ରାଜ୍ୟ

ଠକ ମୌଲାନାର ବଢୁଛି ଅଭିଯୋଗ ଫର୍ଦ୍ଦ: ଦିନକୁ ଦିନ ରୁଜୁ ହେଉଛି ନୂଆ ମାମଲା, ଆଜି ହୋଇପାରେ ରିମାଣ୍ଡ ଆବେଦନର ଶୁଣାଣି

କଟକ (କେନ୍ୟୁଜ): ଠକ ତାନ୍ତ୍ରିକ କୈଫି ଖାନ ଗିରଫ ମାମଲା। ଆଜି ହୋଇପାରେ ରିମାଣ୍ଡ ଆବେଦନର ଶୁଣାଣି। ପାଞ୍ଚ ଦିନ ପାଇଁ ରିମାଣ୍ଡ ଆବେଦନ କରିଛି ମଙ୍ଗଳାବାଗ ଥାନା ପୋଲିସ। ଏହା ଏକ ଅନ୍ତଃଜିଲ୍ଲା ଅପରାଧ। ରାଜ୍ୟ ବାହାରେ କୈଫି ଖାନ୍ ଠକିଛି କି ନାହିଁ, ସେନେଇ ତଦନ୍ତ ହେବ। ଆର୍ଥିକ କାରବାରରେ କୈଫିର ସହଯୋଗୀ ବା ଏଜେଣ୍ଟମାନଙ୍କ ଭୂମିକାକୁ ନେଇ ଖୋଳତାଡ଼ କରୁଛି ପୋଲିସ। ଏକାଧିକ ବ୍ୟକ୍ତିଙ୍କୁ ପଚରା ଉଚରା ସହ ତଦନ୍ତ ଚାଲିଥିବା କଟକ ଡିସିପି ପିନାକ୍ ମିଶ୍ର କହିଛନ୍ତି।

ଗତକାଲି ପୁଣି ଠକ ନାଁରେ ମଙ୍ଗଳାବାଗ ଥାନାରେ ଆଉ ଗୋଟିଏ ଏତଲା ହୋଇଛି । ଏହା ସହ କଟକର ବିଭିନ୍ନ ଥାନାରେ କୈଫିଙ୍କ ନାଁରେ ମୋଟ ୫ଟି ମାମଲା ରୁଜୁ ହୋଇଛି । ଘରୁ ଭୂତପ୍ରେତ ଘଉଡ଼ାଇବା ସହ ବିଭିନ୍ନ ପ୍ରକାର ପ୍ରସଙ୍ଗରେ ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଚାଲିଥିଲା । ଗୋଟିଏ ମାମଲାରେ ପ୍ରଥମେ ଗିରଫ ହେବା ପରେ ତାର ଅପରାଧିକ ତାଲିକା ବଢିବାରେ ଲାଗିଛି ।

ଏତଲା ଅନୁସାରେ ଜଗତସିଂହପୁର ତିର୍ତୋଲର ଦେବୀ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ଦୁବାଇ କସ୍ତୁରୀ ମାୟାରେ ପକାଇ ଏହି ଠକ ନେଇଛି ପ୍ରାୟ ୨୨ଲକ୍ଷ ଟଙ୍କା । ୨୦୧୮ ମସିହାରେ ଘରର ବାସ୍ତୁ ଠିକ କରିବା ଓ ଅନିଷ୍ଠକାରୀ ଆତ୍ମା ଘଉଡ଼ାଇବାକୁ କହି ଦେବୀ ମହାନ୍ତି ନାମକ ଏହି ବ୍ୟକ୍ତିଙ୍କଠାରୁ ସେ ୨୨ଲକ୍ଷ ଟଙ୍କା ଠକି ନେଇଥିଲା । ଅତୃପ୍ତ ଆତ୍ମା ଶାନ୍ତ କରିବା ପାଇଁ ଓ ବାସ୍ତୁ ଦୋଷ କାଟିବାକୁ ଦୁବାଇ ଓ ସିଙ୍ଗାପୁରରୁ କସ୍ତୁରୀ ଆସିବ। ତେଣୁ ଅଧିକ ଟଙ୍କା ଦରକାର କହି କୈଫି ଏହି ଟଙ୍କା ନେଇଥିଲା । ଆଉ ଟଙ୍କା ନେବା ପରେ ମୋବାଇଲ ସୁଇଚ ଅଫ୍ କରିଦେଇଥିଲା । ଘଟଣାରେ ମଧ୍ୟସ୍ଥି ସାଜିଥିବା ଜୁଲଫିକର୍ ମଧ୍ୟ ଟଙ୍କା ଫେରାଇ ଆଣିବାରେ ନିଜର ଅସହାୟତା ପ୍ରକାଶ କରିଥିଲେ। ତେବେ ଏହି ଘଟଣା ଘଟିବା ପରେ ଆଉ ଏକ ମାମଲା ଠକ ମୌଲାନା ଙ୍କ ନାଁ ରେ ଆସିଛି।

