Categories: ରାଜ୍ୟ

ବିନା ଗୁପ୍ତାଙ୍ଗରେ ଦୀର୍ଘ ବାର ବର୍ଷ ହେଲା ଜୀଵନ କାଟୁଛି ସନ୍ତୋଷ, ଏବେ କିନ୍ତୁ ସ୍ଥିତି ଅସହ୍ୟ

ବେଳେବେଳେ ଭଗବାନ କାହିଁକି ଯେ ଏମିତି କରନ୍ତି ତାହା ଜଣାନଥାଏ। କାହାକୁ ଏତେ ଦିଅନ୍ତି ତ ଆଉ କାହାକୁ ଆଦୌ ନୁହେଁ। ଯାହା ପାଖରେ ସବୁ ଅଛି ଭଗବାନ ତାକୁ ଦେଇଚାଲନ୍ତି କିନ୍ତୁ ଯାହା ପାଖରେ ଧନ ନାହିଁ ଓ ଅଭାବୀ, ଭଗବାନ ତା ଉପରେ ତାଙ୍କ କୃପା ଦୃଷ୍ଟି ପକାନ୍ତି ନାହିଁ। ବର୍ତ୍ତମାନ ସମୟରେ ପିଲାଟିଏ ପାଇଁ ଲୋକମାନେ କେତେ କଣ କରୁଛନ୍ତି, କିଏ ଡାକ୍ତରଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ତ ଆଉ କିଏ ଓଷା ବ୍ରତ ରଖି ଭଗବାନଙ୍କୁ ସ୍ମରଣ କରୁଛି। ଏତେ ପରେ ବି ଯଦି ଛୁଆଟି ଶାରୀରିକ ଅକ୍ଷମ ହୁଏ ତେବେ ? ଥରେ ଭାବନ୍ତୁ ତ, ସେ ମା ଉପରେ କଣ ବିତୁଥିବ ।

ଏମିତି ଏକ ଘଟଣା ନବରଙ୍ଗପୁରରେ ଦେଖିବାକୁ ମିଳିଛି। ୧୨ ବର୍ଷ ବୟସର ବାଳକ ସନ୍ତୋଷ ସାଧାରଣ ଭଳି ଦେଖାଯାଉଥିଲେ ବି ଭିନ୍ନକ୍ଷମ। ଜନ୍ମରୁ ଅଭିଶାପ ପାଇବା ଭଳି ସନ୍ତୋଷର ଗୁପ୍ତାଙ୍ଗ ନାହିଁ। ଏହି କାରଣରୁ ସେ ଅସହ୍ୟ ଯନ୍ତ୍ରଣା ଭୋଗିବା ସହିତ ଅନବରତ ପରିଶ୍ରା କରୁଛି। ନିଜର ଏହି ସମସ୍ୟା ପାଇଁ ସେ ସାଧାରଣ ପିଲାଙ୍କ ଭଳି ଜୀବନ ଅତିବାହିତ କରିପାରୁନାହିଁ।

ଏହାସହ ପଢନ୍ତୁ : ଯୌତୁକରେ ମିଳିଥିବା ୧୧ ଲକ୍ଷ ଟଙ୍କାକୁ ଫେରାଇଦେଲେ ଏହି CISF ଯବାନ, ରାତାରାତି ବନିଲେ ସୋସିଆଲ ମିଡ଼ିଆ ଷ୍ଟାର

 

ଗରିବ ବାପା ମା’ ଧାର ଉଧାର କରି ଚିକିତ୍ସା କରୁଥିଲେ ବି କୌଣସି ସୁଫଳ ମିଳୁନାହିଁ। ପୂର୍ବରୁ ସରକାରଙ୍କ ସହାୟତାରେ ଚିକିତ୍ସା ହୋଇଥିଲେ ମଧ୍ୟ ଭଲ ହୋଇପାରିଲାନି ସନ୍ତୋଷ। ଏଥିପାଇଁ ଦିନମଜୁରିଆ ବାପା ଏବେ ଲୋଡୁଛନ୍ତି ଉନ୍ନତ ଚିକିତ୍ସା। ଏହି ଘଟଣା ବିଷୟରେ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାପରେ ଜିଲ୍ଲା ଚିକିତ୍ସା ଅଧିକାରୀ ସନ୍ତୋଷଙ୍କୁ ସମସ୍ତ ଚିକିତ୍ସା ମାଗଣା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

Pritiparna

Recent Posts

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

16 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago

ଆଜିର ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 hours ago