ଦେଶରେ ଅଣାୟତ୍ତ କରୋନା, ୨୪ ଘଣ୍ଟାରେ ୧୪ହଜାର ୮୨୧ ଆକ୍ରାନ୍ତ ଚିହ୍ନଟ

କେନ୍ଯୁଜ୍: ଦେଶରେ ଅଣାୟତ୍ତ ହେଉଛି କରୋନା । ପ୍ରତିଦିନ ରେକର୍ଡ କରୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୪ହଜାର ୮୨୧ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୪୫ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ନୂଆ ପଜିଟିଭ୍‌ ଚିହ୍ନଟ ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୨୫ହଜାର ୨୮୨ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ୧୩ହଜାର ୬୯୯କୁ ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ  ଆକ୍ଟିଭ୍‌ କେସ୍‌ ୧ଲକ୍ଷ ୭୪ହଜାର ୩୮୭ ଥିବାବେଳେ ସୁସ୍ଥ ହେଲେଣି ୨ଲକ୍ଷ ୩୭ହଜାର ୧୯୬। ଅନ୍ଯପଟେ ଦିନକୁ ଦିନ ମହାରାଷ୍ଟ୍ରରେ ସ୍ଥିତି ବିଗିଡିବାରେ ଲାଗିଛି। ୬ହଜାର ଟପିଛି ମୃତ୍ୟୁ ସଂଖ୍ୟା। ୧ଲକ୍ଷ ୩୨ହଜାର ୭୫ଜଣ ଆକ୍ରାନ୍ତ ହୋଇଥିବାବେଳେ ୬ହଜାର ୧୭୦ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ଦିଲ୍ଲୀ ଓ ଗୁଜରାଟରେ ବି ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ସାରା ବିଶ୍ୱରେ ୪ଲକ୍ଷ ୬୯ହଜାର ଟପିଛି ମୃତ୍ୟୁସଂଖ୍ୟା।

Leave A Reply

Your email address will not be published.