Below header

ୟାମି ଗୌତମଙ୍କ ଫିଲ୍ମ ‘Article 370’କୁ ନେଇ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ସୋସିଆଲ ମିଡିଆରେ ସେୟାର କରି ୟାମି ଜଣାଇଲେ ଧନ୍ୟବାଦ

ଫିଲ୍ମ ‘ଆର୍ଟିକଲ୍‌ ୩୭୦’ ର ଟ୍ରେଲର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ଏବଂ ଏହାର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରାଯାଇଥିଲା । ଏଥି ସହିତ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୟାମି ଗୌତମଙ୍କ ‘ଆର୍ଟିକଲ୍‌ ୩୭୦’ ଉପରେ ନିଜର ରିଆକ୍ସନ୍‌ ଦେଇଛନ୍ତି ।

ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମଙ୍କ ଫିଲ୍ମ ‘ଆର୍ଟିକଲ୍‌ ୩୭୦’ ଆଜି ଅର୍ଥାତ ଫେବୃଆରୀ ୨୩ରେ ସିନେମା ହଲ୍‌ରେ ରିଲିଜ୍‌ ହୋଇଛି । ତେବେ ‘ଆର୍ଟିକଲ୍‌ ୩୭୦’ଏକ ପଲିଟିକାଲ୍‌ ଡ୍ରାମା ଫିଲ୍ମ । ଏହି ଫିଲ୍ମଟି କାଶ୍ମୀରରେ ସମ୍ବିଧାନର ଧାରା ୩୭୦ ହଟାଇବା ସମୟରେ ସରକାରଙ୍କୁ କେତେ ସଂଘର୍ଷ କରିବାକୁ ପଡୁଥିଲା ଏହାର ଷ୍ଟୋରି ଉପରେ ଆଧାରିତ ହୋଇଛି । ଏହି ଫିଲ୍ମରେ ୟାମି ଜଣେ ଇଣ୍ଟେଲିଜେନ୍ସ ଅଫିସର ଭୂମିକାରେ ଅଭିନୟ କରିଛନ୍ତି ।

ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ଏବଂ ଏହାର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରାଯାଇଥିଲା । ଏଥି ସହିତ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୟାମି ଗୌତମଙ୍କ ‘ଆର୍ଟିକଲ୍‌ ୩୭୦’ ଉପରେ ନିଜର ରିଆକ୍ସନ୍‌ ଦେଇଛନ୍ତି ।

ଜାମ୍ମୁର ମୌଲାନା ଆଜାଦ ଷ୍ଟାଡିୟମରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟାମି ଗୌତମଙ୍କ ଫିଲ୍ମ ‘ଆର୍ଟିକଲ୍‌ ୩୭୦’ ବିଷୟରେ କହିଥିଲେ । ସେ କହିଛନ୍ତି, ‘‘ ଶୁଣିଛି ଯେ ଏହି ସପ୍ତାହରେ ଫିଲ୍ମ ‘ଆର୍ଟିକଲ୍‌ ୩୭୦’ ରିଲିଜ ହେବାକୁ ଯାଉଛି, ଜାମ୍ମୁବାସୀଙ୍କ ଜୟ ଜୟ କାର ସମଗ୍ର ଦେଶରେ ଶୁଣିବାକୁ ଯାଉଛି । ମୁଁ ଜାଣେ ନାହିଁ ଏହା କେଉଁ ପ୍ରକାରର ଫିଲ୍ମ କିନ୍ତୁ ଗତକାଲି ମୁଁ ଟିଭିରେ ଶୁଣିଥିଲି ଯେ ଏଭଳି ଫିଲ୍ମ ୩୭୦ ରେ ଆସୁଛି । ଏହା ଭଲ ଯେ ଲୋକଙ୍କ ପାଇଁ ସଠିକ୍ ସୂଚନା ପାଇବା ଉପଯୋଗୀ ହେବ । ‘ଫିଲ୍ମ ରିଲିଜ ହେବା ପୂର୍ବରୁ ଏପରି କଥା ସାକ୍ନାକୁ ଆସିଛି ।

ଅଭିନେତ୍ରୀ ୟାମି ଗୌତମ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ୟାମି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଫିଲ୍ମ ‘ଆର୍ଟିକଲ୍‌ ୩୭୦’ ବିଷୟରେ କୁହାଯାଇଥିବା କଥା ପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ୟାମି ଲେଖିଛନ୍ତି, ‘‘ପ୍ରଧାନମନ୍ତ୍ରୀ ମୋଦି ଆମ ଫିଲ୍ମ ବିଷୟରେ କଥାବାର୍ତ୍ତା କରିବା ଗର୍ବର ବିଷୟ । ଏହି ଅବିଶ୍ୱାସନୀୟ କାହାଣୀକୁ ପରଦାରେ ଆଣିବାରେ ମୁଁ ଏବଂ ମୋର ଟିମ୍‌ ବହୁତ ଚେଷ୍ଟା କରିଛୁ ।

ୟାମି ଗୌତମ ଅଭିନୀତ ‘ଆର୍ଟିକଲ୍‌ ୩୭୦’ ରେ ପ୍ରିୟମାଣୀ ଏବଂ ଅରୁଣ ଗୋବିଲ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ୟାମି ଏହି ଫିଲ୍ମରେ ଜଣେ ଇଣ୍ଟେଲିଜେନ୍ସ ଅଫିସର ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିବ, ଯାହାକି ଧାରା 370 ରଦ୍ଦ ଅନୁଯାୟୀ ଜାମ୍ମୁ କାଶ୍ମୀରର ଏହି ଧାରା ହଟାଇବା ଉପରେ ତିଆରି କରାଯାଇଛି । ଏହି ଫିଲ୍ମକୁ ରାଷ୍ଟ୍ରୀ ପୁରସ୍କାର ବିଜେତା ଆଦିତ୍ୟ ସୁହାସ ଜଭାଲେ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମ ‘ଆର୍ଟିକଲ୍‌ ୩୭୦’କୁ ଜ୍ୟୋତି ଦେଶପାଣ୍ଡେ, ଆଦିତ୍ୟ ଧର ଏବଂ ଲୋକେଶ ଧରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମଟି ଫେବୃଆରୀ ୨୩ ଅର୍ଥାତ୍ ଆଜି ସାରା ବିଶ୍ୱରେ ସିନେମା ହଲ୍‌ରେ ରିଲିଜ୍‌ ହେବ ।

 

View this post on Instagram

 

A post shared by Yami Gautam Dhar (@yamigautam)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.