ ବା ଆଣିବେ ସ୍ମାର୍ଟ ଫୋନ। ତେଣୁ ଏମିତି ଘର ବାରଣ୍ଡାରେ ବସି ପାଠ ପଢ଼ାଉଛନ୍ତି ଶିକ୍ଷକ ।
ଆଜି ଗୁରୁ ଦିବସ। ଏହି ଦିନ ସଭିଏଁ ଗୁରୁଙ୍କୁ ସ୍ମରଣ କରିଥାନ୍ତି। ଗୁରୁଙ୍କୁ ପୂଜା ଅର୍ଚ୍ଚନା କରାଯାଏ। ତେବେ ବିନା ଗୁରୁରେ କୌଣସି କାର୍ଯ୍ୟରେ ସଫଳତା ମିଳେ ନାହିଁ ତାହା ଆମେ ସଭିଏଁ ଜାଣିଛେ । କହିବାକୁ ଗଲେ ଆମ ସମସ୍ତଙ୍କ ଜୀବନରେ ଶିକ୍ଷକଙ୍କ ବହୁତ ଅବଦାନ ରହିଥାଏ। ତେବେ ଦେଢ଼ ବର୍ଷ ହୋଇଗଲା କରୋନା ପାଇଁ ବନ୍ଦ ହୋଇରହିଛି ବିଦ୍ୟାଳୟ। ପିଲାଙ୍କ ପାଠ ପଢିବା ପାଇଁ ସରକାର ବହୁ ଯୋଜନା ବି ‘ କରିଛନ୍ତି, ତେବେ ଅପହଞ୍ଚ ସ୍ଥାନରେ ତାହା ସମ୍ଭବ ହେଉନଥିବାରୁ ଅଭିଭାବକଙ୍କ ଘର ବାରଣ୍ଡାରେ ଶିକ୍ଷକ ପହଞ୍ଚି ପାଠ ପଢ଼ାଉଛନ୍ତି ।
ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ମୁହଁରେ ମାସ୍କ ପିନ୍ଧି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଯାଏଁ ପଢୁଥିବା ୪୩ ଜଣ ଛାତ୍ର ଛାତ୍ରୀଙ୍କୁ ଗାଁ ର ବିଭିନ୍ନ ଘର ବାରଣ୍ଡାରେ ଶିକ୍ଷା ଦାନ କରାଯାଉଥିବା ବେଳେ, ସି ଆର ସି ସି ଓ ଅନ୍ୟ ଶିକ୍ଷକ ମାନେ ଏହାକୁ ମନିଟର କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଗୁରୁ ଦିବସ ପାଳନରେ କରୋନା ପ୍ରତିବନ୍ଧକ ସାଜିଥିଲେ ମଧ୍ୟ ପିଲାଙ୍କ ଘର ବାରଣ୍ଡାରେ ପହଁଚି ଗୁରୁ ପାଠ ପଢ଼ାଉଛନ୍ତି। ଏହା ନାହାତୀ ଆନନ୍ଦ ଦେଉଛି ଆଜିର ଦିନରେ। ଅନ୍ଯପଟେ ପିଲାଙ୍କୁ ଭଲ ମଣିଷ ସହ ଶିକ୍ଷିତ କରାଇବାରେ ଖୁସି ଥାଏ ବୋଲି କହିଛନ୍ତି ସି ଆର ସି ସି ।
କେବଳ ଏହି ଗୋଟିଏ ଗାଁ ନୁହେଁ ଅନେକ ଗାଁରେ ଏମିତି ଶିକ୍ଷକମାନେ ପହଞ୍ଚି ପିଲାଙ୍କୁ ଶିକ୍ଷାଦାନ କରିବାକୁ ଉଦ୍ୟମ କରୁଛନ୍ତି। ଦର୍ଶକବନ୍ଧୁ ଜୀବନରେ ମାତା-ପିତା,ଭାଇ-ଭଉଣୀ ,ସ୍ବାମୀ-ସ୍ତ୍ରୀର ସଂପର୍କଠାରୁ ଖୁବ ନିଆରା ଏହି ଗୁରୁ-ଶିଷ୍ଯଙ୍କ ସଂପର୍କ। ଏଥିପାଇଁ ତ ଦୁନିଆରେ ସବୁଠାରୁ ଉଚ୍ଚ ସ୍ଥାନରେ ଗୁରୁ୍ଙ୍କୁ ଦିଆଯାଇଛି। ଏପରି ମଧ୍ୟ କୁହାଯାଇଥାଏ କି, ଗୁରୁଙ୍କ ବିନା ଶିକ୍ଷା ତଥା ଜ୍ଞାନ ଅଧୁରା । ଗୁରୁଙ୍କୁ ଭଗବାନଙ୍କ ସହ ତୁଳନା କରାଯାଏ। ତେଣୁ ଆଜିର ଏହି ପବିତ୍ର ଦିନରେ ସେମାନଙ୍କୁ କୋଟି କୋଟି ପ୍ରଣାମ।