ନିଜର ଡେବ୍ୟୁ ମ୍ୟାଚ୍‌ରେ ମା’ଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ, ପୁଣି ଜବରଦସ୍ତ ବୋଲିଂ କରି ହଇଚଇ ସୃଷ୍ଟି କଲେ ଆକାଶ ଦୀପ

ରାଞ୍ଚି ଷ୍ଟାଡିୟମରେ ଆକାଶ ଦୀପଙ୍କୁ ଯେତେବେଳେ ଟେଷ୍ଟ୍ କ୍ୟାପ୍ ହସ୍ତାନ୍ତର କରାଯାଇଥିଲା, ସେତେବେଳେ ସେ ପଡ଼ିଆ ବାହାରେ ଛିଡ଼ା ହୋଇଥିବା ନିଜ ମା’ଙ୍କ ପାଖକୁ ଯାଇଥିଲେ । ସେ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରାଞ୍ଚିରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । ଏହି ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତ ତରଫରୁ ଏହି ମ୍ୟାଚ୍ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ଚତୁର୍ଥ ଟେଷ୍ଟ ମ୍ୟାଚରେ ବିଶ୍ରାମ ଦିଆଯାଇଛି ।

ଟିମ୍‌ର ଅଭିଜ୍ଞ ଦ୍ରୁତ ବୋଲର ବୁମ୍‌ରାଙ୍କ ଅନୁପସ୍ଥିତିରେ ଆକାଶ ଦୀପଙ୍କୁ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ମିଳିଛି । ରାଞ୍ଚିରେ କୋଚ୍ ରାହୁଲ ଦ୍ରାବିଡଙ୍କଠାରୁ ଆକାଶ ଦୀପଙ୍କୁ ଟେଷ୍ଟ କ୍ୟାପ୍ ମିଳିଛି । ଆକାଶ ଦୀପ ଭାରତ ତରଫରୁ ଟେଷ୍ଟ କ୍ରିକେଟ୍ ଖେଳିବାରେ ୩୧୩ତମ ଖେଳାଳି ହୋଇଛନ୍ତି ।

ରାଞ୍ଚି ଷ୍ଟାଡିୟମରେ ଆକାଶ ଦୀପଙ୍କୁ ଯେତେବେଳେ ଟେଷ୍ଟ୍ କ୍ୟାପ୍ ହସ୍ତାନ୍ତର କରାଯାଇଥିଲା, ସେତେବେଳେ ସେ ପଡ଼ିଆ ବାହାରେ ଛିଡ଼ା ହୋଇଥିବା ନିଜ ମା’ଙ୍କ ପାଖକୁ ଯାଇଥିଲେ । ସେ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ତାଙ୍କ ପରିବାର ସଦସ୍ୟ ମଧ୍ୟ ବହୁତ ଭାବପ୍ରବଣ ନଜର ଆସିଥିଲେ ।

ନିଜର ଡେବ୍ୟୁ ମ୍ୟାଚରେ ଆକାଶ ଦୀପ ଇଂଲଣ୍ଡ ବିପକ୍ଷରେ ଜବରଦସ୍ତ ବୋଲିଂ କରିଥିଲେ । ସେ ତିନୋଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି । ନିଜର ପ୍ରଥମ ଟେଷ୍ଟ ମ୍ୟାଚରେ ହିଁ ଆକାଶ ଦୀପ ହଇଚଇ ସୃଷ୍ଟି କରିଛନ୍ତି । କହି ରଖୁଛୁ, ୨୦୨୦ ମସିହାରେ ଆଇପିଏଲ୍ ନିଲାମୀ ସମୟରେ ଆକାଶ ଦୀପଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା ।

You might also like