Below header

ଠାକୁରଙ୍କୁ ବି ଛାଡ଼ିଲେନି ଲୁଟେରା, ଦାନବାକ୍ସ ଭାଙ୍ଗି ଲୁଟିନେଲେ ଟଙ୍କା ପଇସା

ଠାକୁରଙ୍କ ଦାନବାକ୍ସ ଭାଙ୍ଗି ଲୁଟିନେଇଯାଇଛନ୍ତି ଟଙ୍କା ପଇସା । ତେବେ ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ରାତିରେ ଢେଙ୍କାନାଳରେ ଘଟିଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଗ୍ରାମର ତିନୋଟି ମନ୍ଦିରରୁ ଗତ ରାତିରେ ଦାନବାକ୍ସ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।

ହିନ୍ଦୋଳ (କେନ୍ୟୁଜ): ଶେଷରେ ଠାକୁରଙ୍କୁ ବି ଛାଡ଼ିଲେ ନାହିଁ ଲୁଟେରା । ନାଁ ଭଗବାନଙ୍କ ପ୍ରତି ରହିଛି ଭକ୍ତି ନାଁ ମନରେ ଅଛି ଭୟ । କେବଳ ମାତିଛନ୍ତି ଲୁଟ୍ କରିବାରେ । ସଞ୍ଜ ନଇଁଲେ ମାତୁଛନ୍ତି ଏହି ଚୋର । କରୁଛନ୍ତି ଲୁଟ୍‌ ପାତ୍‌ ସେ କାହା ଘର ହେଉ ବା ରାସ୍ତାରେ । ଲୁଟ୍‌ କରିବାରେ ଟିକେ ବି ଛାଡ଼ୁ ନାହାଁନ୍ତି କିଛି ସୂରାକ୍‌ । ଲୋକେ ସତର୍କ ହୋଇଯିବା ପରେ ଆଉ ଏବେ କୋଉଠି କିଛି ନ ପାଇ ଶେଷରେ ମନ୍ଦିରରେ କରୁଛନ୍ତି ଲୁଟ୍‌ । ରାତିଅଧରେ ମନ୍ଦିରରେ ପଶି ବୁଲାଉଛନ୍ତି କଳାକନା । ଏବେ ଚୋରର ଟାର୍ଗେଟ ରହିଛି ସମସ୍ତ ମନ୍ଦିର ଉପରେ । ଗୋଟିଏ ରାତିରେ ଏକା ସହ ୩ ଟି ମନ୍ଦିରରୁ ଲୁଟ୍ ହୋଇଛି ।

ଠାକୁରଙ୍କ ଦାନବାକ୍ସ ଭାଙ୍ଗି ଲୁଟିନେଇ ଯାଇଛନ୍ତି ଟଙ୍କା ପଇସା । ତେବେ ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ରାତିରେ ଢେଙ୍କାନାଳରେ ଘଟିଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଗ୍ରାମର ତିନୋଟି ମନ୍ଦିରରୁ ଗତ ରାତିରେ ଦାନବାକ୍ସ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଦୁର୍ବୁତ୍ତ ମାନେ ରାସୋଳ କାଳୀ ମନ୍ଦିର, ଜଗନ୍ନାଥ ମନ୍ଦିର ଏବଂ ମଙ୍ଗଳା ମନ୍ଦିରରୁ ତାଲା ଭାଙ୍ଗି ଦାନବାକ୍ସ ଚୋରୀ କରି ନେଇଛନ୍ତି । ନିକଟରେ ଥିବା ଏକ ପୋଖରୀ କୂଳରେ ଖାଲି ବାକ୍ସ ଗୁଡିକ ପକାଇ ଦେଇଛନ୍ତି ।

ଆଜି ସକାଳେ ପୂଜକ ମନ୍ଦିର ଖୋଲିବାକୁ ଆସିଥିବାବେଳେ ତାଲା ଭଙ୍ଗାଯାଇଥିବାର ଦେଖିଥିଲେ । ଏନେଇ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସକାଳୁ ଏ ନେଇ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା ଯାହାପରେ ପୋଲିସ ଏନେଇ ଅଧିକ ଛାନଭିନ ଆରମ୍ଭ କରିଛି ଏବଂ ଖୁବ ଶୀଘ୍ର ଚୋରକୁ ଧରିବାର ଚେଷ୍ଟା କରୁଛନ୍ତି ପୋଲିସ ଅଧିକାରୀ । ଏହି ଲୁଟେରାଙ୍କୁ ଖୋଜିବା ପାଇଁ ପୋଲିସ ଏବେ ବି ତଦନ୍ତ ଜାରି ରଖିଛି ଏବଂ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.