Categories: ରାଜ୍ୟ

ଏଣିକି ଷ୍ଟେସନ କିମ୍ବା ଟ୍ରେନରେ ପ୍ରବେଶ କରି‌ବେ ନାହିଁ କିନ୍ନର

ଭୁବନେଶ୍ବର: ଏଣିକି ଷ୍ଟେସନ ହେଉ କିମ୍ବା ଟ୍ରେନ ପ୍ରବେଶ କରି‌ବେ ନାହିଁ କିନ୍ନର। ଯାତ୍ରୀ ହିସାବରେ ସେମାନେ ଯାଇ ପାରିବେ କିନ୍ତୁ ଭିକ୍ଷାବୃତ୍ତି କରି ପାରିବେ ନାହିଁ। ଆଜି ରେଲୱେ କତ୍ତୃପକ୍ଷ, ଆରପିଏଫ ଓ ରେଳବାଇ ପୁଲିସ ଏକ ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ କିନ୍ନରମାନଙ୍କ ସହିତ ପ୍ରଥମେ ଆଲୋଚନା କରାଯିବ। ଏହାପରେ ଯଦି ସେମାନେ ନିୟମ ନମାନି ଷ୍ଟେସନ ଓ ଟ୍ରେନ ଭିତରେ ଭିକ୍ଷାବୃତ୍ତି କରନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୈଠକରେ ଷ୍ଟେସନ ଓ ଟ୍ରେନ ଭିତରେ ଯାତ୍ରୀଙ୍କ ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଯାତ୍ରୀମାନେ କିପରି ସୁରକ୍ଷିତ ଭାବେ ଯାତ୍ରା କରି ପାରିବେ ଏବଂ ବିଶେଷକରି ମହିଳା ଓ ଶିଶୁ ଯାତ୍ରୀମାନଙ୍କ ସୁରକ୍ଷାକୁ କିଭଳି ପ୍ରଧାନ୍ୟ ଦିଆଯାଇ ପାରିବ ତା ଉପରେ ସବିଶେଷ ଆଲୋଚନା ହୋଇଥିଲା।

ଏହା ବ୍ୟତୀତ ଲୁଟେରାମାନଙ୍କ ହା‌ବୁଡ଼ରେ ଯାତ୍ରୀମାନେ ନ ପଡ଼ିବା ନେଇ ପୁଲିସ ଯତ୍ନବାନ ହେବ। ଏଥିପାଇଁ ଜିଆରପି ଓ ରେଲୱେ ପୁଲିସ ମଧ୍ୟରେ ଏକ ହ୍ବାଟସଆପ୍ ଗ୍ରୁପ ଗଠନ କରାଯିବ। ଏହି ଗ୍ରୁପ ମାଧ୍ୟମରେ ପେଶାଦାର ରେଳବାଇ ଅପରାଧୀମାନଙ୍କ ଫଟୋ ସେୟାର କରାଯିବ। ସେହିପରି ଗ୍ରୁପ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ କରାଯିବ। ଟ୍ରେନରେ ନିଶା, ମାରଣାସ୍ତ୍ର ଚାଲାଣ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ଆଲୋଚନା ହୋଇଥିଲା। ସେହିପରି ଜିଆରପି କର୍ମଚାରୀମାନଙ୍କୁ ମଧ୍ୟ ବୋମା ନିଷ୍କ୍ରିୟ କରାଯିବା ନେଇ ତାଲିମ ପ୍ରଦାନ କରାଯିବ। ସମସ୍ତ ଷ୍ଟେସନରେ ବ୍ୟାଗେଜ ସ୍କାନର ଲଗାଯିବା ସହିତ ସିସି କ୍ୟାମେରା ମଧ୍ୟ ଲଗାଯିବା ନେଇ ବୈଠକରେ ସ୍ଥିର କରାଯାଇଛି।

KNews Bureau

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

9 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

54 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

60 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago