ପାଇକମାଳ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ, ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ
ପୋଲିସ-ମାଓବାଦୀ ଗୁଳି ବିନିମୟ । ବରଗଡ଼ ଜିଲ୍ଲା ପାଇକମାଳ ଜଙ୍ଗଲରେ ମୁହାଁମୁହିଁ । ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ପୋଲିସ-ମାଓବାଦୀ ଗୁଳି ବିନିମୟ । ବରଗଡ଼ ଜିଲ୍ଲା ପାଇକମାଳ ଜଙ୍ଗଲରେ ମୁହାଁମୁହିଁ । ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ ହୋଇଛି । ପାଇକମାଳ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ଖବର ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ୍ । ଏତିକିବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏବେ ବି ଅପରେସନ ଜାରି ରହିଛି। ବରଗଡ଼ ମହସମୁଡ ଡିଭିଜନର ମାଓବାଦୀ ଅସ୍ଥାୟୀ ଶିବିର କରି ରହିଥିଲେ ।