Below header

ଯାଜପୁର: ଉଦ୍‌ଯାପିତ ହେଲା ସର୍ବଭାରତୀୟ ଅଂଶୁମାନ ସ୍ମାରକୀ କ୍ରିକେଟ, ଟ୍ରଫି ଜିତିଲା ଝାଡଖଣ୍ଡର ୟୁନିଅନ ସ୍ପୋର୍ଟିଂ

ଯାଜପୁର(କେନ୍ୟୁଜ୍): ଉଦ୍‌ଯାପିତ ହୋଇଯାଇଛି ଜାରକାଠାରେ ଚାଲିଥିବା ସର୍ବଭାରତୀୟ ଅଂଶୁମାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ୍ । ଅନୁଷ୍ଠିତ ଚିତାକର୍ଷକ ଫାଇନାଲ ମ୍ୟାଚରେ ଓଡିଶା ପୋଷ୍ଟାଲ ସର୍ଭିସ ଟିମ୍‌କୁ ୮ୱିକେଟରେ ପରାସ୍ତ କରି ଝାଡଖଣ୍ଡର ୟୁନିୟନ ସ୍ପୋର୍ଟିଂ ଚଳିତ ବର୍ଷର ଚାମ୍ପିଅନ ହୋଇଛି । ଆଜି ପ୍ରଥମେ ଓଡିଶା ପୋଷ୍ଟାଲ ସର୍ଭିସ ଦଳ ବ୍ୟାଟିଂ କରି ୨୮.୨ ଓଭରରେ ସମସ୍ତ ୱିକେଟ ହରାଇ ୨୦୯ ରନ ସଂଗ୍ରହ କରିଥିଲା । ଜବାବରେ ଝାଡଖଣ୍ଡର ୟୁନିୟନ ସ୍ପୋର୍ଟିଂ ବ୍ୟାଟିଂ କରି ୧୪.୨ ଓଭରରେ ୨ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ଆୟୋଜିତ ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଓଡିଆ ଚଳଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ସମ୍ମାନିତ ଅତିଥି ଭାବେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଭାତ କୁମାର ବଳବନ୍ତରାୟ ପ୍ରମୁଖ ଯୋଗଦେଇ ବିଜୟୀ ଝାଡଖଣ୍ଡ ଦଳକୁ ଚାମ୍ପିଅନ ଟ୍ରଫି ଓ ଉପବିଜେତା ଓଡିଶା ପୋଷ୍ଟାଲ ଦଳକୁ ରନର୍ସ ଅପ ଟ୍ରଫି ପ୍ରଦାନ କରିଥିଲେ ।

ଏଥିସହ ବିଜୟୀ ଦଳର ଅବିନାଶ ଯାଦବଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ଅମିତ ସିଂହଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା । ୧୦ ଦିନ ଧରି ଚାଲିଥିବା ଏହି ମ୍ୟାଚକୁ ବହୁ କ୍ରୀଡାପ୍ରେମୀ ଉପଭୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.