Below header

ବିବାହ ବନ୍ଧନରେ ବାନ୍ଧି ହେଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା

ପଡ଼ିଲା ହାତଗଣ୍ଠି, ସାତଜନ୍ମର ସାଥୀ ହେଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା । ଦୁଇ ଜିଲ୍ଲାପାଳଙ୍କର ସରିଲା ବାହାଘର। ଗତକାଲି ମେ ୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି।

ସମ୍ବଲପୁର(କେନ୍ୟୁଜ୍): ପଡ଼ିଲା ହାତଗଣ୍ଠି, ସାତଜନ୍ମର ସାଥୀ ହେଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା । ଦୁଇ ଜିଲ୍ଲାପାଳଙ୍କର ସରିଲା ବାହାଘର। ଗତକାଲି ମେ ୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି। ତେବେ ବାହାଘର ପୂର୍ବରୁ ମେହେନ୍ଦିର କିଛି ଭିଡିଓ ସାମ୍ନା କୁ ଆସିଛି। ଉଭୟ ଜ଼ିଲ୍ଲାପାଳ ନାଚୁଥିବାର ଭିଡିଓ ଏବେ ଭାଇରାଲ୍ ହୋଇଛି।

ଗତ ରାତିରେ ଗ୍ବାହାଟି ସ୍ଥିତ ଏକ ହୋଟେଲରେ ବାହାଘର ସମ୍ପନ୍ନ ହୋଇଛି । ବାହାଘର ପାଇଁ ସମ୍ବଲପୁର ଜ଼ିଲ୍ଲାପାଳ ଗତ ୨୯ ତାରିଖରୁ ପ୍ରାୟ ୨୦ଦିନ ଛୁଟିରେ ରହିବେ। ତେବେ ଏହି ବାହାଘର ଖୁବ୍ କମ୍ ସଦସ୍ଯମାଙ୍କୁ ଡକାଯାଇଛି। ଦୁଇ ଜିଲ୍ଲାପାଳଙ୍କ ବାହାଘର ବେଶ ଧୁମ ଧାମ ରେ ରାଜ୍ଯ ବାହାରେ ହେଇଥିଲା । ଆସାମ ଗ୍ବାହାଟି ସ୍ଥିତ ଏକ ଅଭିଜାତ୍ୟ ହୋଟେଲରେ ଏହି ବାହାଘରର ଆୟାଜନ କରାଯାଇଥିଲା।

marry

ଗତକାଲି ରାତି ପ୍ରାୟ ୮ଟାରେ ଚଞ୍ଚଳ ରଣା ବରଯାତ୍ରୀ ଧରି କନ୍ୟା ଘରକୁ ବାହାରିଥିଲେ। ବରଯାତ୍ରୀ ରେ ନିଜେ ଚଞ୍ଚଳ ରଣା ମଧ୍ୟ ନାଚିବା ଦେଖି ବାକୁ ମିଳିଥିଲା। ବରଯାତ୍ରୀ କନ୍ୟା ଘରେ ପହଞ୍ଚିବା ପରେ ବର ପକ୍ଷ କୁ ସ୍ୱାଗତ କରିଥିଲେ କନ୍ୟା ପକ୍ଷ । ମିଠା ଖୁଆଇ ଚଞ୍ଚଳଙ୍କୁ କନ୍ୟା ପକ୍ଷ ପାଛୋଟି ନେଇଥିଲେ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ମଧ୍ୟ ଦୁଲହନ ବେଶରେ ସଜେଇ ହୋଇଥିଲେ। ବାହାଘରକୁ ନେଇ ଅନନ୍ୟା ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା। ସେପଟେ ଏହି ନବ ଦମ୍ପତ୍ତିଙ୍କୁ ସୋସିଆଲ ମିଡ଼ିଆରେ ଲୋକେ ଶୁଭେଚ୍ଛା ଜଣାଉଛନ୍ତି।

chanchal

ସୂଚନା ଥାଉକି, ଉଭୟ ଜିଲ୍ଲାପାଳ ପୂର୍ବରୁ ବିବାହ କରି ସାରିଥିବା ବେଳେ ଏହା ସେମାନଙ୍କର ଦ୍ଵିତୀୟ ବିବାହ ଅଟେ । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ପୂର୍ବରୁ ବର୍ତମାନର ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂହଙ୍କୁ ବିବାହ କରିଥିଲେ । ବ୍ୟକ୍ତିଗତ କାରଣରୁ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା । ଅନ୍ୟପଟେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ପୂର୍ବରୁ ବର୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ ଅଖତରଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ମତଭେଦ କାରଣରୁ ଉଭୟଙ୍କର ମଧ୍ୟ ବିବାହ ବିଚ୍ଛେଦ ଘଟିଥିଲା ।

କିଛି ମାସ ହେବ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା । ପରେ ସେମାନେ ବିବାହ ନେଇ ସ୍ଥିର କରିଥିଲେ । ଏହାପରେ ନିର୍ବନ୍ଧ ହୋଇଥିଲା। ତେବେ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଆସାମର ଝିଅ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଓଡି଼ଶାର ବାସିନ୍ଦା ଅଟନ୍ତି । ତେବେ ଗତକାଲି ଏହି ଜିଲ୍ଲାପାଳ ଯୋଡି଼ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣାପଡି଼ଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.