Below header

ପେନ୍ଥା ପେନ୍ଥା ବଉଳରେ ଶୋଭା ପାଉଛି ଧରଣୀ ରାଣୀ, ସତେ ଯେମିତି ସୁନା ଅଳଙ୍କାର ପିନ୍ଧି ସଜେଇ ହୋଇଛି..

ସଜେଇ ହୋଇଛି ଧରଣୀ ରାଣୀ । ଆମ୍ବ ଗଛରେ ଫଳିଛି ପେନ୍ଥା ପେନ୍ଥା ବଉଳ । ବଉଳର ମହକରେ ଚତୁର୍ଦ୍ଦିଗ ମହକି ଉଠୁଛି । ସତେ ଯେପରି ବଉଳ ରାଣୀ ସଜେଇ ହୋଇ ଜଗି ବସିଛି ବସନ୍ତ ଋତୁକୁ ସ୍ୱାଗତ କରିବା ପାଇଁ ।

ଲମତାପୁଟ(କେନ୍ୟୁଜ): ସଜେଇ ହୋଇଛି ଧରଣୀ ରାଣୀ । ଆମ୍ବ ଗଛରେ ଫଳିଛି ପେନ୍ଥା ପେନ୍ଥା ବଉଳ । ବଉଳର ମହକରେ ଚତୁର୍ଦ୍ଦିଗ ମହକି ଉଠୁଛି । ସତେ ଯେପରି ବଉଳ ରାଣୀ ସଜେଇ ହୋଇ ଜଗି ବସିଛି ବସନ୍ତ ଋତୁକୁ ସ୍ୱାଗତ କରିବା ପାଇଁ ।

ଏହିଭଳି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରେ । ଆଉ କିଛି ସମୟର ଅପେକ୍ଷା ପରେ ହେବ ବସନ୍ତ ଋତୁ ଆଗମନ । ବଣ ଜଙ୍ଗଲରେ ପତ୍ର ଝଡା ଆରମ୍ଭ ହେଲାଣି । ଅପେକ୍ଷା କରିଛି ଏକ ନୂଆ ଋତୁକୁ ।

ଜଙ୍ଗଲର ଗଛ ଗୁଡ଼ିକ ପତ୍ର ଝଡି ଖାଲି ଖାଲି ଦେଖା ଯାଉଛି । କିନ୍ତୁ ଏହି ସମୟରେ କୋଇଲିର କୁହୁ କୁହୁ ସ୍ୱର ସହିତ ସାମିଲ ହେବା ପାଇଁ ଧରଣୀ ପୃଷ୍ଠକୁ ଓହ୍ଲେଇ ଆସିଛି ବଉଳ ରାଣୀ । ଆମ୍ବ ଗଛରେ ବଉଳ ଫୁଲରେ ଭର୍ତ୍ତି । ସତେ ଯେମିତି ସୁନା ଅଳଙ୍କାର ପିନ୍ଧି ସଜେଇ ହୋଇ ଜଙ୍ଗଲର ସୌନ୍ଦର୍ଯ୍ୟକୁ ବଢ଼ାଇବା ସହ ବାସ୍ନାରେ ଚତୁର୍ଦ୍ଦିଗ ମହକାଉଛି ।

ରାସ୍ତାରେ ଯାଉଥିବା ବାଟୋଇ ଗଛର ଫୁଲ ଦେଖି କିଛି ସମୟ ଅଟକି ଯାଉଥିବା ବେଳେ କବି ବଉଳ ଦେଖି ତାର ଡାଇରୀରେ କବିତା ଲେଖି ସାଇତି ରଖିବା ସହ ଗୁଣୁ ଗୁଣୁ ହୋଇ ଗୀତ ଗାଈ ଗାଈ ବିମୋହିତ ହୋଇ ଉଠୁଛି । ପ୍ରଜାପତି ଏ ଫୁଲରୁ ସେ ଫୁଲକୁ ଡେଇଁ ଡେଇଁ ନାଚି ଉଠୁଥିବା ବେଳେ ମହୁ ମାଛି ଗୀତ ଗାଇ ଗାଇ ଖାଦ୍ୟ ସଂଗ୍ରହ କରୁଛି।

ଏହି ବର୍ଷ ଲମତାପୁଟ ଅଞ୍ଚଳରେ ଆମ୍ବ ବଉଳ ପ୍ରଚୁର ମାତ୍ରାରେ ହୋଇଥିବାରୁ ଚାଷୀ ମଧ୍ୟ ଆଶାରେ ଅଛି କି ଭଲ ଆମ୍ବ ଫଳିବ ଓ ଚାଷୀ ଆମ୍ବ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରି ପାରିବ । ସତରେ ଏହି ଋତୁ ବେଶ୍ ନିଆରା । ବର୍ଷକେ ଥରେ ଆସେ ଏହି ଋତୁ । ମଣିଷ ପଶୁ ପକ୍ଷୀ ସମସ୍ତେ ମତୁଆଲା କିଏ ତ ଖାଦ୍ୟ ସଂଗ୍ରହ କରିବାରେ ବ୍ୟସ୍ତ କିଏ ତ ଅଧିକ ଫଳ ବିକ୍ରି କରିବା ଆଶାରେ ବ୍ୟସ୍ତ ।

ସତରେ ବେଳେବେଳେ ପ୍ରକୃତିରେ କିଛି ଅସାଧାରଣ ଘଟଣା ଘଟିଥାଏ । ଯେଉଁ ଘଟଣା ଆମକୁ ଆଶ୍ଚର୍ଯ୍ୟ ଲାଗିବା ସହ କୌତୁହଳ ସୃଷ୍ଟି କରିଥାଏ । ଋତୁ ଅନୁଯାୟୀ ବିଭିନ୍ନ ଗଛରେ ଫୁଲ ଫୁଟିବା ସହ ଫଳ ଆସିଥାଏ । ଯାହା ଆମ ମନରେ କୌତୁହଳ ସୃଷ୍ଟି କରିଥାଏ । ସାଧାରଣ ଭାବେ ଫଗୁଣ ମାସରେ ଏହି ଆମ୍ବ ବଉଳ ଆସେ । ଖରାରେ ଆମ୍ବ ପାଚିଥାଏ । ଏହି ଋତୁରେ ଆମେ ସମସ୍ତେ ଆମ୍ବର ମଜା ନେଇଥାଉ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.