ସାମ୍ନାକୁ ଆସିଲା କୋହଲି-ଗମ୍ଭୀରଙ୍କ ତିକ୍ତ ସମ୍ପର୍କର ପ୍ରମାଣ, ଆଇପିଏଲ ମ୍ୟାଚ୍ ପରେ ପ୍ରବଳ ଯୁକ୍ତିତର୍କ
ଭାରତୀୟ କ୍ରିକେଟର ଦୁଇ ବଡ଼ ନାଁ ହେଉଛି କୋହଲି-ଗମ୍ଭୀର। ଆଇପିଏଲ ମ୍ୟାଚ୍ ବେଳେ ବିରାଟ ଗୋୖତମଙ୍କ ମଧ୍ୟ ରେ କଥା କଟାକଟି ହେଉଥିବା ଦେଖିବାକୁ ମିଳିଛି । କୌଣସି କଥାକୁ ନେଇ କୋହଲି ଓ ଗମ୍ଭୀରଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଝଗଡା ବେଳର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
![kohali](https://knewsodisha.com/wp-content/uploads/2023/05/kohali.jpg)
କୋହଲି-ଗମ୍ଭୀର ମୁହାଁମୁହିଁ । ପୁଣି ସାମନାକୁ ଆସିଲା ଦୁଇ ଜଣଙ୍କ ଭିତରେ ତିକ୍ତ ସମ୍ପର୍କ । ଆଇପିଏଲ୍ ମ୍ୟାଚ୍ ସରିବା ପରେ ମୈଦାନରେ କଥା କଟାକଟି । ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଗତକାଲି ରୟାର ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମୁକାବିଲା ପରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ବେଙ୍ଗାଳୁରୁ ଲକ୍ଷ୍ନୌକୁ ୧୮ ରନ୍ରେ ହରାଇଥିଲା । ମ୍ୟାଚ୍ ଜିତିବାକୁ ଲକ୍ଷ୍ନୌକୁ ୧୨୭ ରନ୍ ଟାର୍ଗେଟ ଦେଇଥିଲା ବେଙ୍ଗାଳୁରୁ । ଜବାବରେ ଲକ୍ଷ୍ନୌ ୧୦୮ରନରେ ସୀମିତ ରହିଯାଇଥିଲା । ମ୍ୟାଚ୍ ସରିବା ପରେ ସବୁ ଖେଳାଳି ଏକାଠି ହୋଇଥିଲେ ।
This guy is also a Modi’s MP! pic.twitter.com/3Fr7qybZaS
— Ashok Swain (@ashoswai) May 1, 2023
ଏତିକିବେଳେ କୌଣସି କଥାକୁ ନେଇ କୋହଲି ଓ ଗମ୍ଭୀରଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ ବାକି ଖେଳାଳି ଓ ଷ୍ଟାଫ ସେମାନଙ୍କୁ ଅଟକାଇଥିଲେ । ବିରାଟ-ଗମ୍ଭୀର ଝଗଡା ବେଳର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଲକ୍ଷ୍ନୌ ଟିମ୍ର ଅମିତ ମିଶ୍ର ଓ ବେଙ୍ଗାଳୁରୁ ଟିମ୍ କ୍ୟାପଟେନ୍ ଡୁପ୍ଲେସିସ୍ ବିରାଟ-ଗମ୍ଭୀରଙ୍କୁ ଶାନ୍ତ କରୁଥିଲେ । ପୂର୍ବରୁ ଆଇପିଏଲ୍ପ ୨୦୧୩ ସଂସ୍କରଣରେ ବି କୋହଲି ଓ ଗମ୍ଭୀରଙ୍କ ଭିତରେ ଜୋରଦାର ଝଡ଼ଗଡ଼ା ଓ କଥା କଟାକଟି ହୋଇଥିଲା । ସେତେବେଳେ କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ଥିଲେ ଗୌତମ ଗମ୍ଭୀର । ଏବେ ସେ ଲକ୍ଷ୍ନୌ ଟିମ୍ର ମେଣ୍ଟର ଅଛନ୍ତି । କୋହଲି ବେଙ୍ଗାଳୁରୁ ଟିମ୍ର ପୂର୍ବତନ କ୍ୟାପଟେନ୍ । ଝଗଡ଼ାର କାରଣ ଅସ୍ପଷ୍ଟ ରହିଛି ।