Below header

କେମିତି ଗଲା ଦୀପକର ଜୀବନ, ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣାପଡିବ

ସାହି ଦାଣ୍ଡରେ ଲୋକ ସବୁ ରୁଣ୍ଡ ହୋଇ ଥାନ୍ତି । କାନ୍ଦ ବୋବାଳିରେ ଫାଟି ପଡୁଥାଏ ରାଜଧାନୀର ଡେ଼ଲ୍ଟା ଅଞ୍ଚ । ଗହଳି ଆଡେଇ ଭିତରେ ଆମେ ଦେଖିଲୁ ମୃତ ଶରୀରଟିକୁ । ଯାହାକୁ ଧରି ଭୋ ଭୋ ହୋଇ ଛାତିରେ ମୁଣ୍ଡ ପିଟି ପିଟି କାନ୍ଦୁଛି ସ୍ତ୍ରୀ ଆଉ ମାଆ । ବନ୍ଧୁ ପରିଜନ, ସାହି ଭାଇ ଏକାଠି ହୋଇଛନ୍ତି । ସବୁ ଲୋକଙ୍କ ଭିତରେ ଶୋକର ଛାୟା ଖେଳିଯାଇଥିବା ସହ ସଭିଏଁ ହୋଇଯାଇଥିଲ ସ୍ତବ୍ଧ ।

ଭୁବନେଶ୍ୱର (କେନ୍ୟୁଜ): ଦାଣ୍ଡରେ ଲୋକ ସବୁ ରୁଣ୍ଡ ହୋଇଥାନ୍ତି । କାନ୍ଦ ବୋବାଳିରେ ଫାଟି ପଡୁଥାଏ ରାଜଧାନୀର ଡେ଼ଲ୍ଟା ଅଞ୍ଚଳ । ଗହଳି ଆଡେଇ ଭିତରେ ଯାଇ ଦେଖିଲୁ ମୃତ ଶରୀରଟିକୁ । ଯାହାକୁ ଧରି ଭୋ ଭୋ ହୋଇ ଛାତିରେ ମୁଣ୍ଡ ପିଟି ପିଟି କାନ୍ଦୁଥାନ୍ତି ସ୍ତ୍ରୀ ଆଉ ମାଆ । ବନ୍ଧୁ ପରିଜନ, ସାହି ଭାଇ ଏକାଠି ହୋଇଥାନ୍ତି । ସବୁ ଲୋକଙ୍କ ଭିତରେ ଶୋକର ଛାୟା ଖେଳିଯାଇଥିବା ସହ ସଭିଏଁ ହୋଇଯାଇଥାନ୍ତି ସ୍ତବ୍ଧ ।

ତେବେ ଭେଣ୍ଡିଆ ପୁଅକୁ ସାଙ୍ଗ ମାନେ ମଦ ପିଆଇ ଆକ୍ରମଣ କରି ଜୀବନ ନେଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ଖଣ୍ଡଗିରି ଥାନା ଅନ୍ତର୍ଗତ ଡେଲ୍ଟା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭନୀୟ ଘଟଣା । ଯାହାକୁ ନେଇ ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ଏବଂ ନିଜ ପୁଅର ମୃତ୍ୟୁ ପାଇଁ ସାଙ୍ଗ ମାନଙ୍କୁ ହିଁ ଦାୟୀ କରିଛନ୍ତି ।

ପୋଲିସ ମଧ୍ୟ ୨ରୁ ୩ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ପରିବାର ଲୋକଙ୍କ କହିବା ଅନୁସାରେ ଦୀପକ ସାହୁ ନାମକ ଯୁବକ ଡେଲ୍ଟା ଛକ ନିକଟରେ ପରିବାର ସହିତ ରୁହନ୍ତି । ବଡ଼ ଭାଇ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଦୀପକ ଗାଡି ଡ୍ରାଇଭର ଭାବରେ କାମ କରନ୍ତି । ଦୀପକ ନିଜର ଦୁଇ ପୁଅ ଝିଅଙ୍କୁ ସାଙ୍ଗରେ ଧରି ପରିବାର ସହିତ ରୁହନ୍ତି ।

ହେଲେ ଗତକାଲି ଦିନ ବେଳେ ଦୀପକ ଶ୍ୱଶୁର ଘରକୁ ଯାଇ ୫ ହଜାର ଟଙ୍କା ଆଣି ସାଙ୍ଗ ସାଥିରେ ବସି ମଦ ପିଇଥିଲେ ବୋଲି ପରିବାର ଲୋକେ କହିଛନ୍ତି । ତାପରେ ଦୁଇ ଜଣ ସାଙ୍ଗ ଅଟୋ ରେ ଆଣି ଦୀପକକୁ ଘରେ ଛାଡି ଦେଇ ଯାଇଥିଲେ । ଏକଥା ଦେଖି ଦୀପକଙ୍କର ମାଆ ବଡ଼ ପୁଅକୁ ଫୋନ କରି ଡାକିଥିଲେ । ଦୀପକଙ୍କର ବଡ଼ ଭାଇ ଆସି ତାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସା ପାଇଁ କହିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

ଏପଟେ ପରିବାରର ଏତଲା ଆଧାରରେ ଉକ୍ତ ଯୁବକଙ୍କୁ ଖଣ୍ଡଗିରି ପୋଲିସ ଅଟକ ରଖି ପଚରା ଉଚରା କରିବା ସହିତ ଘଟଣାକୁ ଗୁରୁତ୍ୱ ଦେଇ ଏକ ମାମଲା ରୁଜ୍ଜୁ କରିଛି । ପୋଲିସ ଘଟଣାର ତଦନ୍ତ କରୁଛି । ପୋଷ୍ଟ ମୋର୍ଟମ ରିପୋର୍ଟ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ୍ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.