ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଏବଂ ତାଙ୍କ ପୁଅ ମନୋରଞ୍ଜନଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ,କାଲି ଆବେଦନ କରିପାରେ

କେନ୍ୟୁଜ୍(ବ୍ୟୁରୋ):ଜେଲ୍‌ରେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଏବଂ ତାଙ୍କ ପୁଅ ମନୋରଞ୍ଜନ। ଅଧିକ ଖୋଳତାଡ ଓ ତଥ୍ୟ ସଂଗ୍ରହ ପାଇଁ ବାପ-ପୁଅଙ୍କୁ ରିମାଣ୍ଡରେ ଆଣପାରେ ପୋଲିସ। ଏଥିପାଇଁ ଆସନ୍ତାକାଲି କୋର୍ଟରେ ରିମାଣ୍ଡ ଆବେଦନ କରିପାରେ। ବାପ-ପୁଅଙ୍କୁ ରିମାଣ୍ଡରେ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପଟେ ଘଟଣାରେ ପୂର୍ବରୁ ଗିରଫ ହୋଇ ରିମାଣ୍ଡରେ ଆସିଥିବା ୩ ଅଭିଯୁକ୍ତଙ୍କ ଆଜି ରିମାଣ୍ଡ ଅବଧି ଶେଷ ହେଉଛି।

ସ୍ୱପ୍ନେଶ୍ୱର, ଟୁଲୁ ବେହେରା ଓ ବୈକୁଣ୍ଠଙ୍କୁ ଆଜି କୋର୍ଟରେ ହାଜର କରିବ ପୋଲିସ। ରିମାଣ୍ଡ ସମୟରେ ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ଅନେକ ଗୁକୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ସୂଚନା ମିଳିଛି। ଏହି ସୂଚନା ଆଧାରରେ ବାପ-ପୁଅଙ୍କୁ ଜେରା କରିବେ ତଦନ୍ତକାରୀ ଅଧିକାରୀ। ବୋଲଗଡ଼ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ବାପ-ପୁଅଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.