ପ୍ରପୋଜ ଡେ : ପ୍ରେମ ସପ୍ତାହର ଦ୍ୱିତୀୟ ଦିନ, ମନ ପସନ୍ଦର ଲୋକଙ୍କୁ କରନ୍ତୁ ପ୍ରେମ ନିବେଦନ

ପ୍ରେମ କରିବା ବହୁତ ସହଜ ଲାଗେ କିନ୍ତୁ ସେହି ପ୍ରେମକୁ ପାଇବା ପାଇଁ ପ୍ରେମ ନିବେଦନ ବା ପ୍ରପୋଜ୍ କରିବା ବହୁତ କଷ୍ଟ ହୋଇଥାଏ । ତେଣୁ ଆଜିର ଦିନରେ ନିଜ ମନ ପସନ୍ଦର ସାଥୀକୁ ମନର କଥା କହିବାକୁ ଡେରି ନ କରି କହିଦିଅନ୍ତୁ । ପ୍ରପୋଜ ଡେରେ ପ୍ରପୋଜ କରିବାକୁ ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।

ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ ୱିକ୍ ଆରମ୍ଭ ହୋଇଯାଇଛି । ଏହି ସପ୍ତାହକୁ ନେଇ ପ୍ରେମୀ ଯୁଗଳ ବେଶ ଉତ୍ସାହିତ ରହିଥାନ୍ତି । ପ୍ରଥମ ଦିନରେ ଅର୍ଥାତ୍ ଫେବ୍ରୁଆରୀ ୭ ତାରିଖରେ ପ୍ରେମୀ ଯୁଗଳ ଗୋଲାପ ଦିବସ ପାଳନ କରିସାରିଛନ୍ତି । ସେହିପରି ଆଜି ଅର୍ଥାତ୍ ଫେବ୍ରୁଆରୀ ୮ରେ ହେଉଛି ପ୍ରପୋଜ ଦିବସ । ଏହି ଦିନରେ ପ୍ରେମୀ ଯୁଗଳ ପରସ୍ପରକୁ ପ୍ରେମ ନିବେଦନ କରିଥାନ୍ତି ।

ପ୍ରେମ କରିବା ବହୁତ ସହଜ ଲାଗେ କିନ୍ତୁ ସେହି ପ୍ରେମକୁ ପାଇବା ପାଇଁ ପ୍ରେମ ନିବେଦନ ବା ପ୍ରପୋଜ୍ କରିବା ବହୁତ କଷ୍ଟ ହୋଇଥାଏ । ଆଜିକାଲିର ଯୁବପିଢି ପ୍ରେମ କରିବାକୁ ପଛାଉନଥିବା ବେଳେ ପ୍ରେମ ନିବେଦନ କରିବାକୁ ବେଶ ଡରନ୍ତି । କାଳେ ସେ ପ୍ରେମ କରୁଥିବା ସାଥିଟି ପ୍ରେମ ନିବେଦନ ଶୁଣିଲା ପରେ ତାଙ୍କ ଠାରୁ ଦୂରେଇ ଯିବ ସେମାନଙ୍କ ମନରେ ଏମିତି ଭୟ ମଧ୍ୟ ରହିଥାଏ । ପ୍ରେମ କରିବା ତ ବହୁତ ସହଜ କିନ୍ତୁ ପ୍ରେମ ନିବେଦନ କରିବା ବହୁତ କଷ୍ଟ ହୋଇପଡେ । ଆଉ ଏମିତି ସାଥୀଙ୍କୁ ପ୍ରପୋଜ କରିବା ପାଇଁ ଅନେକ ଅଭ୍ୟାସ ମଧ୍ୟ ପିଲାମାନେ କରିଥାନ୍ତି ।

ସାଥୀକୁ ପ୍ରେମ ନିବେଦନ କରିବାର ଥିଲେ ଏଥିରେ ଆଉ ହେଳା କରନ୍ତୁ ନାହିଁ । ନଚେତ ଆପଣଙ୍କ ମନକଥା ମନରେ ରହିଯିବ ଆଉ ଆପଣ ସୁଯୋଗ ହାତଛଡା କରିଦେବେ । ପ୍ରେମ ନିବେଦନ କରିବାର କୌଣସି ଜଲଦି କରନ୍ତୁ ନାହିଁ । ନଚେତ ମନ କଥା ମନରେ ରହିଯିବ ଏବଂ ଆପଣଙ୍କ ସାଥି ଆଉ କାହା ହାତ ଧରି ଯାଇପାରନ୍ତି । ତେଣୁ ଆଜିର ଦିନରେ ନିଜ ମନ ପସନ୍ଦର ସାଥୀକୁ ମନର କଥା କହିବାକୁ ଡେରି ନ କରି କହିଦିଅନ୍ତୁ । ପ୍ରପୋଜ ଡେରେ ପ୍ରପୋଜ କରିବାକୁ ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.