ବ୍ୟାକ୍‌ ଗିୟରରେ ଚଲାଇଲେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ କାର୍‌, ପୋଲିସ୍‌ ଅଟକାଇବା ସତ୍ୱେ ମଧ୍ୟ ଅଟକିନଥିଲା କାର୍‌, ଭାଇରାଲ ହେଉଛି ଭିଡିଓ

PCR ରେ ପୋଲିସ ଅଫିସରମାନେ ଏଲିବେଟେଡ୍‌ ରୋଡ୍‌ରେ ବୁଧବାର ରାତି ପ୍ରାୟ ୯ଟା ସମୟରେ ଭୁଲ ଦିଗରେ ଗତି କରୁଥିବା କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ ଆଡକୁ ଆସୁଥିବା କାରର ଡ୍ରାଇଭର କାରକୁ ବ୍ୟାକ୍‌ ଗିୟରରେ ଚଳାଇବା ଆରମ୍ଭ କରିଥିଲେ । ତେବେ ଡ୍ରାଇଭର ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ କାରକୁ ବ୍ୟାକ୍‌ ଗିୟରରେ ଚଲାଇଥିଲା ।

ବର୍ତ୍ତମାନ ଆପଣମାନଙ୍କୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳୁଛି । ତେବେ ଲୋକମାନେ ପ୍ରତିଦିନ କିଛି ନା କିଛି ଏପରି କରୁଛନ୍ତି, ଯେଉଁ କାରଣରୁ ସେମାନେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି । ତେବେ ସେହି ପରି ଏକ ଭିଡିଓ ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣାଟି ଗାଜିଆବାଦର ଇନ୍ଦିରାପୁରାମ ପୋଲିସ ଷ୍ଟେସନ ଅଞ୍ଚଳର ଏଲିବେଟେଡ୍‌ ରୋଡ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏଲିବେଟେଡ୍‌ ରୋଡ୍‌ରେ ୟୁପି ପୋଲିସ୍ ଏକ ଗାଡିକୁ ପିଛା କରୁଥିବାର ନଜର ଆସଛି ।

ଏହା ସହ ଭିଡିଓରେ ଏପରି ମଧ୍ୟ ଦେଖିବାକୁ ମିଳିଛି ଯେ ସେହି କାର ଡ୍ରାଇଭ୍‌ କରୁଥିବା ବ୍ୟାକ୍ତି ଜଣକ କାରଟିକୁ ବ୍ୟାକ୍‌ ଗିୟର କରି ପଛକୁ ପଛକୁ ଯାଇଥିବାର ନଜର ଆସିଛି । ତେବେ ପୋଲିସ ଅଫିସରମାନେ ତାଙ୍କୁ ଅଟକାଉଥିଲେ ମଧ୍ୟ ସେ ଅଟକି ନଥିଲେ । ସେହି ବ୍ୟକ୍ତି ଜଣକ ବହୁତ ସମୟ ପର୍ଯ୍ୟନ୍ତ କାରକୁ ସେହି ପରି ବ୍ୟାକ୍‌ ଗିୟର କରି ଚଳାଉଥିଲେ । ସେହି ରୋଡ୍‌ରେ ଅନେକ ଗାଡି ଯିବା ଆସିବା ମଧ୍ୟ କରୁଥିଲେ, ସୌଭାଗ୍ୟ ବସତଃ କୌଣସି ଗଡି ସହ ଧକ୍କା ହୋଇନଥିଲା ।

PCR ରେ ପୋଲିସ ଅଫିସରମାନେ ଏଲିବେଟେଡ୍‌ ରୋଡ୍‌ରେ ବୁଧବାର ରାତି ପ୍ରାୟ ୯ଟା ସମୟରେ ଭୁଲ ଦିଗରେ ଗତି କରୁଥିବା କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ ଆଡକୁ ଆସୁଥିବା କାରର ଡ୍ରାଇଭର କାରକୁ ବ୍ୟାକ୍‌ ଗିୟରରେ ଚଳାଇବା ଆରମ୍ଭ କରିଥିଲେ । ତେବେ ଡ୍ରାଇଭର ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ କାରକୁ ବ୍ୟାକ୍‌ ଗିୟରରେ ଚଲାଇଥିଲା ।

ଏହି ସମୟରେ PCR ସେହି ଗଡିକୁ ଅଟକାଇବା ପାଇଁ ବହୁତ ଚେଷ୍ଟ କରିଥିଲେ,କିନ୍ତୁ ପୋଲିସ ଅଫିସରମାନେ କାରକୁ ଅଟକାଇବାକୁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ କାର ଡ୍ରାଇଭର ଅଟକି ନଥିଲେ ।

ତେବେ ସେହି ସମୟରେ ରୋଡ୍‌ରେ ଯାଉଥିବା ଜଣେ ବ୍ୟକ୍ତି ଏହି ଘଟଣାର ଏକ ଭିଡିଓ କରିଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ Hate Detector ନାମକ ଏକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ସୋସିଆଲ ମିଡିଆରେ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଡିସିପି ନିମିଶ ପାଟିଲ କହିଛନ୍ତି ଯେ PCR ସୂଚନା ପାଇଛି ଯେ ଏକ ଧଳା i20 କାରରେ ଯାତ୍ରା କରୁଥିବା ଜଣେ ଯୁବକ ମଦ୍ୟପାନ କରିବା ପରେ ଭୁଲ ଭାବରେ ଗାଡି ଚଳାଉଥିଲେ । ଯେତେବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କଲା, ସେମାନେ ବ୍ୟକ୍‌ ଗିୟରରେ ଗାଡି ଚଲାଇ ପଳାଇ ଯାଇଥିଲେ । ତେବେ ପୋଲିସ ସେହି ଗାଡି ନମ୍ବର ଜାଣିବା ପରେ ଉକ୍ତ ଯବକଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି । ତେବେ ଇନ୍ଦିରାପୁରମ୍ ଏସିପି ସ୍ୱତନ୍ତ୍ର କୁମାର ସିଂ କହିଛନ୍ତି ଯେ କାର ଡ୍ରାଇଭରକୁ ଚିହ୍ନବା ପାଇଁ ତଦନ୍ତ ଚାଲିଛି । ସେହି ଉକ୍ତ ଯବକଙ୍କୁ ଶୀଘ୍ର ଚିହ୍ନଟ କରାଯିବ ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.