ରାଜ୍ୟ

ଠାକୁରଙ୍କୁ ବି ଛାଡ଼ିଲେନି ଲୁଟେରା, ଦାନବାକ୍ସ ଭାଙ୍ଗି ଲୁଟିନେଲେ ଟଙ୍କା ପଇସା

ହିନ୍ଦୋଳ (କେନ୍ୟୁଜ): ଶେଷରେ ଠାକୁରଙ୍କୁ ବି ଛାଡ଼ିଲେ ନାହିଁ ଲୁଟେରା । ନାଁ ଭଗବାନଙ୍କ ପ୍ରତି ରହିଛି ଭକ୍ତି ନାଁ ମନରେ ଅଛି ଭୟ । କେବଳ ମାତିଛନ୍ତି ଲୁଟ୍ କରିବାରେ । ସଞ୍ଜ ନଇଁଲେ ମାତୁଛନ୍ତି ଏହି ଚୋର । କରୁଛନ୍ତି ଲୁଟ୍‌ ପାତ୍‌ ସେ କାହା ଘର ହେଉ ବା ରାସ୍ତାରେ । ଲୁଟ୍‌ କରିବାରେ ଟିକେ ବି ଛାଡ଼ୁ ନାହାଁନ୍ତି କିଛି ସୂରାକ୍‌ । ଲୋକେ ସତର୍କ ହୋଇଯିବା ପରେ ଆଉ ଏବେ କୋଉଠି କିଛି ନ ପାଇ ଶେଷରେ ମନ୍ଦିରରେ କରୁଛନ୍ତି ଲୁଟ୍‌ । ରାତିଅଧରେ ମନ୍ଦିରରେ ପଶି ବୁଲାଉଛନ୍ତି କଳାକନା । ଏବେ ଚୋରର ଟାର୍ଗେଟ ରହିଛି ସମସ୍ତ ମନ୍ଦିର ଉପରେ । ଗୋଟିଏ ରାତିରେ ଏକା ସହ ୩ ଟି ମନ୍ଦିରରୁ ଲୁଟ୍ ହୋଇଛି ।

ଠାକୁରଙ୍କ ଦାନବାକ୍ସ ଭାଙ୍ଗି ଲୁଟିନେଇ ଯାଇଛନ୍ତି ଟଙ୍କା ପଇସା । ତେବେ ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ରାତିରେ ଢେଙ୍କାନାଳରେ ଘଟିଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଗ୍ରାମର ତିନୋଟି ମନ୍ଦିରରୁ ଗତ ରାତିରେ ଦାନବାକ୍ସ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଦୁର୍ବୁତ୍ତ ମାନେ ରାସୋଳ କାଳୀ ମନ୍ଦିର, ଜଗନ୍ନାଥ ମନ୍ଦିର ଏବଂ ମଙ୍ଗଳା ମନ୍ଦିରରୁ ତାଲା ଭାଙ୍ଗି ଦାନବାକ୍ସ ଚୋରୀ କରି ନେଇଛନ୍ତି । ନିକଟରେ ଥିବା ଏକ ପୋଖରୀ କୂଳରେ ଖାଲି ବାକ୍ସ ଗୁଡିକ ପକାଇ ଦେଇଛନ୍ତି ।

ଆଜି ସକାଳେ ପୂଜକ ମନ୍ଦିର ଖୋଲିବାକୁ ଆସିଥିବାବେଳେ ତାଲା ଭଙ୍ଗାଯାଇଥିବାର ଦେଖିଥିଲେ । ଏନେଇ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସକାଳୁ ଏ ନେଇ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା ଯାହାପରେ ପୋଲିସ ଏନେଇ ଅଧିକ ଛାନଭିନ ଆରମ୍ଭ କରିଛି ଏବଂ ଖୁବ ଶୀଘ୍ର ଚୋରକୁ ଧରିବାର ଚେଷ୍ଟା କରୁଛନ୍ତି ପୋଲିସ ଅଧିକାରୀ । ଏହି ଲୁଟେରାଙ୍କୁ ଖୋଜିବା ପାଇଁ ପୋଲିସ ଏବେ ବି ତଦନ୍ତ ଜାରି ରଖିଛି ଏବଂ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

KNews Bureau

Recent Posts

ରେଲୱେରେ ଲୋକ ପାଇଲଟ ଏବଂ ଟ୍ରେନ ମ୍ୟାନେଜର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଦକ୍ଷିଣ ପୂର୍ବ ରେଲୱେରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବଂ…

14 mins ago

ଟ୍ୱିନ୍ ସିଟିରେ ଢାଳିଲା ବର୍ଷା, ବୁଡିଗଲା ଜେସିବି

ଭୁବନେଶ୍ୱର(କେନ୍ୟୁଜ୍‌): ତାଣ୍ଡବ କଲା କାଳବୈଶାଖୀ । ଦିନରେ ଅଗ୍ନି ବର୍ଷା, ରାତିରେ ଜଳ ବର୍ଷା। ରାତିରେ ଟ୍ୱିନ୍ ସିଟିରେ ଢାଳିଲା…

54 mins ago

ଟାଙ୍କିରେ ପକାଇ ୪ ଛୁଆଙ୍କ ଜୀବନ ନେଲା ମା’, ନିଜେ ବି ଜୀବନ ହାରିବା ପାଇଁ କରିଥିଲା ଚେଷ୍ଟା

ରାଜସ୍ଥାନ ବାଡ଼ମେର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମା’ ନିଜ ୪ ଛୁଆଙ୍କୁ ପାଣି…

58 mins ago

ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା, ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର : ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ବେଳେ ବଜ୍ରପାତ । ବଜ୍ରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ୬ ଜଣଙ୍କ…

1 hour ago

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ, ଚେକ୍ କରନ୍ତୁ ଆଜିର ଦର

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ ।  ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଛି ।…

2 hours ago

ବାଇକ୍‌ ନେଇ ଫେରାର ମାରୁଥିଲା ଚୋର, ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ

ଜଳେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଟୁଲଗେଟ ବଜାରରେ ଘଟିଛି ଏମିତି ଘଟଣା । ଗତ କାଲି ଅପରାହ୍ନ…

2 hours ago