ବିପର୍ଯ୍ୟସ୍ଥ ଅବସ୍ଥାରେ ରାସ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ହଜାର ହଜାର ଲୋକ

ନଦୀବନ୍ଧ ରାସ୍ତା ଖରାପ ଯୋଗୁ ହନ୍ତସନ୍ତ ହେଉଛନ୍ତି ପଞ୍ଚାୟତ ବାସୀ । ପ୍ରତିବାଦ ପରେ ମଧ୍ୟ ଫଳ ଶୂନ। ଦୁର୍ଦ୍ଦଶା ଭୋଗୁଛନ୍ତି ହଜାର ହଜାର ଲୋକ । ରକ୍ଷଣା ବେକ୍ଷଣ ଅଭାବ ଯୋଗୁ ରାସ୍ତାଟି ଖାଲଡିପ ହୋଇ ପାଲଟିଛି ମରଣଯନ୍ତା । ବଡ଼ବଡ଼ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏଁ ପାଣି ଜମି ରହୁଥିବାରୁ ଯାତାୟତରେ ବାଧା ସୃଷ୍ଟି ହେଉଛି ।

ଆନନ୍ଦପୁର(କେନ୍ୟୁଜ): ନଦୀବନ୍ଧ ରାସ୍ତା ଖରାପ ଯୋଗୁ ହନ୍ତସନ୍ତ ହେଉଛନ୍ତି ପଞ୍ଚାୟତ ବାସୀ । ପ୍ରତିବାଦ ପରେ ମଧ୍ୟ ଫଳ ଶୂନ। ଦୁର୍ଦ୍ଦଶା ଭୋଗୁଛନ୍ତି ହଜାର ହଜାର ଲୋକ । ରକ୍ଷଣା ବେକ୍ଷଣ ଅଭାବ ଯୋଗୁ ରାସ୍ତାଟି ଖାଲଡିପ ହୋଇ ପାଲଟିଛି ମରଣଯନ୍ତା । ବଡ଼ବଡ଼ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏଁ ପାଣି ଜମି ରହୁଥିବାରୁ ଯାତାୟତରେ ବାଧା ସୃଷ୍ଟି ହେଉଛି ।

ଏ ହେଉଛି ଆନନ୍ଦପୁର ବ୍ଲକ ବେଲବାହାଳି ପଞ୍ଚାୟତ ସିଆପଡା ଠାରୁ ଜଳସୁଆଁ ନୟାଗଡ଼ ଯାଇଥିବା ରାସ୍ତା । ଏହି ରାସ୍ତା ଦେଇ ଆନନ୍ଦପୁର ବ୍ଲକର ବେଲବାହାଳି, ଜଳସୁଆଁ ପଞ୍ଚାୟତ ଏବଂ ଘସିପୁରା ବ୍ଲକର ବାତୋ ପଞ୍ଚାୟତର ଲୋକେ ଯାତାୟତ କରିଥାନ୍ତି । ରାସ୍ତା ର ଦୁରାବସ୍ଥା ଯୋଗୁ କଷ୍ଟ ଭୋଗୁଛନ୍ତି ହଜାର ହଜାର ଲୋକ । କୁସେଇ ନଦୀ କୂଳେ କୂଳେ ଯାଇଥିବା ଏହି ରାସ୍ତାକୁ ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ଵ ହେବ ରକ୍ଷଣାବେକ୍ଷଣ କରାଯାଉନାହିଁ । ରାସ୍ତାର ମରାମତି ନିମନ୍ତେ ବାରମ୍ବାର ଦାବି ପରେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ କୌଣସି କର୍ଣ୍ଣପାତ କରୁନାହିଁ ।

ଏହି ରାସ୍ତା ଦେଇ ଗୋଟିଏ ଗାଡି ଗଲେ ଅପର ପାର୍ଶ୍ୱରୁ ଅନ୍ୟ ଏକ ଗାଡ଼ି ଅତିକ୍ରମ କରିବା କଷ୍ଟସାଧ୍ୟ । ବର୍ଷା ଦିନେ ମଟରସାଇକେଲରେ ଯିବା ତ ଦୂରର କଥା ଚାଲିଚାଲି ଯିବା ଅସମ୍ଭବ । ରାସ୍ତାରେ ଅନେକ ଖାଲ ଥିବାରୁ ଦୁର୍ଘଟଣା ଘଟୁଥିବା ନଜିର ରହିଛି ।

ଏନେଇ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବେଲବାହାଳି ଏବଂ ଜଳସୁଆଁ ପଞ୍ଚାୟତ ର ସରପଞ୍ଚ ଙ୍କ ନେତୃତ୍ୱରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି । ଏହି ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.