Categories: ସ୍ପେଶାଲ

ବାହାବେଦିରେ କନ୍ୟାକୁ ଦେଖି ବରର ହଜିଲା ବୁଦ୍ଧି, ପାଗଳ ଭଳି ଭୁଇଁରେ ଘଷିଲା ନାକ

ପ୍ରାୟ ବାହାଘରରେ ଆପଣ ବରଯାତ୍ରୀଙ୍କର ଅଜବ ଅଜବ ବ୍ୟବହାର ଦେଖିବାକୁ ପାଇଥିବେ। ବେଳେ ବେଳେ ଏହି ଘଟଣା କନ୍ୟା ପକ୍ଷରୁ ମଧ୍ୟ ହୋଇଥାଏ। ଏହି ଗଣ୍ଡଗୋଳ କାରଣରୁ ସେଠାକାର ମାହୋଲ ପୂରା ଖରାପ ହୋଇଯାଏ ଏବଂ ମାଡପିଟ୍‌ ପର୍ଯ୍ୟନ୍ତ କଥା ଚାଲିଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ବିବାହ ବିଷୟରେ ଜଣାଇବୁ ଯେଉଁଠି ଜଣେ ବରର ଅଦ୍ଭୁତ ଭାବଭଙ୍ଗୀ ଦେଖିବାକୁ ମିଳିଥିଲା ଏବଂ ବର ନିଜର ସାର୍ଟ ଫାଡି ନିଜ ନାକକୁ ଭୂମିରେ ଘସିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

ଘଟଣାଟି ହେଉଛି ବିହାରର ଦାନାପୁର ଗାଁର। ସୂଚନା ଅନୁଯାୟୀ ବରମାଳା ପିନ୍ଧାଇବା ସମୟରେ ବରପାତ୍ରଙ୍କ ପାଖକୁ ଯେତେବେଳେ କନ୍ୟା ଆସିଲେ ସେତେବେଳେ କନ୍ୟାଙ୍କୁ ଦେଖି ବର ନିଜର ହିତାହିତ ଜ୍ଞାନ ଭୁଲିଗଲେ। ସେ ବରମାଳା ମଞ୍ଚ ଉପରେ ହିଁ ବିଭିନ୍ନ ପ୍ରକାର ଅଜବ କାମ କରିବା ସହିତ ପିନ୍ଧିଥିବା ସାର୍ଟ ଫାଡି ଦେଲେ। କେବଳ ଏତିକିି ନୁହେଁ ମଞ୍ଚ ଉପରେ ନିଜ ନାକ ମଧ୍ୟ ରଗଡିଲେ। ଏହାପରେ ବରର ଏହି ସବୁ ଅଦ୍ଭୁତ କାମ ଦେଖି କନ୍ୟା ବିବାହ କରିବାକୁ ମନା କରିଦେଲେ।

ଏହାସହ ପଢନ୍ତୁ : ଯୌତୁକରେ ମିଳିଥିବା ୧୧ ଲକ୍ଷ ଟଙ୍କାକୁ ଫେରାଇଦେଲେ ଏହି CISF ଯବାନ, ରାତାରାତି ବନିଲେ ସୋସିଆଲ ମିଡ଼ିଆ ଷ୍ଟାର

ଲୋକମାନେ କନ୍ୟାକୁ ବହୁତ ବୁଝାଇବା ପାଇଁ ଚେଷ୍ଟା କଲେ କିନ୍ତୁ କନ୍ୟା ମାନିବାକୁ ନାରାଜ୍‌। ଏହାପରେ ବର ଏବଂ ବରଯାତ୍ରୀ କନ୍ୟା ବିନା ହିଁ ଘରକୁ ଫେରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଛି। ଏହି ସବୁ ଘଟଣାକୁ ଦେଖି କେହି ଜଣେ ପୋଲିସକୁ ଏହି ସମ୍ପର୍କରେ ଖବର ଦେଇଦେଲେ। ପୋଲିସ ଘଟଣା ସ୍ଥଳରେ ପହଁଚି ବର ଏବଂ ବରର ବାପାଙ୍କୁ ଗିରଫ କରିଛି। ଅବଶ୍ୟ ବର ଏମିତି କାହିଁକି କଲେ ତାହା ଏଯାଏଁ ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।

Pritiparna

Recent Posts

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

4 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

20 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago