ରାଜ୍ୟ

ପଦ୍ମପୁର : କରୋନା ଭୟରେ ଶବ ପଡ଼ି ରହିଲା ୧୪ ଘଣ୍ଟା, ଶେଷରେ ସତ୍କାର କଲେ ସ୍ୱେଚ୍ଛାସେବୀ

ପଦ୍ମପୁର (କେନ୍ୟୁଜ୍‌) : କରୋନା ଭୟ ଯେ ଖାଲି ସହରରେ ଘାରିଛି ତା ନୁହେଁ ଗାଁରେ ବି ଲୋକେ ଭୟଭୀତ । ତେଣୁ ଜଣେ ବ୍ୟକ୍ତିଙ୍କର ମୃତଦେହ ୧୪ ଘଣ୍ଟା ଧରି ପଡ଼ି ରହିବା ପରେ ସ୍ୱେଚ୍ଛାସେବୀମାନେ ଆସି ଉଠାଇଲେ । ହେଲେ ଗାଁ ଲୋକ କି ସମ୍ପର୍କୀୟ କେହି ବି ଆସିଲେ ନାହିଁ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଜାମୁଟବାହାଲ ଗାଁରେ ଏହି ଘଟଣା ଘଟିଛି ।

ଜାମୁଟ ବାହାଲ ଗ୍ରାମର ବିନୋଦ ଠାକୁର ପାଞ୍ଚ ଦିନ ପୂର୍ବରୁ ତାମିଲନାଡୁରୁ ଗାଁକୁ ଫେରିଥିଲା । ଘରେ ପହଞ୍ଚିବା ପରେ ତାଙ୍କୁ ଜ୍ୱର ହେଉଥିଲା । ତେବେ ଗତକାଲି ତାଙ୍କ ଦେହ ଭୀଷଣ ଅସୁସ୍ଥ ହେବାରୁ ଗାଁ ଓ ପରିବାର ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ । ହେଲେ କୌଣସି କାରଣରୁ ଆମ୍ବୁଲାନ୍ସ କର୍ମଚାରୀ ଏଠାକୁ ଆସିବା ପରେ ବିନୋଦଙ୍କୁ ହସ୍ପିଟାଲ୍ ନେବା ବଦଳରେ ଗୁରୁତର ଅବସ୍ଥାରେ ଘରେ ଛାଡ଼ିଦେଇ ଚାଲି ଯାଇଥିଲେ । ଫଳରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ତାଙ୍କ ସ୍ତ୍ରୀ ଏବଂ ଝିଅ ଘରେ ଶବକୁ ଜଗି ରହିଥିଲେ ।

କରୋନା ଭୟରେ ତାଙ୍କର ସମ୍ପର୍କୀୟ କେହି ଆସି ନ ଥିବା ବେଳେ ଶବଟି ସକାଳ ପ୍ରାୟ ୧୦ଟା ପର୍ଯ୍ୟନ୍ତ ପଡ଼ି ରହିଥିଲା। ସୂଚନା ଅନୁସାରେ ରାତି ପ୍ରାୟ ୭ ଟା ବେଳେ ବିନୋଦଙ୍କର ମୃତ୍ୟୁ ହୋଇଥିଲା । ଆଉ ଆଜି ସକାଳ ୧୦ଟା ବେଳେ ମୃତଦେହ ଉଠିଥିଲା । ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ୍ତ କ୍ଳବ୍ ସଦସ୍ୟମାନେ ଖବର ପାଇ ବିନୋଦଙ୍କ ଘରେ ପହଞ୍ଚିଥିଲେ । ଗାଇସିଲେଟ ବିଡିଓ ନିରଞ୍ଜନ ସା ଓ ତହସିଲଦାର ପୁଷ୍ପକ ପଧାନ ଉପସ୍ଥିତ ରହି କ୍ଲବ୍‌ର ସଦସ୍ୟମାନଙ୍କ ସହାୟତାରେ ମୃତଦେହକୁ ନେଇ ସତ୍କାର କରିଥିଲେ । ସେମାନେ ସମସ୍ତ କୋଭିଡ୍‌ ନିୟମ ମାନି ପିପିଇ କିଟ୍‌ ପିନ୍ଧି ଶବ ନେବା ସହ ସତ୍କାର ମଧ୍ୟ କରିଥିଲେ ।

ବିନୋଦ ଅତି ଦରିଦ୍ର ପରିବାରର । ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ । ହେଲେ ଏବେ ରୋଜଗାରିଆ ବ୍ୟକ୍ତିଟି ସାରା ପରିବାରକୁ ଅସହାୟ କରି ଚାଲି ଯାଇଛି ।

 

 

KNews Bureau

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

26 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago