ରାଜ୍ୟ

ଭୁବନେଶ୍ୱରରେ ଓଡିଆ ଯବାନଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ପହଞ୍ଚିଲା ସହିଦ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ବର ବିମାନବନ୍ଦରରେ ପାର୍ଥିବ ଶରୀର ପହଞ୍ଚିଛି । ସହିଦ ସରୋଜଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ବିମାନବନ୍ଦରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରରେ ସହିଦଙ୍କ ପ୍ରାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର୍ ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ପରେ ସ୍ୱତନ୍ତ୍ର କରିଡରରେ ଢେଙ୍କାନାଳ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ନିଆଯିବ ।

ଜନ୍ମମାଟି କେନ୍ଦୁଢିପ ଗାଁରେ ହେବ ଶେଷକୃତ୍ୟ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ । କେନ୍ଦୁଢିପ ଗାଁର ପାରିଯାତ ଯୁବକ ସଂଘ ଓ ପ୍ରଶାସନ ତରଫରୁ ମିଳିତ ଭାବେ ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ସମସ୍ତେ ଲାଗିପଡିଛନ୍ତି। ଶ୍ମଶାନ ଘାଟରେ ଲାଇଟ ସାଙ୍ଗକୁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ରାସ୍ତା ଘାଟ ସବୁଆଡେ ସହିଦ ଯବାନ ସରୋଜ ଦାସଙ୍କ ଫଟୋ ଚିତ୍ର ଲଗାଇଛନ୍ତି ଗାଁ ଲୋକ । ସିକ୍କିମରେ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିଲେ ୨୩ ଜଣ ଯବାନ । ଏମାନଙ୍କ ମଧ୍ୟରେ ଥିଲେ ଓଡିଆ ପୁଅ ହାବିଲଦାର ସରୋଜ ଦାସ । ଗତ ଫେବ୍ରୁୟାରୀ ମାସରେ ବିବାହ କରିଥିଲେ ସରୋଜ । ୨୦୧୨ରୁ ସେନାରେ ଇଏମଇ ଯବାନ ଭାବେ ନିଯୁକ୍ତି ପାଇଥିଲେ ସରୋଜ। ତାଙ୍କ ଅକାଳ ବିୟୋଗରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Barsha

Recent Posts

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁଲାଇ ୬ ପର୍ଯ୍ୟନ୍ତ କରିପାରିବେ ଆବେଦନ

କଟକ (କେନ୍ୟୁଜ): ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ୧୧ଟାରୁ ସାମସ୍ ପୋର୍ଟାଲରେ ଉପଲବ୍ଧ ହେବ…

11 mins ago

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ପ୍ରାଣ ଗଲା

ସୋରଡା(କେନ୍ୟୁଜ୍): ଆଜିକାଲି ବଢିଚାଲିଛି ଅପରାଧ ଆଉ ଅପରାଧୀଙ୍କ ସଂଖ୍ୟା । ପୋକ ମାଛି ଭାବି ମଣିଷ ମଣିଷର ଜୀବନ ନେବାକୁ…

17 mins ago

ଲଞ୍ଚ ହେଲା Vivoର ପ୍ରଥମ ଫୋଲଡେବଲ୍‌ ଫୋନ, ମନ ଇଚ୍ଛା ଫୋଲ୍ଡ କରିବେ ୟୁଜର୍ସ

ଭାରତୀୟ ବଜାରରେ ୟୁଜର୍ସଙ୍କ ପାଇଁ ଭିଭୋର ପ୍ରଥମ ଫୋଲଡେବଲ୍ ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । Vivo X Fold 3…

30 mins ago

ଗାଁ ମୁହାଁ ୨୭ ଟିକିଆ ହାତୀପଲ, ଜଙ୍ଗଲ ମଧ୍ୟକୁ ନଯିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ନିର୍ଦ୍ଦେଶ

କରଞ୍ଜିଆ (କେନ୍ୟୁଜ): ପୁଣି ବାହୁଡିଲେ ୨୭ ଟିକିଆ ହାତୀପଲ । ସକାଳୁ ସକାଳୁ କେନ୍ଦୁଝର ବୈତରଣୀ ନଦୀ ପାର ହେଇ…

39 mins ago

ନିର୍ବାଚନ ସରିବା ପରେ ଓଡ଼ିଶାରୁ ହଟିଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରୁ ହଟିଲା ଆଦର୍ଶ ଆଚରଣ ବିଧି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

2 hours ago

ଓଡ଼ିଶାକୁ ମିଳିପାରେ ନୂଆ ବାଚସ୍ପତି, ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ (କେନ୍ୟୁଜ): ଓଡ଼ିଶାକୁ ମିଳିପାରେ ବାଚସ୍ପତି ପଦବୀ । କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର ।…

2 hours ago