ଭୁବନେଶ୍ୱର (କେନ୍ୟୁଜ): ଯୁବକଙ୍କୁ ଖଣ୍ଡା ଚୋଟ । ଯୁବକଙ୍କ ମୁଣ୍ଡରେ ଖଣ୍ଡା ଲାଗି ରହିଥିବା ଅବସ୍ଥାରେ କ୍ଯାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି । ଗୁରୁତର ଯୁବକ ହେଉଛନ୍ତି ବାଲିପାଟଣା ଥାନା ଝିଣ୍ଟିଶାସନ ଗ୍ରାମର ସୁଧାକର ଜେନା । ଆଜି ସକାଳୁ ସୁଧାକର ରାଜସ ମଠସାହି ଠାରେ ଥିବା ବେଳେ ୪ ଜଣ ଯୁବକ ୨ଟି ବୁଲେଟ୍ ରେ ଆସି ସୁଧାକର ଙ୍କ ମୁଣ୍ଡକୁ ଏକ ଖଣ୍ଡାରେ ଚୋଟ ମାରିଥିଲେ । ଖଣ୍ଡା ଚୋଟରେ ସୁଧାକରଙ୍କ ମୁଣ୍ଡରେ ଖଣ୍ଡାଟି ରହିଯାଇଥିଲା ।
ଆକ୍ରମଣ କରି ଦୁବୃତ୍ତ ମାନେ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଛନ୍ତି | ଗୁରୁତର ସୁଧାକରଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତୁରନ୍ତ ତାଙ୍କୁ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲ୍ ଭର୍ତ୍ତି କରାଯାଇଛି । ବାଲିଘାଟକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…