ଓଡିଆ ଝିଅ ଗାୟତ୍ରୀ ମହାନ୍ତି ହେଲେ ଶ୍ରୀମତୀ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ ୨୦୧୯

ବେଙ୍ଗାଲୁରୁ (କେନ୍ୟୁଜ୍) : ୨୦୦୫ ମସିହାରେ କିଟ୍ ବିଶ୍ୱ ବିଦ୍ୟାଳୟରୁ ଏମ୍ ବିଏ ପାସ୍ କରିବା ପରେ ବେଙ୍ଗାଲୁରୁରେ ଚାକିରି ପାଇଥିଲେ । ନିଶା ସମାଜସେବା ଓ ଫେସନ । ଚଳିତ ବର୍ଷ ସେ ସେ ଦୁଇ ଦୁଇଟି ଟାଇଟଲ ହାସଲ କରିଛନ୍ତି । ଚଳିତ ବର୍ଷ ଏପ୍ରିଲ ୨୭ ତାରିଖ ବେଙ୍ଗାଲୁରୁ ସ୍ଥିତ ଲଳିତ ଅଶୋକ ହୋଟେଲରେ ଆୟୋଜିତ ଶ୍ରୀମତୀ ଇଣ୍ଡିଆ କର୍ଣ୍ଣାଟକ -୨୦୧୯ ଆଇ ଆମ୍ ପାୱାରଫୁଲ ରେ ପ୍ରଥମ ଓଡିଆ ଭାବେ ଟାଇଟଲ ହାସଲ କରିବା ପରେ ତାଙ୍କର ମନବଳ ବଢିଯାଇଥିଲା । ସେ ଜାତୀୟ ସ୍ତରରେ ମଧ୍ୟ ଟାଇଟଲ ହାସଲ କରିଛନ୍ତି ।

gayatri kiitଚଳିତ ବର୍ଷ ଜୁନ ୧୯ ମୁମ୍ବାଇରେ ଆୟୋଜିତ ଜାତୀୟ ସ୍ତରୀୟ ଶ୍ରୀମତୀ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ -୨୦୧୯ ମୁକୁଟ ପିନ୍ଧିଛନ୍ତି । ଓଡିଶା କଟକ ଜିଲ୍ଲାର ଝିଅ ଗାୟତ୍ରୀ ମହାନ୍ତି ୧୯୮୧ ମସିହାରେ ଜନ୍ମ ଗ୍ରହଣ କରିବା ପରେ ଏସ୍ ସିବି ମେଡିକାଲ ପବ୍ଲିକ ସ୍କୁଲରେ ସେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଗ୍ରହଣ କରିବା ପରେ ରେଭେନ୍ସା କଲେଜରୁ ସ୍ନାତକ ଡିଗ୍ରି ହାସଲ କରିବା ପରେ କିଟ ବଶ୍ୱ ବିଦ୍ୟାଳୟରୁ ଏମ୍ ବିଏ ସାରିବା ପରେ ବେଙ୍ଗାଲୁରୁରେ କର୍ମନିଯୁକ୍ତି କ୍ଷେତ୍ରରେ ନିୟୋଜିତ ହୋଇଥିଲେ । ଗାୟତ୍ରୀ କଲେଜ ଛାତ୍ରୀ ଥିବା ବେଳେ ୨୦୦୨ ମସିହାରେ ରାଜପଥ ମାର୍ଚିଂ କଂଟିଜେଂଟର ଏନ୍ସି ଛାତ୍ରୀ ଭାବେ ଓଡିଶା ତରଫରୁ ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିଥିଲେ । ସେତେବେଳେ ତାଙ୍କର ଦୁର୍ଘଟଣା କାରଣରୁ ବାମ ଗୋଡରେ ୮ ଟି ଷ୍ଟିଲ ଲାଗିଥିଲା । ଏହା ବ୍ୟତୀତ ସେ ଏହି ପ୍ରତିଯୋଗିତାରେ ମଧ୍ୟ ବିଜୟର ମୁକୁଟ ପିନ୍ଧିଥିଲେ । ପରେ ସେ ଭାରତ ତରଫରୁ ମଧ୍ୟ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଭାଗନେଇଥିଲେ ।

gayatri winଗାୟତ୍ରୀ ବେଙ୍ଗାଲୁରୁରେ ବ୍ୟାଙ୍କିଙ୍ଗ ସେକ୍ଟରେ ଚାକିରି ପାଇବା ପରେ କିଟ୍ ରେ ପଢୁଥିଲା ବେଳେ ବନ୍ଧୂ ସନ୍ଦିପ ପଟ୍ଟନାୟକଙ୍କ ସହ ଅଧିକ ବନ୍ଧୂତା ସ୍ଥାପନ ହୋଇଥିଲା । ପରବର୍ତୀ ସମୟରେ ସନ୍ଦିପ ଓ ଗାୟତ୍ରୀ ବେଙ୍ଗାଲୁରୁରେ କର୍ମ ନିଯୁକ୍ତି କ୍ଷେତ୍ରରେ ନିୟୋଜିତ ହୋଇଥିଲେ । ୨୦୦୦୭ ମସିହାରେ ଦୁହିଁଙ୍କର ବିବାହ ହୋଇଥିଲା । ଗାୟତ୍ରୀଙ୍କର ପିତା ରତିକାନ୍ତ ମହାନ୍ତି ଜଣେ ବ୍ୟାଙ୍କିଙ୍ଗ ସେକ୍ଟରେ କାର୍ଯ୍ୟ କରୁଥିଲା ବେଳେ ମା ମିନତୀ ପଟ୍ଟନାୟକ ଜଣେ ବରିଷ୍ଠ ଯନ୍ତ୍ରୀ । ତେବେ ସେ ସଦା ସର୍ବଦା ନିଜ ବାପା ଓ ମାଙ୍କ ଠାରୁ ପ୍ରେରଣା ପାଇଥାନ୍ତି । ଗାୟତ୍ରୀ ନିଜେ ଏକ ଏନ୍ ଜିଓ ସଂସ୍ଥା ଖୋଲି ସାମାଜିକ ସେବା କରିବା ସହ ଅନ୍ୟାନ୍ୟ ସାମଜିକ ଅନୁଷ୍ଟାନ ସହିତ ଜଡିତ ଅଛନ୍ତି । ସେ ସଦା ସର୍ବାଦା ମହିଳା ମାନେ ପାୱାରଫୁଲ ବୋଲି ବିବେଚିତ କରିବା ସହ ମହିଳାମାନଙ୍କୁ ଆଗକୁ ଆଣିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । କିଟ୍ ବିଶ୍ୱ ବିଦ୍ୟାଳୟ ପୁରାତନ ଛାତ୍ରୀ ଗାୟତ୍ରୀ ଆଜି ଜାତୀୟ ସ୍ତରରେ ଓଡିଶାର ନାମ ରଖିଛି ।

 

Leave A Reply

Your email address will not be published.