Below header

ଆଜି ନବୀନ ନିବାସରେ ଗୁରୁତ୍ବପୂର୍ଣ୍ଣ ବୈଠକ, ଉପସ୍ଥିତ ରହିବେ ବିଜେଡିର ବହୁ ବରିଷ୍ଠ ନେତା

ଆଜି ନବୀନ ନିବାସରେ ଗୁରୁତ୍ବପୂର୍ଣ୍ଣ ବୈଠକ। ଅପରାହ୍ ଣ ୩ଟା ୩୦ରେ ବସିବ ବୈଠକ। ଏଥିରେ ବିଜେଡିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ।

ଭୁବନେଶ୍ୱର (କେନ୍ୟୁଜ): ୨୪ ପାଇଁ କସରତ । ରଣନୀତି ପ୍ରସ୍ତୁତ କରିବ ବିଜେଡି । ନବୀନ ନିବାସରେ ହେବ ୨୪ ନିର୍ବାଚନର ବ୍ଲୁ ପ୍ରିଣ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ ଡାକିଛନ୍ତି । ଅପରାହ୍ଣ ୩ଟା ୩୦ରେ ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ ।

ଏଥିରେ ବିଜେଡିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ। ଅନେକ ନେତା ନବୀନ ନିବାସରେ ପହଞ୍ଚିବା ଆରମ୍ଭ କଲେଣି। ପ୍ରସନ୍ନ ଆଚାର୍ଯ୍ୟ, ବବି ଦାସ, ଦେବୀ ମିଶ୍ରଙ୍କୁ ନବୀନ ନିବାସ ଡାକରା ଯାଇଛି । ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ ସବ୍ୟସାଚୀ, ସ୍ନେହାଙ୍ଗିନୀ ଛୁରିଆଙ୍କୁ ଡାକରା ଯାଇଛି। ସେହିଭଳି ବିକ୍ରମ କେଶରୀ ଆରୁଖ ଓ ଉଷା ଦେବୀଙ୍କୁ ଡାକରା ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.