ବନ୍ଧୁକ ସହ ମାରଣାସ୍ତ୍ର ଦେଖାଇ ୧୦ ଲକ୍ଷ ଲୁଟ୍ ଅଭିଯୋଗ, ସିସିଟିଭିରେ କଏଦ ହେଲା ଦୃଶ୍ୟ
ବନ୍ଧୁକ ମୁନରେ ଲୁଟ୍ । ସୁନ୍ଦରଗଡ ଜିଲ୍ଲା କୋଇଡା ଟେନସା ଫାଣ୍ଡି ଅଧିନସ୍ଥ ରୀତାରାଣୀ ଖଣି ନିକଟସ୍ଥ ଏକ ପରିବହନ ସଂସ୍ଥା କ୍ରାକର୍ସ ଇଣ୍ଡିଆ କାର୍ଯ୍ୟାଳୟ ନିକଟରୁ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ସିସିଟିଭିରେ କଏଦ ହୋଇଛି ଲୁଟ୍ର ସମସ୍ତ ଦୃଶ୍ୟ ।

ବଣାଇ (କେନ୍ୟୁଜ): ବନ୍ଧୁକ ମୁନରେ ଲୁଟ୍ । ସୁନ୍ଦରଗଡ ଜିଲ୍ଲା କୋଇଡା ଟେନସା ଫାଣ୍ଡି ଅଧିନସ୍ଥ ରୀତାରାଣୀ ଖଣି ନିକଟସ୍ଥ ଏକ ପରିବହନ ସଂସ୍ଥା କ୍ରାକର୍ସ ଇଣ୍ଡିଆ କାର୍ଯ୍ୟାଳୟ ନିକଟରୁ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ସିସିଟିଭିରେ କଏଦ ହୋଇଛି ଲୁଟ୍ର ସମସ୍ତ ଦୃଶ୍ୟ । ଗତକାଲି ରାତି ୩ ସମୟରେ ୫ ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ମାରଣାସ୍ତ୍ର ମୁନରେ ୧୦ ଲକ୍ଷ ଲୁଟିନେଇଥିବା ସୂଚନା ମିଳିଛି।
ଏନେଇ ଟେନ୍ସା ଫାଣ୍ଡିରେ ମଧ୍ୟ ଏତଲା ଦିଆଯାଇଛି । ଅଭିଯୋଗ ପରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି । ଏହାସହିତ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରୁଛି ପୋଲିସ । ପୂର୍ବରୁ ଦୁର୍ବୃତ୍ତ ମାନେ ଆସିଥିବା ଅନୁମାନ କରାଯାଉଛି ।