କ୍ଷଣକରେ ଚଳନ୍ତା ରେଷ୍ଟୁରାଣ୍ଟରେ ପରିଣତ ହେଲା ଟ୍ରକ, ଭାଇରାଲ ହେଉଛି ଭିଡିଓ

ରେଷ୍ଟୁରାଣ୍ଟ ତ ଆପଣମାନେ ଅନେକ ଦେଖିଥିବେ କିନ୍ତୁ କେବେ ଆପଣ କେବେ ଚଳନ୍ତା ରେଷ୍ଟୁରାଣ୍ଟ ଦେଖିଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଚଳନ୍ତା ରେଷ୍ଟୁରାଣ୍ଟ ବିଷୟରେ ଜଣାଇବୁ ଯାହା ବିଷୟରେ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭାରତର ଜଣାଶୁଣା ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କୁ ତ ଆପଣ ସମସ୍ତେ ନିଶ୍ଚିତ ଭାବରେ ଜାଣିଥିବେ । ତାଙ୍କ ବ୍ୟବସାୟ ସହିତ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି । ସମୟ ସମୟରେ ସେ ଏଭଳି ଭିଡିଓ ସବୁ ସେୟାର କରନ୍ତି ଯାହାକି ତାଙ୍କୁ ପ୍ରଭାବଶାଳୀ ଲାଗେ କିମ୍ବା ଏହା ଏହି ଦୁନିଆ ପାଇଁ କିଛି ପରିବର୍ତ୍ତନ ଆଣିପାରେ । ଏହି କ୍ରମରେ ସେ ସୋସିଆଲ ମିଡିଆରେ ଏକ ନୂତନ ବ୍ୟବସାୟ ମଡେଲର ଏକ ଭିଡିଓ ସେୟାର କରିଛନ୍ତି ।

ଭିଡିଓ ଦେଖିବା ପରେ ଲୋକମାନେ ମଧ୍ୟ ସେମାନଙ୍କର ପ୍ରତିକ୍ରିୟାକୁ ବ୍ୟାପକ ଭାବରେ ସେୟାର କରିଛନ୍ତି । ତେବେ ଆସନ୍ତୁ ଏହି ନୂତନ ବ୍ୟବସାୟ ମଡେଲ ବିଷୟରେ ଜାଣିବା, ଯାହାର ଭିଡିଓ ଆନନ୍ଦ ମହିନ୍ଦ୍ରା ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ କଣ୍ଟେନର୍ ଭଳି କିଛି ଗୋଟିଏ ସ୍ଥାନରେ ଠିଆ ହୋଇଛି ।

ଏହାର ତଳ ଭାଗରେ ଚକ ମଧ୍ୟ ଲାଗିଛି । କିଛି ସମୟ ପରେ ଏହା ବିଭିନ୍ନ ପାର୍ଶ୍ୱରୁ ଖୋଲିବା ଆରମ୍ଭ କରୁଛି । ଯାହା କିଛି ସମୟ ପୂର୍ବରୁ ଏକ କଣ୍ଟେନର୍ ପରି ଦେଖାଯାଉଥିଲା, ଅଳ୍ପ ସମୟ ମଧ୍ୟରେ ଏକ ରେଷ୍ଟୁରାଣ୍ଟରେ ପରିଣତ ହୋଇଯାଇଛି ଯେଉଁଥିରେ ସିଡ଼ିଠାରୁ ଆରମ୍ଭ କରି ସିଟିଙ୍ଗ ଏରିଆ, କାଉଣ୍ଟର ସବୁକିଛି ରହିଛି । ମାତ୍ର ୨୭ ସେକେଣ୍ଡରେ ଏହି କଣ୍ଟେନରର ସମ୍ପୂର୍ଣ୍ଣ ଦୃଶ୍ୟ ପରିବର୍ତ୍ତନ ହୋଇଯାଇ ଏହା ଏକ ରେଷ୍ଟୁରାଣ୍ଟରେ ପରିଣତ ହୋଇଛି । ଏବେ ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ସେୟାର କରିବାବେଳେ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ‘ଫାଷ୍ଟ ଫୁଡ୍ ଏବଂ ଫୁଡ୍ ଟ୍ରକ୍ । ଏବଂ ଏହା ଏକ ଫାଷ୍ଟ ରେଷ୍ଟୁରାଣ୍ଟ ଯାହା ଗତି ମଧ୍ୟ କରିପାରିବ । ଏହା ଏକ ନୂତନ ବ୍ୟବସାୟ ମଡେଲ୍ କାରଣ ଏଥିରେ ରେଷ୍ଟୁରାଣ୍ଟ ପାଇଁ ଦରକାର ହେଉଥିବା ସ୍ଥାନର କୌଣସି ଆବଶ୍ୟକତା ନାହିଁ । ଯେଉଁଠାରେ ମାର୍କେଟ ରହିଛି ଏହି ଗତିଶୀଳ ରେଷ୍ଟୁରାଣ୍ଟ ମଧ୍ୟ ସେଠାକୁ ଯାଇପାରିବ । ଏବେ ପର୍ଯ୍ୟନ୍ତ, ୩ ଲକ୍ଷ ୬୫ ​​ହଜାର ୟୁଜର ଏହି ଭିଡିଓ ଦେଖିଛନ୍ତି । ଭିଡିଓ ଦେଖିବା ପରେ, ଜଣେ ୟୁଜର ଲେଖିଛନ୍ତି – ଏକ ସମୟରେ ଏହା ଫ୍ଲେକ୍ସିବଲ୍ ଏବଂ ଗତିଶୀଳ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି – ଏହା ହେଉଛି ଚାଇନାର ଏକ ଇନୋଭେସନ, ଯାହା ଅତ୍ୟନ୍ତ ପ୍ରଭାବଶାଳୀ । ତୃତୀୟ ୟୁଜର ଲେଖିଛନ୍ତି – ଏହା ଖୁବ ଆଶ୍ଚର୍ଯ୍ୟଜନକ, ଏଥିରେ କୌଣସି ସନ୍ଦେହ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.