ରାଜ୍ୟ

୩୬ ଡିଗ୍ରୀ ପାର୍ ପାରଦ, ଆହୁରୀ ଦୁଇରୁ ୩ ଡିଗ୍ରୀ ପର୍ଯନ୍ତ ବୃଦ୍ଧି ପାଇବ ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ): ବଢ଼ି ଚାଲିଛି ତାତିର ପ୍ରକୋପ । ଏବେ ଭାରି କଷ୍ଟ ଦେଉଛି ଗରମ ଓ ଗୁଳୁଗୁଳି। ଦିନ ସାଢେ ୨ଟା ସୁଦ୍ଧା ଅଧିକାଂଶ ସ୍ଥାନର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ ହୋଇଛି। ଝାରସୁଗୁଡ଼ା ଓ ସମ୍ବଲପୁରର ତାପମାତ୍ରା ସର୍ବାଧିକ ୩୯.୬ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଭୁବନେଶ୍ୱର ଓ ଚାନ୍ଦବାଲିର ତାପମାତ୍ରା ୩୯ ଡିଗ୍ରୀ ରହିଛି। ହାରାକୂଦ ତାପମାତ୍ରା ୩୭.୬, ବାଲେଶ୍ୱରରେ ୩୬. ୪ ଓ କେନ୍ଦୁଝରର ତାପମାତ୍ରା ୩୬. ୨ ଡିଗ୍ରୀ ସେଲସିୟମ ରେକର୍ଡ ହୋଇଛି।

ବାୟୁମଣ୍ଡଳର ତଳ ଭାଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଉଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଗାମୀ ଦୁଇରୁ ୩ ଦିନ ମଧ୍ୟରେ ରାଜ୍ୟର ଦିନ ତାପମାତ୍ରାରେ ଦୁଇରୁ ୩ ଡିଗ୍ରୀ ପର୍ଯନ୍ତ ବୃଦ୍ଧି ପାଇବ। ତେବେ ବର୍ତ୍ତମାନ ଯେଉଁ ତାପମାତ୍ରା ରହିଛି ଏହା ସ୍ୱାଭାବିକ ତାପମାତ୍ରା ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏପଟେ ପାଣିପାଗ ବିଭାଗର ଆକଳନ ଅନୁସାରେ କମିବ କାଳବୈଶାଖୀ । ଫଳରେ ତାପମାତ୍ରା ୪୦ ଡିଗ୍ରୀ ଟପି ପାରେ । ତେଣୁ ଆଗକୁ ଭୀଷଣ ଅସ୍ତବ୍ୟସ୍ତ କରିବ ଖରାର ପ୍ରକୋପ।

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

17 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

27 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

38 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago