କ୍ରିକେଟ ଖେଳ ହେଲା କାଳ, କାନରେ ବଲ ବାଜି MBBS ଛାତ୍ର ମୃତ

ବ୍ରହ୍ମପୁର(କେନ୍ୟୁଜ୍):  ବ୍ରହ୍ମପୁରରେ ଅଘଟଣ। କ୍ରିକେଟ ଖେଳି ଚାଲିଯାଇଛି  ଜଣେ  ଡାକ୍ତରୀ ଛାତ୍ରଙ୍କ ଜୀବନ। ଘଟଣା ଘଟଛି ଏମକେସିଜି ମେଡିକାଲ କଲେଜ ପଡିଆରେ। ମୃତକ ହେଲେ ବିଶ୍ବଭୂଷଣ ସାହୁ। ବିଶ୍ବଭୂଷଣ କୋରାପୁଟ ସ୍ଥିତ ସହିଦ୍ ଲକ୍ଷଣ ନାୟକ ମେଡିକାଲ  କଲେଜରେ MBBS ଦ୍ବିତୀୟ ବର୍ଷ ଛାତ୍ର ଥିଲେ।  ସୂଚନା ମୁତାବକ ବିଶ୍ବଭୂଷଣ କ୍ରିକେଟ ଖେଳରେ ବ୍ୟାଟିଂ କରୁଥିବା ବେଳେ ବଲ ଆସି ବିଶ୍ବଭୂଷଣଙ୍କର କାନରେ ବାଜିଥିଲା। ସେଠାରେ ଖେଳୁଥିବା ସାଙ୍ଗମାନେ ବିଶ୍ବଭୂଷଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.