କ୍ରୀଡା

ସାମ୍ନାକୁ ଆସିଲା କୋହଲି-ଗମ୍ଭୀରଙ୍କ ତିକ୍ତ ସମ୍ପର୍କର ପ୍ରମାଣ, ଆଇପିଏଲ ମ୍ୟାଚ୍ ପରେ ପ୍ରବଳ ଯୁକ୍ତିତର୍କ

କୋହଲି-ଗମ୍ଭୀର ମୁହାଁମୁହିଁ । ପୁଣି ସାମନାକୁ ଆସିଲା ଦୁଇ ଜଣଙ୍କ ଭିତରେ ତିକ୍ତ ସମ୍ପର୍କ । ଆଇପିଏଲ୍‌ ମ୍ୟାଚ୍‌ ସରିବା ପରେ ମୈଦାନରେ କଥା କଟାକଟି । ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଗତକାଲି ରୟାର ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ମୁକାବିଲା ପରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ବେଙ୍ଗାଳୁରୁ ଲକ୍ଷ୍ନୌକୁ ୧୮ ରନ୍‌ରେ ହରାଇଥିଲା । ମ୍ୟାଚ୍‌ ଜିତିବାକୁ ଲକ୍ଷ୍ନୌକୁ ୧୨୭ ରନ୍‌ ଟାର୍ଗେଟ ଦେଇଥିଲା ବେଙ୍ଗାଳୁରୁ । ଜବାବରେ ଲକ୍ଷ୍ନୌ ୧୦୮ରନରେ ସୀମିତ ରହିଯାଇଥିଲା । ମ୍ୟାଚ୍‌ ସରିବା ପରେ ସବୁ ଖେଳାଳି ଏକାଠି ହୋଇଥିଲେ ।

ଏତିକିବେଳେ କୌଣସି କଥାକୁ ନେଇ କୋହଲି ଓ ଗମ୍ଭୀରଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ ବାକି ଖେଳାଳି ଓ ଷ୍ଟାଫ ସେମାନଙ୍କୁ ଅଟକାଇଥିଲେ । ବିରାଟ-ଗମ୍ଭୀର ଝଗଡା ବେଳର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଲକ୍ଷ୍ନୌ ଟିମ୍‌ର ଅମିତ ମିଶ୍ର ଓ ବେଙ୍ଗାଳୁରୁ ଟିମ୍‌ କ୍ୟାପଟେନ୍‌ ଡୁପ୍ଲେସିସ୍‌ ବିରାଟ-ଗମ୍ଭୀରଙ୍କୁ ଶାନ୍ତ କରୁଥିଲେ । ପୂର୍ବରୁ ଆଇପିଏଲ୍‌ପ ୨୦୧୩ ସଂସ୍କରଣରେ ବି କୋହଲି ଓ ଗମ୍ଭୀରଙ୍କ ଭିତରେ ଜୋରଦାର ଝଡ଼ଗଡ଼ା ଓ କଥା କଟାକଟି ହୋଇଥିଲା । ସେତେବେଳେ କୋଲକାତା ନାଇଟ୍‌ ରାଇଡର୍ସର କ୍ୟାପଟେନ୍‌ ଥିଲେ ଗୌତମ ଗମ୍ଭୀର । ଏବେ ସେ ଲକ୍ଷ୍ନୌ ଟିମ୍‌ର ମେଣ୍ଟର ଅଛନ୍ତି । କୋହଲି ବେଙ୍ଗାଳୁରୁ ଟିମ୍‌ର ପୂର୍ବତନ କ୍ୟାପଟେନ୍‌ । ଝଗଡ଼ାର କାରଣ ଅସ୍ପଷ୍ଟ ରହିଛି ।

 

Barsha

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

13 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

28 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

38 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

49 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago