ରାଜ୍ୟ

ବିପର୍ଯ୍ୟସ୍ଥ ଅବସ୍ଥାରେ ରାସ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ହଜାର ହଜାର ଲୋକ

ଆନନ୍ଦପୁର(କେନ୍ୟୁଜ): ନଦୀବନ୍ଧ ରାସ୍ତା ଖରାପ ଯୋଗୁ ହନ୍ତସନ୍ତ ହେଉଛନ୍ତି ପଞ୍ଚାୟତ ବାସୀ । ପ୍ରତିବାଦ ପରେ ମଧ୍ୟ ଫଳ ଶୂନ। ଦୁର୍ଦ୍ଦଶା ଭୋଗୁଛନ୍ତି ହଜାର ହଜାର ଲୋକ । ରକ୍ଷଣା ବେକ୍ଷଣ ଅଭାବ ଯୋଗୁ ରାସ୍ତାଟି ଖାଲଡିପ ହୋଇ ପାଲଟିଛି ମରଣଯନ୍ତା । ବଡ଼ବଡ଼ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏଁ ପାଣି ଜମି ରହୁଥିବାରୁ ଯାତାୟତରେ ବାଧା ସୃଷ୍ଟି ହେଉଛି ।

ଏ ହେଉଛି ଆନନ୍ଦପୁର ବ୍ଲକ ବେଲବାହାଳି ପଞ୍ଚାୟତ ସିଆପଡା ଠାରୁ ଜଳସୁଆଁ ନୟାଗଡ଼ ଯାଇଥିବା ରାସ୍ତା । ଏହି ରାସ୍ତା ଦେଇ ଆନନ୍ଦପୁର ବ୍ଲକର ବେଲବାହାଳି, ଜଳସୁଆଁ ପଞ୍ଚାୟତ ଏବଂ ଘସିପୁରା ବ୍ଲକର ବାତୋ ପଞ୍ଚାୟତର ଲୋକେ ଯାତାୟତ କରିଥାନ୍ତି । ରାସ୍ତା ର ଦୁରାବସ୍ଥା ଯୋଗୁ କଷ୍ଟ ଭୋଗୁଛନ୍ତି ହଜାର ହଜାର ଲୋକ । କୁସେଇ ନଦୀ କୂଳେ କୂଳେ ଯାଇଥିବା ଏହି ରାସ୍ତାକୁ ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ଵ ହେବ ରକ୍ଷଣାବେକ୍ଷଣ କରାଯାଉନାହିଁ । ରାସ୍ତାର ମରାମତି ନିମନ୍ତେ ବାରମ୍ବାର ଦାବି ପରେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ କୌଣସି କର୍ଣ୍ଣପାତ କରୁନାହିଁ ।

ଏହି ରାସ୍ତା ଦେଇ ଗୋଟିଏ ଗାଡି ଗଲେ ଅପର ପାର୍ଶ୍ୱରୁ ଅନ୍ୟ ଏକ ଗାଡ଼ି ଅତିକ୍ରମ କରିବା କଷ୍ଟସାଧ୍ୟ । ବର୍ଷା ଦିନେ ମଟରସାଇକେଲରେ ଯିବା ତ ଦୂରର କଥା ଚାଲିଚାଲି ଯିବା ଅସମ୍ଭବ । ରାସ୍ତାରେ ଅନେକ ଖାଲ ଥିବାରୁ ଦୁର୍ଘଟଣା ଘଟୁଥିବା ନଜିର ରହିଛି ।

ଏନେଇ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବେଲବାହାଳି ଏବଂ ଜଳସୁଆଁ ପଞ୍ଚାୟତ ର ସରପଞ୍ଚ ଙ୍କ ନେତୃତ୍ୱରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି । ଏହି ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Sonalisa

Recent Posts

ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଅଭିଯୁକ୍ତ ଥାନାରେ ଅଟକ । ଘଟଣା ଘଟିଛି…

2 mins ago

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

24 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

37 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

39 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

39 mins ago

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

1 hour ago