Below header

ଦିନକୁ ଦିନ ଲୋପ ପାଇବାକୁ ବସିଲାଣି ଦେବଗୁରୁଙ୍କ କଳାକୃତି, ପ୍ରଶାସନର ସହାୟତାକୁ ଅପେକ୍ଷା

କଣ୍ଟାବାଞ୍ଝି : ଧୀରେଧୀରେ ଲୁପ୍ତ ହେବାକୁ ବିସିଲାଣି ଦେବଗୁରୁଙ୍କ କଳା ଓ କାରିଗରୀ । ଧାନରେ ନିର୍ମିତ କଳାକୃତି ଓ ମା ମହାଲକ୍ଷ୍ମୀଙ୍କ ଏହି ସୁକ୍ଷ୍ମ କାରୁକାର୍ଯ୍ୟ ଏବେ ସଂକଟରେ ।  ଦିନକୁ ଦିନ ପ୍ଲାଷ୍ଟିକ ର ଚାହିଦା ଯୋଗୁଁ ଏମାନଙ୍କ କଳାକୃତିକୁ ଏବେ ପଚାରେ କିଏ? ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଲକ ଚୂଲିଫୁଙ୍କା ପଂଚାୟତ ବରକାନି ଗାଁ । ଏଠାରେ ରୁହନ୍ତି ପ୍ରାୟ ୧୫ ଦେବଗୁରୁ ପରିବାର । ଏମାନଙ୍କ ମୁଖ୍ୟ କାମ ହେଲା ଧାନରେ ନିର୍ମାଣ ସୁକ୍ଷ୍ମ କାରୁକାର୍ଯ୍ୟ । ଧାନରେ ଏମାନେ ତିଆରି କରିଥାନ୍ତି ମହାଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ତଥା ବିଭିନ୍ନ ପ୍ରତିମାଙ୍କ କଳାକୃତି ।

kalaପରିବାର ସମସ୍ତେ ମିଶି ୩ ରୁ ୪ ଦିନ ପରିଶ୍ରମ କରି ଗାଁ କୁ ଗାଁ ଯାଇ ମାଁ ଲକ୍ଷ୍ମୀଙ୍କ ଚରିତ୍ର ଶୁଣାଇ ଏହି ସବୁ ଜିନିଷକୁ ବିକ୍ରି କରି ଦୁଇ ପଇସା ଆଣି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ ଏବେ ଏହି ଦେବଗୁରୁଙ୍କ କଳା ଓ କାରିଗରୀ ସଂକଟରେ । ପ୍ରଶାସନର ଅବହେଳା ଓ ବଜାର ମିଳୁଥିବା ପ୍ଲାଷ୍ଟିକ ଜିନିଷର ଚାହିଦା ବୃଦ୍ଧି ହେବାରୁ ଦେବଗୁରୁଙ୍କ କଳାକୃତି ଏବେ ବିଲୁପ୍ତ ହେବାକୁ ବିସିଛି ।

debaguruଏବେ ଆଉ ଶୁଭୁ ନାହିଁ ଦେବଗୁରୁଙ୍କ ବୀଣାର ଶବ୍ଦ । ଘରକୁ ଘର ଯାଇ ବୀଣା ବଜାଇ ନିଜ କଳାକୃତି ଦେଖାଇ ବିକ୍ରି କରୁଥିଲେ । ହେଲେ ସାରା ବିଶ୍ବରେ ଏବେ ମହାମାରୀ କାରୋନାର ଆତଙ୍କ ଦେଖିବାକୁ ମିଳିଛି । କାରୋନା ପାଇଁ ଚାରିଆଡେ ଲକ୍ ଡାଉନ । ଏଭଳି ପରିସ୍ଥିତିରେ ଦେବଗୁରୁଙ୍କ ପରିବାର ଲକଡାଉନ ପାଇଁ ଆଉ ଗାଁ ଗାଁ ଯାଇ ପାରୁନାହାନ୍ତି କି ନିଜ କଳାକୃତି କୁ ବିକ୍ରି କରିପାରୁନାହାନ୍ତି । ଏବେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏମାନେ।

guruପୂର୍ବପୁରୁଷ ଅମଳରୁ ନିଜ ବେଉସା ଅନୁସାରେ ଏହି ଦେବଗୁରୁ ପରିବାର ତାଙ୍କର ଏହି କୌଳିକ ବୃତି କରି ନିଜ ଜୀବନ ଜୀବିକା ଚଳାଇ ଆସୁଛନ୍ତି । ଏହା ଛଡା ଏମାନଙ୍କର ଆଉ କିଛି ଅନ୍ଯ ବେଉସା ନାହିଁ । ପ୍ରଶାସନ ପକ୍ଷରୁ ଏହି ଦେବଗୁରୁ ପରିବାରଙ୍କ ପାଇଁ ଯଦି କିଛି ବ୍ୟବସ୍ଥା କରାନଯାଏ, ତେବେ ଆଗାମୀ ଦିନରେ ଏମାନଙ୍କୁ ଆଉ ଦେଖିବାକୁ ମିଳିବନି ଏବଂ ଏହି କଳାକାର ମାନଙ୍କ ସୁନ୍ଦର କଳାକୃତି ଲୋପ ପାଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.