IDBI ବ୍ୟାଙ୍କରେ ୫୦୦ ପଦବୀ ଖାଲି, ଗ୍ରାଜୁଏସନ କରିଥିଲେ କରିପାରିବେ ଆବେଦନ

ଆଇଡିବିଆଇ ବ୍ୟାଙ୍କରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଏଠାରେ ଜୁନିଅର ମ୍ୟାନେଜର ପଦବୀ ପାଇଁ ଭର୍ତ୍ତି ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ୧୨ ତାରିଖରୁ ଆରମ୍ଭ ହେବ । ଏହା ବିଷୟରେ ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରିପାରିବେ ।

ବ୍ୟାଙକ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆଇଡିବିଆଇ ବ୍ୟାଙ୍କରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଏଠାରେ ଜୁନିଅର ମ୍ୟାନେଜର ପଦବୀ ପାଇଁ ଭର୍ତ୍ତି ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ୧୨ ତାରିଖରୁ ଆରମ୍ଭ ହେବ । ଏହା ବିଷୟରେ ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରିପାରିବେ ।

ପଦବୀ ବିବରଣୀ : ୫୦୦

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୨ ଫେବୃଆରୀରୁ ଆରମ୍ଭ ହେବ । ସେହିପରି ଶେଷ ତାରିଖ ୨୬ ଫେବୃଆରୀରେ ହେବ । ପରୀକ୍ଷା ତାରିଖ ୧୭ ମାର୍ଚ୍ଚ ୨୦୨୪ ରିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଗ୍ରାଜୁଏସନ କରିଥିବା ଜରୁରୀ । ଏହାସହିତ ଇଚ୍ଛୁକ ପ୍ରାର୍ଥୀ କମ୍ପ୍ୟୁଟର ଏବଂ ସ୍ଥାନୀୟ ଭାଷା ଜାଣିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୨୫ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ପାସ୍‌ କରିବା ଆଧାରରେ ହେବ । ପ୍ରଥମେ ଅନଲାଇନ ଟେଷ୍ଟ କରାଯିବ । ଏହାପରେ ପର୍ସନାଲ ଇଣ୍ଟରଭ୍ୟୁ ଆୟୋଜିତ ହେବ । ପ୍ରଥମ ପର୍ଯ୍ୟାୟ ପାସ୍‌ କରିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷା ହେବ । ପରୀକ୍ଷା ଅବଧି ୨ ଘଣ୍ଟାର ହେବ ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବ ପ୍ରାର୍ଥୀ ଅନୁସୂଚିତ ଜାତି/ଜନଜାତି/pWD ପ୍ରାର୍ଥୀ ୨୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ୧୦୦୦ ଟଙ୍କା ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.