ରାଜ୍ୟ

ଦିନକୁ ଦିନ ଲୋପ ପାଇବାକୁ ବସିଲାଣି ଦେବଗୁରୁଙ୍କ କଳାକୃତି, ପ୍ରଶାସନର ସହାୟତାକୁ ଅପେକ୍ଷା

କଣ୍ଟାବାଞ୍ଝି : ଧୀରେଧୀରେ ଲୁପ୍ତ ହେବାକୁ ବିସିଲାଣି ଦେବଗୁରୁଙ୍କ କଳା ଓ କାରିଗରୀ । ଧାନରେ ନିର୍ମିତ କଳାକୃତି ଓ ମା ମହାଲକ୍ଷ୍ମୀଙ୍କ ଏହି ସୁକ୍ଷ୍ମ କାରୁକାର୍ଯ୍ୟ ଏବେ ସଂକଟରେ ।  ଦିନକୁ ଦିନ ପ୍ଲାଷ୍ଟିକ ର ଚାହିଦା ଯୋଗୁଁ ଏମାନଙ୍କ କଳାକୃତିକୁ ଏବେ ପଚାରେ କିଏ? ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଲକ ଚୂଲିଫୁଙ୍କା ପଂଚାୟତ ବରକାନି ଗାଁ । ଏଠାରେ ରୁହନ୍ତି ପ୍ରାୟ ୧୫ ଦେବଗୁରୁ ପରିବାର । ଏମାନଙ୍କ ମୁଖ୍ୟ କାମ ହେଲା ଧାନରେ ନିର୍ମାଣ ସୁକ୍ଷ୍ମ କାରୁକାର୍ଯ୍ୟ । ଧାନରେ ଏମାନେ ତିଆରି କରିଥାନ୍ତି ମହାଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ତଥା ବିଭିନ୍ନ ପ୍ରତିମାଙ୍କ କଳାକୃତି ।

ପରିବାର ସମସ୍ତେ ମିଶି ୩ ରୁ ୪ ଦିନ ପରିଶ୍ରମ କରି ଗାଁ କୁ ଗାଁ ଯାଇ ମାଁ ଲକ୍ଷ୍ମୀଙ୍କ ଚରିତ୍ର ଶୁଣାଇ ଏହି ସବୁ ଜିନିଷକୁ ବିକ୍ରି କରି ଦୁଇ ପଇସା ଆଣି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ ଏବେ ଏହି ଦେବଗୁରୁଙ୍କ କଳା ଓ କାରିଗରୀ ସଂକଟରେ । ପ୍ରଶାସନର ଅବହେଳା ଓ ବଜାର ମିଳୁଥିବା ପ୍ଲାଷ୍ଟିକ ଜିନିଷର ଚାହିଦା ବୃଦ୍ଧି ହେବାରୁ ଦେବଗୁରୁଙ୍କ କଳାକୃତି ଏବେ ବିଲୁପ୍ତ ହେବାକୁ ବିସିଛି ।

ଏବେ ଆଉ ଶୁଭୁ ନାହିଁ ଦେବଗୁରୁଙ୍କ ବୀଣାର ଶବ୍ଦ । ଘରକୁ ଘର ଯାଇ ବୀଣା ବଜାଇ ନିଜ କଳାକୃତି ଦେଖାଇ ବିକ୍ରି କରୁଥିଲେ । ହେଲେ ସାରା ବିଶ୍ବରେ ଏବେ ମହାମାରୀ କାରୋନାର ଆତଙ୍କ ଦେଖିବାକୁ ମିଳିଛି । କାରୋନା ପାଇଁ ଚାରିଆଡେ ଲକ୍ ଡାଉନ । ଏଭଳି ପରିସ୍ଥିତିରେ ଦେବଗୁରୁଙ୍କ ପରିବାର ଲକଡାଉନ ପାଇଁ ଆଉ ଗାଁ ଗାଁ ଯାଇ ପାରୁନାହାନ୍ତି କି ନିଜ କଳାକୃତି କୁ ବିକ୍ରି କରିପାରୁନାହାନ୍ତି । ଏବେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏମାନେ।

ପୂର୍ବପୁରୁଷ ଅମଳରୁ ନିଜ ବେଉସା ଅନୁସାରେ ଏହି ଦେବଗୁରୁ ପରିବାର ତାଙ୍କର ଏହି କୌଳିକ ବୃତି କରି ନିଜ ଜୀବନ ଜୀବିକା ଚଳାଇ ଆସୁଛନ୍ତି । ଏହା ଛଡା ଏମାନଙ୍କର ଆଉ କିଛି ଅନ୍ଯ ବେଉସା ନାହିଁ । ପ୍ରଶାସନ ପକ୍ଷରୁ ଏହି ଦେବଗୁରୁ ପରିବାରଙ୍କ ପାଇଁ ଯଦି କିଛି ବ୍ୟବସ୍ଥା କରାନଯାଏ, ତେବେ ଆଗାମୀ ଦିନରେ ଏମାନଙ୍କୁ ଆଉ ଦେଖିବାକୁ ମିଳିବନି ଏବଂ ଏହି କଳାକାର ମାନଙ୍କ ସୁନ୍ଦର କଳାକୃତି ଲୋପ ପାଇଯିବ।

Sonalisa

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

4 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

30 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

34 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

36 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

42 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

54 mins ago