Below header

ସ୍ୱର୍ଗଦ୍ୱାରରେ ସରିଲା ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ଶେଷକୃତ୍ୟ, ପୁଅ ମୟଙ୍କ ଦେଲେ ମୁଖାଗ୍ନି

ସ୍ୱର୍ଗଦ୍ୱାରରେ ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ। ମୃତ୍ୟୁ ପରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି । ଶେଷକୃତ୍ୟରେ ଯୋଗ ଦେଲେ ବହୁ ବଡ଼ ବଡ଼ ସାମ୍ବାଦିକ ।

ପୁରୀ / ଭୁବନେଶ୍ୱର (କେନ୍ୟୁଜ): ସ୍ୱର୍ଗଦ୍ୱାରରେ ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ। ପୁଅ ମୟଙ୍କ ମହାପାତ୍ର ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ଗତକାଲି ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ହୃଦ୍‌ଘାତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ବାସୁଦେବ ମହାପାତ୍ରଙ୍କ ମୃତ୍ୟୁ ପରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି । ଅପରାହ୍ଶରେ ତାଙ୍କ ପାର୍ଥିବ ଶରୀର ସ୍ୱର୍ଗଦ୍ୱାର ଅଣାଯିବା ପରେ ଶେଷକୃତ୍ୟ କରାଯାଇଥିଲା ।

ରାଜ୍ୟ ବିଜେଡି ଉପସଭାପତି ସୁଭାସିସ ଖୁଣ୍ଟିଆ, ବରିଷ୍ଠ ସାମ୍ବାଦିକ ହିମାଂଶୁ ପତିମିଶ୍ର, ମୀନକେତନ ମିଶ୍ର, ଗୁରୁପ୍ରସାଦ ମହାନ୍ତି, ସୌଭାଗ୍ୟ ପାଣିଗ୍ରାହୀ,ରଜନୀ ମିଶ୍ର, ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର, ମଧୁସୂଦନ ମିଶ୍ର,ଶୈଳେନ୍ଦ୍ର ଆଚାର୍ଯ୍ୟ,ସୀମାଞ୍ଚଳ ପାଢ଼ୀଙ୍କ ସମେତ ବହୁ ଯୁବ ସାମ୍ବାଦିକ ଓ କ୍ୟାମେରାମ୍ୟାନ ଯୋଗ ଦେଇ ବାସୁଦେବ ମହାପାତ୍ରଙ୍କ ଶେଷ ଦର୍ଶନ କରିଥିଲେ । ବାସୁଦେବ ମହାପାତ୍ର ବିଭିନ୍ନ ଜାତୀୟ ତଥା ଆଞ୍ଚଳିକ ଗଣମାଧ୍ୟମ ସହ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଜଡିତ ରହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.