ରାଜ୍ୟ

ସିରିଜ ଚୋରି ; ୮ ଟି ଘରେ କଳାକନା ବୁଲାଇଲେ ଚୋର

ବାଙ୍ଗିରିପୋଷି : ଥମୁନି ଲୁଟ୍‌ । କେତେବେଳେ ରାସ୍ତାରୁ ଲୁଟ୍‌ କରୁଛନ୍ତି ତ କେତେବେଳେ କାହା ଡିକି ଭାଙ୍ଗି ଲୁଟ୍‌ କରୁଛନ୍ତି । ଦିନକୁ ଦିନ ଏହି ଲୁଟେରାଙ୍କ ବିତ୍ପାତ ବଢ଼ିଚାଲିଛି । ଏବେ ଚୋର ମାନେ ଘରକୁ କରୁଛନ୍ତି ଟାର୍ଗେଟ୍‌ । ସେ ପୁଣି ଗୋଟିଏ କି ଦୁଇଟି ଘର ନୁହେଁ ଏକା ଥରକେ ୮ ଟି ଘରେ କଳାକନା ବୁଲାଇଛନ୍ତି ଚୋର । ଆଉ ଏହି ଚୋର କେବଳ ଟଙ୍କା, ସୁନା ଚୋରି କରି ନାହାଁନ୍ତି ବରଂ ମୂଲ୍ୟବାନ୍‌ ଗଛକୁ ବି ଛାଡ଼ି ନାହାଁନ୍ତି । ଏଭଳି ଲୁଟ୍‌ର ଶିକାର ହୋଇଛନ୍ତି ବାଙ୍ଗିରିପୋଷି ଅଞ୍ଚଳର ୮ ଟି ଘର ।

ବାଙ୍ଗିରିପୋଷି ଓ ଝାରାପୋଖରିଆ ଥାନା ଠାରୁ ଏକ କିଲୋ ମିଟର ଦୁରରେ ଥିବା ୮ଟି ଘରେ କଳାକନା ବୁଲାଇଛନ୍ତି ଚୋର । ୩ଟି ଚନ୍ଦନ ଗଛ ସହିତ ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।ବାଙ୍ଗିରିପୋଷି ସାମ୍ବାଦିକ ପ୍ରୀତିଶ କୁମାର ମହାନ୍ତ, ଶିକ୍ଷକ ପବିତ୍ର ମୋହନ ଗିରି ଓ ତାଙ୍କ ଘରେ ଭଡା ରହିଥିବା ଶିକ୍ଷକ ମନୋଜ କୁମାର ଦାସ ମହାପାତ୍ର ଏବଂ ଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଗତ ରାତିରେ ଘର ପଛ ପଟୁ କବାଟ ଓ ଝରକା ଗ୍ରୀଲ ତାଡି ଚୋରମାନେ ପଶିଥିଲେ । ପୂର୍ବରୁ ସମସ୍ତଙ୍କ ଘର ଉପରେ ରଖୁଥିଲେ ନଜର । ଆଉ ଘର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ କରୁଛନ୍ତି ଚୋରି ।

ଯାହା ପୋଲିସକୁ ଖୋଲା ଚେଲେଞ୍ଜ ଦେଇଛନ୍ତି । ବାଙ୍ଗିରିପୋଷି ଓ ଝାରପୋଖରିଆ ଥାନା ଅଞ୍ଚଳରେ ଏହି ସିରିଜ ଚୋରି ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦୁଇ ରାତି ମଧ୍ୟରେ ଉଭୟ ଥାନା ଅଞ୍ଚଳରୁ ୮ଟି ଘରେ କଳାକନା ବୁଲାଇଛନ୍ତି ଚୋର ।

ଏନେଇ ବାଙ୍ଗିରିପୋଷି ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଉକ୍ତ ଅଞ୍ଚଳରେ ରାତିରେ ପୋଲିସ ପେଟ୍ରୋଲିଂ ଠିକ ଭାବେ ହେଉ ନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ଏଭଳି ଭାବେ ବାରମ୍ବାର ଚୋରି ହେଉଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ଅବସ୍‌ଥାରେ ରହିଛନ୍ତି ।

Sasmita

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago