Categories: ରାଜ୍ୟ

ଆତଙ୍କବାଦ ସଂପର୍କିତ ମାମଲାର କିପରି ହେବ ତଦନ୍ତ, ଭୁବନେଶ୍ୱର ପୋଲିସ୍ ଭବନରେ ଚାଲିଛି ଦିନିକିଆ କର୍ମଶାଳା

ଭୁବନେଶ୍ବର: ଆତଙ୍କୀଙ୍କ ପାଖକୁ ଆସୁଥିବା ଫଣ୍ଡ ବନ୍ଦ ହେବା ଆବଶ୍ୟକ । ଫଣ୍ଡ ରୋକା ଗଲେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଭାବ ପଡ଼ିବ । ଏହା କହିଛନ୍ତି ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦର ମୋଦି । ଭୁବନେଶ୍ୱର ପୋଲିସ ଭବନରେ ଚାଲିଥିବା ଓଡ଼ିଶା ପୋଲିସ ଓ କ୍ରାଇମ୍‌ବ୍ରାଞ୍ଚର ଦିନିକିଆ କର୍ମଶାଳାରେ ଯୋଗଦେଇଛନ୍ତି ଏନ୍‌ଆଇଏ ଡିଜି । ପ୍ରତିବର୍ଷ ରାଜ୍ୟରୁ ୧୦ ଜଣ ପୋଲିସ ଅଫିସରଙ୍କୁ ଏନ୍‌ଆଇଏକୁ ପଠାଇବାକୁ କୁହାଯାଇଛି । ଏମାନେ ଆତଙ୍କବାଦୀ ଓ ନକ୍ସଲ କାର୍ଯ୍ୟକଳାପର ତଦନ୍ତ କରିବେ ବୋଲି ଏନ୍‌ଆଇଏ ଡିଜି କହିଛନ୍ତି । ଆତଙ୍କବାଦ ସମ୍ପର୍କିତ ମାମଲାର କିଭଳି ହେବ ତଦନ୍ତ । ତଦନ୍ତକାରୀ ଅଫିସରମାନେ ନୂତନ ଜ୍ଞାନକୌଶଳ ବ୍ୟବହାର କରି ତଦନ୍ତକୁ କିଭଳି ଆଗେଇ ନେବେ । ଏନେଇ ପୋଲିସ ଅଧିକାରୀଙ୍କୁ ଟ୍ରେନିଂ ଦେଉଛନ୍ତି ଏନ୍‌ଆଇଏ ଅଧିକାରୀ । ପାଖାପାଖି ୧୦୦ ଜଣ ଅଧିକାରୀଙ୍କୁ ତାଲିମ ଦିଆଯାଉଛି । ବିଶେଷକରି ଦକ୍ଷତା ଥିବା ଯୁବ ପୋଲିସ ଅଫିସରଙ୍କୁ କର୍ମଶାଳାରେ ସାମିଲ କରାଯାଇଛି । କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦର ମୋଦି ଓ ଏନ୍‌ଆଇଏ ଆଇଜି ଜିପି ସିଂହ ଯୋଗଦେଇଛନ୍ତି । ସେହିପରି ସମ୍ମାନିତ ଅତିଥି ଭାବେ ପୋଲିସ ଡିଜ ବିଜୟ କୁମାର ଶର୍ମା ମଧ୍ୟ ଉପସ୍ଥିତ ଅଛନ୍ତି । ପୋଲିସ ଡିଜି କହିଛନ୍ତି, ଏପରି କର୍ମଶାଳା ଦ୍ୱାରା ତଦନ୍ତକାରୀ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ପାଇବ । ସବୁ ସମୟରେ ଓଡ଼ିଶା ପୋଲିସ ଏନ୍‌ଆଇଏ ସହ ଯୋଗାଯୋଗରେ ଅଛୁ । ଯଦି ସେଭଳି ମାମଲା ଆସେ ଏନ୍‌ଆଇଏର ସହଯୋଗ ନେବୁ ବୋଲି କହିଛନ୍ତି ପୋଲିସ ଡିଜି ବି. କେ ଶର୍ମା।

 

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

3 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

12 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

47 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

54 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago