ଏଣିକି ଷ୍ଟେସନ କିମ୍ବା ଟ୍ରେନରେ ପ୍ରବେଶ କରି‌ବେ ନାହିଁ କିନ୍ନର

ଭୁବନେଶ୍ବର: ଏଣିକି ଷ୍ଟେସନ ହେଉ କିମ୍ବା ଟ୍ରେନ ପ୍ରବେଶ କରି‌ବେ ନାହିଁ କିନ୍ନର। ଯାତ୍ରୀ ହିସାବରେ ସେମାନେ ଯାଇ ପାରିବେ କିନ୍ତୁ ଭିକ୍ଷାବୃତ୍ତି କରି ପାରିବେ ନାହିଁ। ଆଜି ରେଲୱେ କତ୍ତୃପକ୍ଷ, ଆରପିଏଫ ଓ ରେଳବାଇ ପୁଲିସ ଏକ ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ କିନ୍ନରମାନଙ୍କ ସହିତ ପ୍ରଥମେ ଆଲୋଚନା କରାଯିବ। ଏହାପରେ ଯଦି ସେମାନେ ନିୟମ ନମାନି ଷ୍ଟେସନ ଓ ଟ୍ରେନ ଭିତରେ ଭିକ୍ଷାବୃତ୍ତି କରନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୈଠକରେ ଷ୍ଟେସନ ଓ ଟ୍ରେନ ଭିତରେ ଯାତ୍ରୀଙ୍କ ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଯାତ୍ରୀମାନେ କିପରି ସୁରକ୍ଷିତ ଭାବେ ଯାତ୍ରା କରି ପାରିବେ ଏବଂ ବିଶେଷକରି ମହିଳା ଓ ଶିଶୁ ଯାତ୍ରୀମାନଙ୍କ ସୁରକ୍ଷାକୁ କିଭଳି ପ୍ରଧାନ୍ୟ ଦିଆଯାଇ ପାରିବ ତା ଉପରେ ସବିଶେଷ ଆଲୋଚନା ହୋଇଥିଲା।

kinnerଏହା ବ୍ୟତୀତ ଲୁଟେରାମାନଙ୍କ ହା‌ବୁଡ଼ରେ ଯାତ୍ରୀମାନେ ନ ପଡ଼ିବା ନେଇ ପୁଲିସ ଯତ୍ନବାନ ହେବ। ଏଥିପାଇଁ ଜିଆରପି ଓ ରେଲୱେ ପୁଲିସ ମଧ୍ୟରେ ଏକ ହ୍ବାଟସଆପ୍ ଗ୍ରୁପ ଗଠନ କରାଯିବ। ଏହି ଗ୍ରୁପ ମାଧ୍ୟମରେ ପେଶାଦାର ରେଳବାଇ ଅପରାଧୀମାନଙ୍କ ଫଟୋ ସେୟାର କରାଯିବ। ସେହିପରି ଗ୍ରୁପ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ କରାଯିବ। ଟ୍ରେନରେ ନିଶା, ମାରଣାସ୍ତ୍ର ଚାଲାଣ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ଆଲୋଚନା ହୋଇଥିଲା। ସେହିପରି ଜିଆରପି କର୍ମଚାରୀମାନଙ୍କୁ ମଧ୍ୟ ବୋମା ନିଷ୍କ୍ରିୟ କରାଯିବା ନେଇ ତାଲିମ ପ୍ରଦାନ କରାଯିବ। ସମସ୍ତ ଷ୍ଟେସନରେ ବ୍ୟାଗେଜ ସ୍କାନର ଲଗାଯିବା ସହିତ ସିସି କ୍ୟାମେରା ମଧ୍ୟ ଲଗାଯିବା ନେଇ ବୈଠକରେ ସ୍ଥିର କରାଯାଇଛି।

Leave A Reply

Your email address will not be published.