ରାଜ୍ୟ

ବନ୍ଧୁକ ସହ ମାରଣାସ୍ତ୍ର ଦେଖାଇ ୧୦ ଲକ୍ଷ ଲୁଟ୍‌ ଅଭିଯୋଗ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ବଣାଇ (କେନ୍ୟୁଜ): ବନ୍ଧୁକ ମୁନରେ ଲୁଟ୍‌ । ସୁନ୍ଦରଗଡ ଜିଲ୍ଲା କୋଇଡା ଟେନସା ଫାଣ୍ଡି ଅଧିନସ୍ଥ ରୀତାରାଣୀ ଖଣି ନିକଟସ୍ଥ ଏକ ପରିବହନ ସଂସ୍ଥା କ୍ରାକର୍ସ ଇଣ୍ଡିଆ କାର୍ଯ୍ୟାଳୟ ନିକଟରୁ ୧୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ସିସିଟିଭିରେ କଏଦ ହୋଇଛି ଲୁଟ୍‌ର ସମସ୍ତ ଦୃଶ୍ୟ । ଗତକାଲି ରାତି ୩ ସମୟରେ ୫ ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ମାରଣାସ୍ତ୍ର ମୁନରେ ୧୦ ଲକ୍ଷ ଲୁଟିନେଇଥିବା ସୂଚନା ମିଳିଛି।

ଏନେଇ ଟେନ୍‌ସା ଫାଣ୍ଡିରେ ମଧ୍ୟ ଏତଲା ଦିଆଯାଇଛି । ଅଭିଯୋଗ ପରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହାସହିତ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରୁଛି ପୋଲିସ । ପୂର୍ବରୁ ଦୁର୍ବୃତ୍ତ ମାନେ ଆସିଥିବା ଅନୁମାନ କରାଯାଉଛି ।

 

 

Barsha

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

7 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

9 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

9 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

11 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

12 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

13 hours ago