ରାଜ୍ୟ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ମେ’ରେ ପୁଣି ବାତ୍ୟା ଭୟ !

ଭୁବନେଶ୍ୱର (କେନ୍ୟୁଜ): ମେ’ ମାସରେ ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ଦାନା ବାନ୍ଧିବ କି ସାଇକ୍ଲୋନ୍‌ । ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ବାତ୍ୟା ରୂପ ନେବ କି ? ବିଭିନ୍ନ ଭିନ୍ନ ପାଣିପାଗ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ମେ ଦ୍ୱିତୀୟ ସପ୍ତାହ ବେଳକୁ ବାତ୍ୟା ନେଇ ପୂର୍ବାନୁମାନ କରିଛନ୍ତି ଆନ୍ତର୍ଜାତିକ ପାଣିପାଗ ସଂସ୍ଥା । ଓ୍ଵିଣ୍ଡିର ଇରୋପିଆନ୍‌ ECMWF ଓ ଆମେରିକାନ୍‌ GFS ମଡେଲ୍‌ ସମ୍ଭାବ୍ୟ ବାତ୍ୟା ନେଇ ଦର୍ଶାଉଛି । ଆସନ୍ତା ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇପାରେ ବୋଲି ଓ୍ଵିଣ୍ଡିର ଦୁଇଟି ମଡେଲ୍‌ ଦର୍ଶାଉଛି । କିନ୍ତୁ ଏହାର ନିର୍ଦ୍ଦିଷ୍ଟ ଟ୍ରାକ୍‌ ସ୍ପଷ୍ଟ ହେଉନି ।

ଅନ୍ୟପଟେ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍‌ ମେ ଦ୍ୱିତୀୟ ସପ୍ତାହରେ ବାତ୍ୟା ସମ୍ଭାବନା ନେଇ ଆକଳନ କରିଛନ୍ତି । ଚଳିତ ସପ୍ତାହ ଶେଷ ଆଡକୁ କିମ୍ବା ଆସନ୍ତା ସପ୍ତାହ ଆରମ୍ଭ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ପାଗ ଅନୁକୂଳ ରହିଛି । ଆଗକୁ ସେହି ଲଘୁଚାପ ସାମୁଦ୍ରିକ ଝଡ଼ର ରୂପ ନେବା ଯଥେଷ୍ଟ ସମ୍ଭାବନା ଥିବା ଅନୁମାନ କରିଛନ୍ତି ଜାସନ ନିକୋଲ୍‌ସ । ପୂର୍ବ ଭାରତରୁ ଆରମ୍ଭକରି ବାଂଲାଦେଶ ଓ ମିଆଁମାର ପର୍ଯ୍ୟନ୍ତ ଏହାର ପ୍ରଭାବ ପଡିପାରେ ବୋଲି ସେ ଆକଳନ କରିଛନ୍ତି । ଆଗକୁ ସମ୍ଭାବ୍ୟ ଲଘୁଚାପ କି ରୂପ ନେବା ତାଉପରେ ନଜର ରଖିଛନ୍ତି ପାଣିପାଗ ବିଜ୍ଞାନୀ ।

ସେପଟେ ବଙ୍ଗୋପସାଗରରେ ବାତ୍ୟା ନେଇ କୌଣସି ସୂଚନା ଦେଇନି ଭାରତୀୟ ପାଣିପାଗ ବିଭାଗ । ଆଇଏମ୍‌ଡି ଅନୁମାନ କରିଛି, ମେ’ ପ୍ରଥମ ସପ୍ତାହରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ମେ ୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ଅବପାତର ରୂପ ନେଇପାରେ। ତେବେ ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ। ଏହି ଲଘୁଚାପ କ୍ଷେତ୍ରର ଓଡ଼ିଶାରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ହେଲେ ଏହାର ନାଁ ରହିବ ‘ମୋଚା’ । ୟେମେନ୍‌ ଏହାର ନାମକରଣ କରିଛି । ଗତବର୍ଷ ମେ ୮ତାରିଖରେ ସାମୁଦ୍ରିକ ଝଡ଼ ଅସାନୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା । ପ୍ରଥମେ ପୂର୍ବାନୁମାନ କରାଯାଇଥିଲା ଏହା ଆନ୍ଧ୍ର-ଓଡ଼ିଶା ଉପକୂଳ ମୁହାଁଇବ । ପରେ ଗତିପଥ ବଦଳାଇଥିଲା ବାତ୍ୟା ଅସାନୀ । ଏହାର ପ୍ରକୋପ ମଧ୍ୟ କମିଥିଲା । ଡିପ୍‌ ଡିପ୍ରେସନ୍‌ ବା ଗଭୀର ଅବପାତ ଭାବରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଥିଲା । ତେଣୁ ଏବେ ବଙ୍ଗୋପସାଗରରେ ବାତ୍ୟା ହେବ କି ନାହିଁ ଓ ଏହାର ସମ୍ଭାବ୍ୟ ପ୍ରକୋପ ନେଇ ଏବେଠାରୁ ସଠିକ୍‌ ପୂର୍ବାନୁମାନ କରି ହେବ ନାହିଁ ।

Barsha

Recent Posts

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

54 mins ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

1 hour ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

1 hour ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

3 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

3 hours ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

4 hours ago