ସେହିପରି ୨୦୧୯-୨୦ ମସିହାରେ ପୀରବଜାର ଅଞ୍ଚଳର ଶର୍ମିଲା ବିବିଙ୍କ ଘରେ କିଛି ଅସ୍ୱାଭାବିକ ଘଟଣା ପାଇଁ ପୁରା ପରିବାର ଚିନ୍ତାରେ ଥିଲେ। ଜଣେ ସମ୍ପର୍କୀୟଙ୍କ ଦ୍ଵାରା ଠାକ ବାବାର ସଂସ୍ପର୍ଶରେ ଆସିଥିଲେ। କୈଫି ଖାନ ତାଙ୍କୁ ମଧ୍ୟ ସେଇ ଏକା ଫର୍ମୁଲାରେ ପକାଇଥିଲା। ଘରେ ଗୁପ୍ତ ଧନ ଅଛି କହି ଘର ଖୋଳାଇଥିଲା। ମାଟି ତଳୁ କିଛି ଧାତୁ ବାହାର କରି ଶୋଧ ପାଇଁ ୨୦ଲକ୍ଷ ମାଗିଥିଲା। ଶର୍ମିଲା ତାଙ୍କୁ ୧୦ଲକ୍ଷ ଦେଇଥିଲେ। ଆଉ ଟଙ୍କା ନଦେଇପାରିବାରୁ ତାଙ୍କୁ ଭୟଭୀତ କରିଥିଲା ତାନ୍ତ୍ରିକ।

ସେହିପରି ଭାଣପୁରର ଜଣେ ବ୍ୟକ୍ତିଙ୍କ ଘରୁ ହୀରା ବାହର କରିବା ବାହାର କରିବାକୁ କହି ଠକିଥିଲା ୧୦ ଲକ୍ଷ ଟଙ୍କା। ପୋଲିସ୍‌ ଏହି ଠକ ମୌଲାନାର ୧୧ଟି ବ୍ୟାଙ୍କ୍ ଆକାଉଣ୍ଟ ଠାବ କରିଥିଲା। ମଙ୍ଗଳାବାଗ ଥାନାରେ ଜଣେ ବ୍ୟକ୍ତି ଅଭିଯୋଗ ପରେ କୈଫି ଖାନ୍‌ର ସତ ପଦାକୁ ଆସିଥିଲା। ଗୁଣି ଗାରେଡି ଆଳରେ ସେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା। ଆହୁରି ମଧ୍ୟ ଭୂତ ଭୟ ଦେଖାଇ ଅଭିନବ ବାଟରେ ଲୁଟୁଥିଲା କୈଫି ଖାନ୍ । ତେବେ ପୋଲିସ ହାବୁଡରେ ପଡିବା ପରେ ତାର କାରନାମାର ପର୍ଦ୍ଦାଫାଶ ହୋଇଥିଲା।

ଏପରିକି ଠକ ତାନ୍ତ୍ରିକ ଜଣକ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବାର ଅଭିଯୋଗ ହୋଇଥିଲା। ଏନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ସୂଚନା ଦେଇଥିଲେ। ସୂଚନା ଅନୁଯାୟୀ ନିମ୍ବ ଗଛ ତଳେ ସୁନା ଇଟା ଅଛି ବୋଲି ବ୍ୟକ୍ତିଙ୍କୁ କହିଥିଲା ଠକ। ସୁନା ପରି ଦିଶୁଥିବା ପିତ୍ତଳ ଇଟା ବାହାରି ଥିବା ଅଭିଯୋଗକାରୀ ଦେଇଥିଲେ ସୂଚନା। ନକାରାତ୍ମକ ଶକ୍ତି ଦୂର କରିବ କହି ଠକିଥିଲା ଅଭିଯୁକ୍ତ। ଇଟା ନ ବାହାର କଲେ ଘଟିବ ଅଘଟଣ ବୋଲି କହିଥିଲା ଠକ।

କୈଫି ଖାନକୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ ପରେ ଦୁଇ ଦାମୀ କାର , ଏକ ବୁଲେଟ ସହିତ ଦୁଇ ଲକ୍ଷ ୭୬ ହଜାର ୪୧୦ ନଗଦ ଟଙ୍କା ଜବତ କରିଥିଲା । ଏଥିସହିତ ୭୦ ଟି ମୋବାଇଲ ଫୋନ , ୨୦ ଟି ଦାମୀ ଘଣ୍ଟା , ୧୩ ଟି ବିଭିନ୍ନ ପଲିସି ଏବଂ ବଣ୍ଡ କାଗଜପତ୍ର ପୋଲିସ ହାତରେ ଲାଗିଥିଲା। ବିପୁଳ ପରିମାଣରେ ପିତ୍ତଳ ମୂର୍ତି, ହୀରା ପରି ଦିଶୁଥିବା କାଥ ଧାତୁ, ପିତ୍ତଳ ବିସ୍କୁଟ ମଧ୍ୟ ଜବତ କରିଥିଲା।

 

Barsha

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

31 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

33 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

40 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

49 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

49 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago