Below header

ଟୋକିଓ ପାରାଅଲିମ୍ପିକ୍ସରେ ଭାରତକୁ ପଞ୍ଚମ ସ୍ବର୍ଣ୍ଣ, ବ୍ଯାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ କ୍ରିଷ୍ଣା ନାଗର

ଟୋକିଓ ପାରାଅଲିମ୍ପିକ୍ସର ଶେଷ ଦିନରେ ଭାରତ ଉପରେ ପଦକ ବର୍ଷା ହୋଇଛି । ଭାରତକୁ ମିଳିଛି ଆଉ ସ୍ବର୍ଣ୍ଣ ପଦକ। ଭାରତ ପାଇଁ ପଞ୍ଚମ ଗୋଲ୍ଡ ମେଡ଼ାଲ ଜିତିଲେ କ୍ରିଷ୍ଣା ନାଗର। ବ୍ୟାଡ଼ମିଣ୍ଟନ୍ ପୁରୁଷ ଏସଏଚ୍‌-୬ ବର୍ଗ ସିଙ୍ଗଲ୍ସରେ ଭାରତର କ୍ରିଷ୍ଣା ନାଗର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତର ପଦକ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ଭାରତରେ ବର୍ତ୍ତମାନ ୫ ଟି ସ୍ୱର୍ଣ୍ଣ, ୮ ଟି ରୌପ୍ୟ ଏବଂ ୬ ଟି ବ୍ରୋଞ୍ଜ ପଦକ ମିଳିଛି ।

ଭାରତୀୟ ବ୍ୟାଡ଼ମିଣ୍ଟନ ଖେଳାଳି କ୍ରିଷ୍ଣା ନାଗର ଟୋକିଓ ପାରଅଲିମ୍ପିକ୍ସରେ ଧମାକେଦାର ପ୍ରଦର୍ଶନ କରିବା ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ରବିବାର ବ୍ୟାଡ଼ମିଣ୍ଟନ ପୁରୁଷ ଏସଏଚ୍‌-୬ ବର୍ଗ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ହଂଗକଂଗର ଚୁ ମାନକୁ ୨୧-୧୭, ୧୬-୨୧-୨୧-୧୭ରେ ମାତ୍ ଦେଇ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ମାତ୍ର ୪୩ ମିନିଟ୍ ମୁକାବିଲା କରି କ୍ରିଷ୍ଣା ନାଗର ଗୋଲ୍ଡ ପଦକ ଜିତିଛନ୍ତି।

ପାରାଅଲିମ୍ପିକ୍ସରେ କ୍ରିଷ୍ଣା ନାଗର ବ୍ୟାଡ଼ମିଣ୍ଟନ ଇଭେଣ୍ଟରେ ପ୍ରମେଦ ଭଗତଙ୍କ ପରେ ଗୋଲ୍ଡ ମେଡ଼ାଲ ଜିତିଥିବା ଦ୍ବିତୀୟ ଭାରତୀୟ ସଟଲର ହୋଇସାରିଛିନ୍ତି। ଫଳରେ ପଦକ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.