ବାହାବେଦିରେ କନ୍ୟାକୁ ଦେଖି ବରର ହଜିଲା ବୁଦ୍ଧି, ପାଗଳ ଭଳି ଭୁଇଁରେ ଘଷିଲା ନାକ

ପ୍ରାୟ ବାହାଘରରେ ଆପଣ ବରଯାତ୍ରୀଙ୍କର ଅଜବ ଅଜବ ବ୍ୟବହାର ଦେଖିବାକୁ ପାଇଥିବେ। ବେଳେ ବେଳେ ଏହି ଘଟଣା କନ୍ୟା ପକ୍ଷରୁ ମଧ୍ୟ ହୋଇଥାଏ। ଏହି ଗଣ୍ଡଗୋଳ କାରଣରୁ ସେଠାକାର ମାହୋଲ ପୂରା ଖରାପ ହୋଇଯାଏ ଏବଂ ମାଡପିଟ୍‌ ପର୍ଯ୍ୟନ୍ତ କଥା ଚାଲିଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ବିବାହ ବିଷୟରେ ଜଣାଇବୁ ଯେଉଁଠି ଜଣେ ବରର ଅଦ୍ଭୁତ ଭାବଭଙ୍ଗୀ ଦେଖିବାକୁ ମିଳିଥିଲା ଏବଂ ବର ନିଜର ସାର୍ଟ ଫାଡି ନିଜ ନାକକୁ ଭୂମିରେ ଘସିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

brideଘଟଣାଟି ହେଉଛି ବିହାରର ଦାନାପୁର ଗାଁର। ସୂଚନା ଅନୁଯାୟୀ ବରମାଳା ପିନ୍ଧାଇବା ସମୟରେ ବରପାତ୍ରଙ୍କ ପାଖକୁ ଯେତେବେଳେ କନ୍ୟା ଆସିଲେ ସେତେବେଳେ କନ୍ୟାଙ୍କୁ ଦେଖି ବର ନିଜର ହିତାହିତ ଜ୍ଞାନ ଭୁଲିଗଲେ। ସେ ବରମାଳା ମଞ୍ଚ ଉପରେ ହିଁ ବିଭିନ୍ନ ପ୍ରକାର ଅଜବ କାମ କରିବା ସହିତ ପିନ୍ଧିଥିବା ସାର୍ଟ ଫାଡି ଦେଲେ। କେବଳ ଏତିକିି ନୁହେଁ ମଞ୍ଚ ଉପରେ ନିଜ ନାକ ମଧ୍ୟ ରଗଡିଲେ। ଏହାପରେ ବରର ଏହି ସବୁ ଅଦ୍ଭୁତ କାମ ଦେଖି କନ୍ୟା ବିବାହ କରିବାକୁ ମନା କରିଦେଲେ।

ଏହାସହ ପଢନ୍ତୁ : ଯୌତୁକରେ ମିଳିଥିବା ୧୧ ଲକ୍ଷ ଟଙ୍କାକୁ ଫେରାଇଦେଲେ ଏହି CISF ଯବାନ, ରାତାରାତି ବନିଲେ ସୋସିଆଲ ମିଡ଼ିଆ ଷ୍ଟାର

ଲୋକମାନେ କନ୍ୟାକୁ ବହୁତ ବୁଝାଇବା ପାଇଁ ଚେଷ୍ଟା କଲେ କିନ୍ତୁ କନ୍ୟା ମାନିବାକୁ ନାରାଜ୍‌। ଏହାପରେ ବର ଏବଂ ବରଯାତ୍ରୀ କନ୍ୟା ବିନା ହିଁ ଘରକୁ ଫେରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଛି। ଏହି ସବୁ ଘଟଣାକୁ ଦେଖି କେହି ଜଣେ ପୋଲିସକୁ ଏହି ସମ୍ପର୍କରେ ଖବର ଦେଇଦେଲେ। ପୋଲିସ ଘଟଣା ସ୍ଥଳରେ ପହଁଚି ବର ଏବଂ ବରର ବାପାଙ୍କୁ ଗିରଫ କରିଛି। ଅବଶ୍ୟ ବର ଏମିତି କାହିଁକି କଲେ ତାହା ଏଯାଏଁ ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.