ରାଜ୍ୟ

ସ୍ତ୍ରୀର ମୁଣ୍ଡ କାଟି ନେଇ ମାଟିରେ ପୋତିଲା ହତ୍ୟାକାରୀ ସ୍ୱାମୀ, ପରେ ଥାନାରେ କଲା ଆତ୍ମସମର୍ପଣ

କରଞ୍ଜିଆ (କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡ଼ା ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ। ସ୍ତ୍ରୀର ମୁଣ୍ଡକୁ କଟୁରି କାଟି ହତ୍ୟା କରିଛି ସ୍ୱାମୀ। ଶୁକ୍ରବାର ସକାଳ ପ୍ରାୟ ୯ ଟା ସମୟରେ ଗ୍ରାମର ରାଜେନ୍ଦ୍ର ମହାକୁଡ଼ ତାର ସ୍ତ୍ରୀ ପ୍ରତିମାକୁ ନିଜ ଘରଭିତରେ ଏକ କଟୁରି ନେଇ ମୁଣ୍ଡକୁ କାଟି ମୁଣ୍ଡ ଓ ଗଣ୍ଡି କୁ ଅଲଗା କରି ଦେଇଛି।

ହତ୍ୟା କରିବା ପରେ ମୁଣ୍ଡକୁ ତାଙ୍କ ଘର ଛେଳି ଗୁହାଳ ଭିତରେ ମାଟି ଖୋଳି ପୋତି ଦେଇଥିବା ବେଳେ ହତ୍ୟାକାଣ୍ଡ ସ୍ଥଳରେ ଘର ଭିତରେ ମୁଣ୍ଡ ବିହୀନ ଦେହ ପଡି ରହିଛି।ସ୍ତ୍ରୀ କୁ ହତ୍ୟା କରିବା ପରେ ହତ୍ୟାକାରୀ ରାଜେନ୍ଦ୍ର ବ୍ୟବହୃତ କଟୁରି ନେଇ ଠାକୁରମୁଣ୍ଡା ଥାନାରେ ଆତ୍ମସମର୍ପଣ କରିଛି। ଥାନା ରେ ଆତ୍ମସମର୍ପଣ କରିବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡ ର କାରଣ ଜଣ ତାହା ଜଣା ପଡ଼ିନାହିଁ। ହତ୍ୟାକାଣ୍ଡ ସ୍ଥଳ କୁ ତଦନ୍ତ କରିବାକୁ ସାଇଣ୍ଟିଫିକ ଟିମ ଆସୁଥିବା ର ଜଣାଯାଇଛି।

Barsha

Recent Posts

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

1 min ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

39 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

41 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

1 hour ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

1 hour ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago