ରାଜ୍ୟ

ରାସ୍ତା ଖଣ୍ଡିଏ ନଥିବା ଯୋଗୁଁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହୁଏରି ଗାଁର ଗ୍ରାମବାସୀ, ସମସ୍ୟା କହିଲେ ନସରେ

ମୋହନା: ସରକାର ଆଦିବାସୀ ଅଂଚଳରେ ଥିବା ଦୁର୍ଗମ ଗ୍ରାମ ଗୁଡ଼ିକୁ ବ୍ଳକ ସଦର ମହକୁମା ସହିତ ଯୋଡ଼ିବା ପାଇଁ ବିଭିନ୍ନ ସ୍ଥାନରେ ପାହାଡ଼ କାଟି ରାସ୍ତା ନିର୍ମାଣ କରୁଛନ୍ତି , କିନ୍ତୁ ଗଜପତି ଜିଲ୍ଲା ମୋହନା ବ୍ଳକରେ ଏମିତି ଏକ ଗାଁ ରହିଛି ଯେଉଁଠାରେ ସରକାରଙ୍କ ମୈାଳିକ ସୁବିଧା ପାଇବାରୁ ବଂଚିତ ଏଠାକାର ବାସିନ୍ଦା । ରାସ୍ତା ଖଣ୍ଡିଏ ନଥିବା ଯୋଗୁ ଅକଥନୀୟ ସମସ୍ୟାରେ ଦିନ କାଟୁଛନ୍ତି ହୁଏରି ଗାଁର ଗ୍ରାମବାସୀ ।

ଗଜପତି ଜିଲ୍ଲା ଉପାନ୍ତ ମୋହନା ବ୍ଳକର ମୋହନା ପଚାଂୟତର ୬ ନଂ ୱାର୍ଡ଼ରେ ରହିଛି ଏକ ଛୋଟିଆ ଆଦିବାସୀ ଗ୍ରାମ ହୁଏରି । ଗ୍ରାମକୁ ଯିବାକୁ ହେଲେ ମୋହନା ଠାରୁ ୫ କିଲୋମିଟର ଦୂର ଗଣ୍ଡାପଦର ଗ୍ରାମକୁ ଯାଇ ସେଠାରୁ ୩ କିଲୋମିଟର ପଥୁରିଆ ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ । ଗ୍ରାମରେ ଆଦିମ ଜନଯାତି କୁଇ କନ୍ଧ ସମ୍ପ୍ରଦାୟର ୨୫ ଟି ପରିବାରର ୧୦୦ ରୁ ଉର୍ଦ୍ଧ ଜନସାଧାରଣ ବସବାସ କରନ୍ତି । ପାହାଡ଼ ଶିଖରରେ ଥିବା ସ୍ୱଳ୍ପ ସମତଳ ଭୂମିରେ ମକା, ଧାନ ଚାଷ କରିବା ସହିତ ଛେଳି,ଗାଇ ଏବଂ କୁକୁଡା଼ ଭଳି ଗୃହ ପାଳିତ ପଶୁ ପକ୍ଷୀ ପାଳନ କରିବା ସହିତ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଏମାନେ ନିଜ ନିଜର ପରିବାର ପ୍ରତିପୋଷଣ କରନ୍ତି ।

ହେଲେ ଦୁଃଖର କଥା ଗାଁରେ ଆଜି ପର୍ଯ୍ଯନ୍ତ ଗୋଟିଏ ପକ୍କା ଘର ନାହିଁ । ଇନ୍ଦିରା ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କିଛି ପରିବାର ମଞୁରି ପାଇଥିଲେ ମଧ୍ୟ କଂଚା ମାଲ ଯାଇପାରୁ ନଥିବା ଯୋଗୁଁ ଗୃହ ନିର୍ମାଣ ସ୍ୱପ୍ନ ଅଧାରେ ରହିଛି । ଆଜି ପର୍ଯ୍ଯନ୍ତ ସରକାରୀ ଅଧିକାରୀଙ୍କୁ ଗ୍ରାମରେ ଦେଖି ନାହାଁନ୍ତି ସେଠାର ଅଧିବାସୀ । ଗ୍ରାମର ଛାତ୍ର ଛାତ୍ରୀ ମାନେ ଉଚ୍ଚଶିକ୍ଷା ପାଇଁ ମୋହନା ଉପରେ ନିର୍ଭରଶୀଳ ଥିବା ବେଳେ ରସ୍ତାଟିଏ ନଥିବା ଯୋଗୁଁ ସେମାନଙ୍କ ପାଠ ପଢ଼ାରେ ଡ଼ୋରି ବନ୍ଧା ହୋଇଛି । ପାନୀୟ ଜଳ ସମସ୍ୟା କଥା ନ କହିବା ଭଲ । ନଳକୂପକୁ  ଏଯାଏଁ ଦେଖିନାହାଁନ୍ତି ଯାହାଫଳରେ ୭୦ ବର୍ଷର ପୁରୁଣା କୂଅ ଉପରେ ଲୋକେ ଏବେବି ନିର୍ଭରଶୀଳ ।

ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରୁନଥିବା ଯୋଗୁଁ ଗର୍ଭବତୀ ତଥା ଗୁରୁତର ରୋଗୀଙ୍କୁ ପ୍ଲାଷ୍ଟିକ ଚେୟାରରେ ଭାରକରି ପାହାଡ଼ ଅତିକ୍ରମ କରି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚାଇଥାନ୍ତି ଗ୍ରାମବାସୀ । ବେଳେ ବେଳେ କିଛି ରୋଗୀଙ୍କ ରାସ୍ତାରେ ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଯେତେବେଳେ ଆମ ପ୍ରତିନିଧି କରୋନା ମହାମାରୀ ସମ୍ପର୍କରେ ପ୍ରଶ୍ନ କରିଥିଲେ ସେମାନଙ୍କ ଉତ୍ତର ଥିଲା କରୋନା ନାମକ ଏକ ରୋଗ ବିଷୟରେ ଶୁଣିଛୁ କିନ୍ତୁ ସେ ରୋଗ ବିଷୟରେ କିଛିବି ଜାଣିନାହୁଁ । କାରଣ ରାସ୍ତା ଖଣ୍ଡିଏ ନଥିବା ଯୋଗୁଁ କୈାଣସି ସରକାରୀ ଅଧିାକରୀ କିମ୍ବା କର୍ମଚାରୀ ଗ୍ରାମକୁ ଯାଇ ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ ମଧ୍ୟ କରିନାହାଁନ୍ତି ।

ତେବେ ଏନେଇ ମୋହନା ବିଡ଼ିଓଙ୍କ ସହ ଯୋଗା ଯୋଗ କରିବାରୁ ସମିତି ବୈଠକରେ ଆଲୋଚନା କରି ଗ୍ରାମକୁ ଗୋଟିଏ ପକ୍କାରାସ୍ତା ନିର୍ମାଣ ସହ କିଭଳି ସେଠାରେ ସମସ୍ତ ପ୍ରକାର ସରକାରୀ ଯୋଜନା ପହଁଚାଯାଇପାରିବ ସେଥି ପ୍ରତି ଅତିଶିଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଯଦି ପ୍ରଶାସନ ଗ୍ରାମବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପାହାଡ଼ କାଟି ଗ୍ରାମକୁ ଏକ ପକ୍କା ରସ୍ତା ସଂଯୋଗ କରିପାରନ୍ତା ତେବେ ଏହି ଅବହେଳିତ ଆଦିବାସୀ ଗ୍ରାମବାସୀ ସରକାରଙ୍କ ସମସ୍ତ ଜନହିତକର ଯୋଜନାର ଲାଭ ପାଇପାରନ୍ତେ ।

ମୋହନାରୁ ସୁମନ ପଟ୍ଟନାୟକଙ୍କ ରିପୋର୍ଟ, କେନ୍ଯୁଜ୍

Sonalisa

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

5 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

13 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

15 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

23 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

48 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

57 mins ago