Categories: ରାଜ୍ୟ

ଭାରତୀୟ ନୌସେନା ଦ୍ବାରା ଚିଲିକାରେ ଚାଲିଥିବା  ‘ସ୍ବଚ୍ଛତା ହିଁ  ସେବା’ କାର୍ଯ୍ୟକ୍ରମ ଉଦଯାପିତ, କର୍ମଚାରୀମାନେ ଦେଲେ ସଚେତନତାର ବାର୍ତ୍ତା

ବାଲୁଗାଁ(କେନ୍ୟୁଜ୍): ଭାରତୀୟ  ନୌସେନା ଦ୍ବାରା ଦୀର୍ଘ ସପ୍ତାହେ ବ୍ୟାପୀ ଚାଲି ରହିଥିବା  ସ୍ବଚ୍ଛତା ହିଁ ସେବା ସପ୍ତାହ ଆଜି ଉଦଯାପନ ହୋଇଛି। ଏହି ସ୍ବଚ୍ଛତା ଅଭିଯାନରେ ନୌସେନା ବାହିନୀରେ ସମସ୍ତ କର୍ମଚାରୀଙ୍କ ପରିବାର ଚିଲିକା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇ ଚିଲିକାରେ ସଫେଇ କାର୍ଯ୍ୟକ୍ରମ କରିଥିଲେ। ଏହା ସହିତ ପରିବେଶ ସୁରକ୍ଷାର ସଚେତନତାର ବାର୍ତ୍ତା ଭାଷଣ ମାଧ୍ୟମରେ ଦିଆଯାଇଥିଲା।

୨୮  ତାରିଖ ଦିନ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତୀ ମାନେ ପ୍ଲାଷ୍ଟିକ ବର୍ଜନ ଉପରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିବା ସହ ସମସ୍ତଙ୍କୁ ପ୍ଲାଷ୍ଟିକ ବର୍ଜନ ଓ ପରିବେଶ ସ୍ବଚ୍ଛ ରଖିବାର ଶପଥ ପାଠ କରାଇଥିଲ। ୨୯ ତାରିଖ ଦିନ ଏକ ପୋଷ୍ଟର ତିଆରି  ପ୍ରତିଯୋଗୀତା ସ୍ବତନ୍ତ୍ର ଭାବେ ପ୍ରଶିକ୍ଷାର୍ଥୀ ଏବଂ ଚିଲିକାର କର୍ମଚାରୀମାନଙ୍କ ଦ୍ବାରା ହୋଇଥିଲା। ୧  ଅକ୍ଟୋବର ଦିନ ଚିଲିକା ନିକଟବର୍ତ୍ତୀ  ଅଧିବାସୀଙ୍କ ପାଇଁ ଏକ ଜାଗୃତିକ ଅଭିଯାନ ପ୍ଲାଷ୍ଟିକ ବର୍ଜନ ସଚେତନତା ପରିଚାଳନା କାର୍ଯ୍ୟକ୍ରମ ହେଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଆଗାମୀ ଦିନରେ ଚିଲିକାକୁ କିପରି ପ୍ଲାଷ୍ଟିକ ମୁକ୍ତ ଓ ସୁବଜ ସୁନ୍ଦର ରଖିବା। ୨ ଅକ୍ଟୋବର ଅର୍ଥାତ ଆଜି ଚିଲିକା ପରିବାର ଦ୍ବାରା ୯୦୦ ଚାର ଗଛ ରୋପଣ କାର୍ଯ୍ୟକ୍ରମ ହୋଇ ଏହି ସ୍ବଚ୍ଛତା ହିଁ ସେବା ଅଭିଯାନ ସପ୍ତାହ ଉଦଯାପନ ହୋଇଥିଲା। ଉଦଯାପନୀ ଉତ୍ସବରେ  କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଚିଲିକା ପରିବାରର ସଦସ୍ୟ ଓ ମହିଳାମାନେ ପ୍ଲାଷ୍ଟିକ ମୁକ୍ତର  ସଚେତନତା ପାଇଁ ଏକ ଅଭିନୟ ପରିବେଷଣ କରିଥିଲେ। ପରେ ନାଭାଲ ବ୍ୟାଣ୍ଡ ଟିମ୍ ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀରେ ‘ବୈଷ୍ଣବ ଜନ କୋ’ ଓ ରଘୁପତି ରାଘବ ଭଳି  ଦୁଇଟି ସଙ୍ଗୀତର ଧୂନ ପରିବେଷଣ କରିଥିଲେ।

 

 

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

15 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

24 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

59 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago