କୋଟିଏ ଟଙ୍କା ଖର୍ଚ୍ଚ କରି ଝିଅ ହୋଇଥିଲା ଦୀପ, ବିବାହ ପାଇଁ ପ୍ରେମିକ ବୈଭବ ମନା କରିବାରୁ ନିଆଁ ଲଗାଇଦେଲା ଦୀପ

ବୈଭବକୁ ବାହା ହେବା ପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରିଥିଲା ଦୀପ । ଆଉ ବୈଭବ ମନା କରିବା ପରେ ଦୀପ ଜଣେ ସାଥି ସହିତ ଏକ ସ୍କୁଟିରେ ଆସି ବୈଭବଙ୍କ କାରରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲା ।

କାନପୁର ଚକେରୀ ଅଞ୍ଚଳରେ ଅନୁପ ଶୁକ୍ଲା ନାମକ ବ୍ୟକ୍ତିଙ୍କ ଘରେ ପାର୍କିଂ ହୋଇଥିବା କାରରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ ଦୁଇଜଣ ଯୁବକ । ଏହି ମାମଲାରେ ପୋଲିସ ଇନ୍ଦୋରରେ ରହୁଥିବା ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି । ତେବେ ନିଆଁ ଲଗାଇବାର କାରଣ ପୋଲିସ ଦୁଇ ଯୁବକଙ୍କ ଲଭଷ୍ଟୋରୀ ରହିଛି ।

ଖବର ଅନୁଯାୟୀ, କାନପୁରର ବୈଭବ ଶୁକ୍ଲାଙ୍କ ପ୍ରେମ ସଂପର୍କ ଇନ୍ଦୋରର ଦୀପ ନାମକ ଜଣେ ଯୁବକଙ୍କ ସହିତ ରହିଥିଲା । ତେଣୁ ଦୁହେଁ ପରସ୍ପରକୁ ବିବାହ କରିବାକୁ କଥା ଦେଇଥିଲେ । ଦୀପ ଟ୍ରାନ୍ସଜେଣ୍ଡର ଥିବା ଯୋଗୁଁ ଲିଙ୍ଗ ପରିବର୍ତ୍ତନ କରିଥିଲା । ଦୀପ କୋଟିଏ ଟଙ୍କା ଖର୍ଚ୍ଚ କରି ଝିଅ ହୋଇଥିଲା । ଦୀପ ଝିଅ ହେବା ପରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଆଉ ଝଗଡା ପରେ ବୈଭବ କାନପୁର ଚାଲିଯାଇଥିବା ବେଳେ ବାହା ହେବାକୁ ମନା ଦେଇଥିଲା ।

ବୈଭବ ବାହା ହେବାକୁ ମନା କରିବାକରୁ ଦୀପ ରାଗିଯାଇଥିଲା । ବୈଭବକୁ ବାହା ହେବା ପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରିଥିଲା ଦୀପ । ଆଉ ବୈଭବ ମନା କରିବା ପରେ ଦୀପ ଜଣେ ସାଥି ସହିତ ଏକ ସ୍କୁଟିରେ ଆସି ବୈଭବଙ୍କ କାରରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲା ।

ଦୀପ କାରରେ ନିଆଁ ଲଗାଇ ଘର ଏବଂ ବୈଭବକୁ ମାରିବାକୁ ଚାହୁଁଥିଲା । କିନ୍ତୁ ଏପରି ହୋଇନଥିଲା ନିଆଁ ଲଗାଇବା ବେଳେ ସ୍ଥାନୀୟ ଲୋକ ଦେଖି ଦେଇଥିଲେ । ତେଣୁ ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ସିସି ଟିଭି ଫୁଟେଜ ଚେକ୍‌ କରି ସତ ଜାଣିବାକୁ ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.